ମନୋରଞ୍ଜନ

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନାଗା ଚୈତନ୍ୟଙ୍କୁ ନେଇ ଥିବା ଡିପଫେକ୍ ଏବଂ ଅଶ୍ଳୀଳ ଏଆଇ କଣ୍ଟେଣ୍ଟ ହଟାଇବାକୁ ୨୪ ଘଣ୍ଟାର ମୋହଲତ
'କାଲା ହିରଣ' ଫିଲ୍ମ ଉପରେ ସଲମାନ ଖାନଙ୍କ ବଡ଼ ଆକ୍ସନ: ନିର୍ମାତାଙ୍କୁ ପଠାଇଲେ ଲିଗାଲ ନୋଟିସ
ଲତା ମଙ୍ଗେସକରଙ୍କ ଯୁଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ
'ଗର୍ଭାବସ୍ଥାରେ ଦେବୀ, ମା' ହେବା ପରେ ମୋଟୀ ଡାକୁଛନ୍ତି': ପ୍ରସବ ପରେ ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣକୁ ନେଇ କିଆରା ଆଡଭାନୀଙ୍କ ବଡ଼ ବୟାନ
'ସୁକେଶଙ୍କ ସହ ସାମିଲ ଥିଲେ ଜ୍ୟାକଲିନ୍': ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀଙ୍କୁ 'ପୀଡ଼ିତା' ବଦଳରେ 'ଅଭିଯୁକ୍ତ' କହିଲେ କୋର୍ଟ

ମୟୂରଭଞ୍ଜ ଜଙ୍ଗଲରେ ବାଘ ଆତଙ୍କ ! ମଣିଷ ମାରି ଖାଇଲା ମହାବଳ, ଜଙ୍ଗଲରେ ପଡିଛି ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼

Madhusudan Das Picture
Published On

କରଞ୍ଜିଆ: ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ ପଡିଛି ଜଣେ ମଣିଷର ଦୁଇଟି କ୍ଷତାକ୍ତ ଗୋଡ଼ । ବାଘଟି ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାଙ୍କ ଶରୀରର ଅଧା ଅଂଶ ଖାଇ ଦେଇଥିବା ଦେଖିବାକୁ ମିଳିଛି। ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଯଶିପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ । ଘଟଣା ସ୍ଥଳରେ ଯଶିପୁର ପୋଲିସ ଓ ବନବିଭାଗ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛି  ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଦୋକାନକୁ ମାଡ଼ିଗଲା ପିକଅପ ଭ୍ୟାନ୍, ଜଣେ ମୃତ

ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ସକାଳେ ସାଧୁ ନିଜ ଛେଳିଙ୍କ ପାଇଁ ପତ୍ର ସଂଗ୍ରହ କରିବା ନିମନ୍ତେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ସୋମବାର ସକାଳେ ସ୍ଥାନୀୟ ଗ୍ରାମବାସୀମାନେ ଜଙ୍ଗଲ ମଧ୍ୟରେ ତାଙ୍କର ଦୁଇଟି କଟା ଗୋଡ଼ ଓ ଏକ ରକ୍ତାକ୍ତ ଲୁଙ୍ଗି ପଡ଼ିଥିବାର ଦେଖିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: ଡିଆରଡିଏ ମହିଳା ୱାସ ରୁମରେ ଲାଗିଥିଲା ସିକ୍ରେଟ୍ କ୍ୟାମେରା; କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଅସ୍ପଷ୍ଟ

ପାରିପାର୍ଶ୍ୱିକ ସ୍ଥିତିରୁ ଏକ ବାଘ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଶରୀରର ଅଧା ଅଂଶ ଖାଇଦେଇଥିବା ସ୍ପଷ୍ଟ ଅନୁମାନ କରାଯାଉଛି। ଏହି ବିଷୟରେ ଖବର ପାଇବା ମାତ୍ରେ ଯଶୀପୁର ପୋଲିସ ଏବଂ ବନ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଘ ଆକ୍ରମଣର ଏହି ଭୟାନକ ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଜୁନ ୧୯ ଏବଂ ୨୦ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ

01 Jun 2026 By Madhusudan Das

ମୟୂରଭଞ୍ଜ ଜଙ୍ଗଲରେ ବାଘ ଆତଙ୍କ ! ମଣିଷ ମାରି ଖାଇଲା ମହାବଳ, ଜଙ୍ଗଲରେ ପଡିଛି ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼

କରଞ୍ଜିଆ: ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ ପଡିଛି ଜଣେ ମଣିଷର ଦୁଇଟି କ୍ଷତାକ୍ତ ଗୋଡ଼ । ବାଘଟି ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାଙ୍କ ଶରୀରର ଅଧା ଅଂଶ ଖାଇ ଦେଇଥିବା ଦେଖିବାକୁ ମିଳିଛି। ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଯଶିପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ । ଘଟଣା ସ୍ଥଳରେ ଯଶିପୁର ପୋଲିସ ଓ ବନବିଭାଗ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛି  ।

ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ସକାଳେ ସାଧୁ ନିଜ ଛେଳିଙ୍କ ପାଇଁ ପତ୍ର ସଂଗ୍ରହ କରିବା ନିମନ୍ତେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ସୋମବାର ସକାଳେ ସ୍ଥାନୀୟ ଗ୍ରାମବାସୀମାନେ ଜଙ୍ଗଲ ମଧ୍ୟରେ ତାଙ୍କର ଦୁଇଟି କଟା ଗୋଡ଼ ଓ ଏକ ରକ୍ତାକ୍ତ ଲୁଙ୍ଗି ପଡ଼ିଥିବାର ଦେଖିବାକୁ ପାଇଥିଲେ।

ପାରିପାର୍ଶ୍ୱିକ ସ୍ଥିତିରୁ ଏକ ବାଘ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଶରୀରର ଅଧା ଅଂଶ ଖାଇଦେଇଥିବା ସ୍ପଷ୍ଟ ଅନୁମାନ କରାଯାଉଛି। ଏହି ବିଷୟରେ ଖବର ପାଇବା ମାତ୍ରେ ଯଶୀପୁର ପୋଲିସ ଏବଂ ବନ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଘ ଆକ୍ରମଣର ଏହି ଭୟାନକ ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର