ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ଵାରା ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ର ଶୁଭାରମ୍ଭ, ଉପକୃତ ହେବେ ୫୮,୨୫୧ ଜଣ ଛାତ୍ରଛାତ୍ରୀ

The Sakala Picture
Published On

ବାରିପଦା/ରାଇରଙ୍ଗପୁର: ଓଡିଶା ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅନ୍ତର୍ଗତ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ୟୁନିଫର୍ମ ପ୍ରଦାନ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ଦ୍ଵାରା ରାଇରଙ୍ଗପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ସ୍ବାଧୀନତା ଦିବସ ଅବ୍ୟହିତ ପୂର୍ବରୁ ରାଜ୍ୟରେ ପ୍ରଥମ ଭାବେ ଯୋଜନା ପ୍ରଣୟନ ପୂର୍ବକ ମୟୂରଭଞ୍ଜ ଜିଲ୍ଲାର ମୋଟ ୫୭୦ଟି ସରକାରୀ ଓ ସାହାଯ୍ୟ ପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ୨୯,୭୫୯ […]

ବାରିପଦା/ରାଇରଙ୍ଗପୁର: ଓଡିଶା ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅନ୍ତର୍ଗତ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ୟୁନିଫର୍ମ ପ୍ରଦାନ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ଦ୍ଵାରା ରାଇରଙ୍ଗପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ସ୍ବାଧୀନତା ଦିବସ ଅବ୍ୟହିତ ପୂର୍ବରୁ ରାଜ୍ୟରେ ପ୍ରଥମ ଭାବେ ଯୋଜନା ପ୍ରଣୟନ ପୂର୍ବକ ମୟୂରଭଞ୍ଜ ଜିଲ୍ଲାର ମୋଟ ୫୭୦ଟି ସରକାରୀ ଓ ସାହାଯ୍ୟ ପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ୨୯,୭୫୯ ଜଣ ଛାତ୍ର ଓ ୨୮,୪୯୨ ଜଣ ଛାତ୍ରୀ ମୋଟ ୫୮,୨୫୧ ଜଣ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ୟୁନିଫୋର୍ମ ଯୋଗାଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ବ୍ଲକସ୍ତରୀୟ କମିଟି ଦ୍ଵାରା ଚୟନ କରାଯାଇଥିବା ୪୨୮ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ୯୮ଟି ମଧ୍ୟମ ଓ ଲଘୁ ଉଦ୍ୟୋଗକୁ ଜିଲ୍ଲାସ୍ତରୀୟ କମିଟି ଦ୍ଵାରା ଅନୁମୋଦନ କରାଯାଇଛି । ଯେଉଁ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ୟୁନିଫୋର୍ମ ଯୋଗାଣ କାର୍ଯ୍ୟ ନିମନ୍ତେ କୌଣସି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କିମ୍ବା ମଧ୍ୟମ ଓ ଲଘୁ ଉଦ୍ୟୋଗ ଉପଲବ୍ଧ ନାହାନ୍ତି, ସେହି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଏହି କାର୍ଯ୍ୟ ଉକ୍ତ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ ସମିତି ଦ୍ଵାରା ସମ୍ପାଦନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ଚନ୍ଦ୍ର ମୁର୍ମୁ, ରାଇରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥୀ ମହାନ୍ତି ଓ ମୟୂରଭଞ୍ଜ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୋଷାକ ବିତରଣ କାର୍ଯ୍ୟକ୍ରମକୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ମହାନ୍ତ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା କବାଟ ଧନ୍ୟବାଦ ଅର୍ପଣ କରିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

14 Aug 2023 By The Sakala

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ଵାରା ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ର ଶୁଭାରମ୍ଭ, ଉପକୃତ ହେବେ ୫୮,୨୫୧ ଜଣ ଛାତ୍ରଛାତ୍ରୀ

ବାରିପଦା/ରାଇରଙ୍ଗପୁର: ଓଡିଶା ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅନ୍ତର୍ଗତ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ୟୁନିଫର୍ମ ପ୍ରଦାନ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ଦ୍ଵାରା ରାଇରଙ୍ଗପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ସ୍ବାଧୀନତା ଦିବସ ଅବ୍ୟହିତ ପୂର୍ବରୁ ରାଜ୍ୟରେ ପ୍ରଥମ ଭାବେ ଯୋଜନା ପ୍ରଣୟନ ପୂର୍ବକ ମୟୂରଭଞ୍ଜ ଜିଲ୍ଲାର ମୋଟ ୫୭୦ଟି ସରକାରୀ ଓ ସାହାଯ୍ୟ ପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ୨୯,୭୫୯ ଜଣ ଛାତ୍ର ଓ ୨୮,୪୯୨ ଜଣ ଛାତ୍ରୀ ମୋଟ ୫୮,୨୫୧ ଜଣ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ୟୁନିଫୋର୍ମ ଯୋଗାଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ବ୍ଲକସ୍ତରୀୟ କମିଟି ଦ୍ଵାରା ଚୟନ କରାଯାଇଥିବା ୪୨୮ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ୯୮ଟି ମଧ୍ୟମ ଓ ଲଘୁ ଉଦ୍ୟୋଗକୁ ଜିଲ୍ଲାସ୍ତରୀୟ କମିଟି ଦ୍ଵାରା ଅନୁମୋଦନ କରାଯାଇଛି । ଯେଉଁ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ୟୁନିଫୋର୍ମ ଯୋଗାଣ କାର୍ଯ୍ୟ ନିମନ୍ତେ କୌଣସି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କିମ୍ବା ମଧ୍ୟମ ଓ ଲଘୁ ଉଦ୍ୟୋଗ ଉପଲବ୍ଧ ନାହାନ୍ତି, ସେହି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଏହି କାର୍ଯ୍ୟ ଉକ୍ତ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ ସମିତି ଦ୍ଵାରା ସମ୍ପାଦନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ଚନ୍ଦ୍ର ମୁର୍ମୁ, ରାଇରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥୀ ମହାନ୍ତି ଓ ମୟୂରଭଞ୍ଜ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୋଷାକ ବିତରଣ କାର୍ଯ୍ୟକ୍ରମକୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ମହାନ୍ତ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା କବାଟ ଧନ୍ୟବାଦ ଅର୍ପଣ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର