ଦଶମ ଶ୍ରେଣୀ ଛାତ୍ର ଛୁରାମାଡରେ ନବମ ଶ୍ରେଣୀ ଛାତ୍ର ଗୁରୁତର ଆହତ
ବାରିପଦା: ସ୍ଥାନୀୟ ୩ନଂ ଓ୍ବାର୍ଡ ଓ୍ବାଲିଗଞ୍ଜରେ ଥିବା ଏକ ଘରୋଇ ଆବାସିକ କୋଚିଂ ସେଣ୍ଟରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ସନ୍ଧ୍ୟା ଜଳଖିଆ ସମୟରେ ଛାତ୍ରାବାସରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ର ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ କରିବାରୁ ସେ ଗୁରୁତର ଆହତ ହୋଇଛି । ସଙ୍ଗେ ସଙ୍ଗେ ଅନୁଷ୍ଠାନ କର୍ତ୍ତୃପକ୍ଷ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ଛାତ୍ରଙ୍କୁ ପୁଲିସ ସହାୟତାରେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । […]
ବାରିପଦା: ସ୍ଥାନୀୟ ୩ନଂ ଓ୍ବାର୍ଡ ଓ୍ବାଲିଗଞ୍ଜରେ ଥିବା ଏକ ଘରୋଇ ଆବାସିକ କୋଚିଂ ସେଣ୍ଟରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି ।
ସନ୍ଧ୍ୟା ଜଳଖିଆ ସମୟରେ ଛାତ୍ରାବାସରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ର ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ କରିବାରୁ ସେ ଗୁରୁତର ଆହତ ହୋଇଛି । ସଙ୍ଗେ ସଙ୍ଗେ ଅନୁଷ୍ଠାନ କର୍ତ୍ତୃପକ୍ଷ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ଛାତ୍ରଙ୍କୁ ପୁଲିସ ସହାୟତାରେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆକ୍ରମଣ କରିଥିବା ଛାତ୍ର ଫେରାର ଅଛି ।
ଆହୁରି ପଢ଼ନ୍ତୁ: 'କେବେ ହେବ ପୋଲିସ୍ SI ପରୀକ୍ଷା' ? ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ଲୋୟର ପିଏମଜିରେ ଆଶାୟୀଙ୍କ ବିକ୍ଷୋଭ
ପଲିସ ଘଟଣାର ତଦନ୍ତ ଜାରି ରଖିଛି । ଆହତ ଛାତ୍ରଙ୍କ ଅଭିଭାବକ ମେଡିକାଲରେ ପହଞ୍ଚିଛନ୍ତି । ଛାତ୍ରଙ୍କ ଗାଲ, ହାତ ଓ ପେଟରେ ଆଘାତ ଲାଗିଛି । ସମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟ ଫୋନ ସୁଇଜ ଅଫ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇନାହିଁ । କୋଚିଂ କେନ୍ଦ୍ରଟି ସରକାରୀ ଗାଇଡଲାଇନ ନମାନି ଚାଲିଥିବା ନେଇ କାଉନସିଲର ରାଜଗୁପ୍ତା ଅଭିଯୋଗ କରିଛନ୍ତି । ଛାତ୍ର ୨ଜଣ ନାବାଳକ ହେତୁ ନାମ ଓ ଫଟୋ ଗୋପନ ରଖାଯାଇଛି ।





