ଦୂଷିତ ପାଣି ପିଇ ଗୋଟିଏ ଗ୍ରାମର ୧୨ଜଣ ଝାଡାବାନ୍ତିରେ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ଡାକ୍ତରୀଟିମ

The Sakala Picture
Published On

ବେତନଟୀ: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏକ ଉନ୍ମୁକ୍ତ କୂଅର ଦୂଷିତ ପାଣିପିଇ ଗୋଟିଏ ଗ୍ରାମର ୧୨ଜଣ ମହିଳା, ପୁରୁଷ ଏବଂ ନାବାଳକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଉ ଏଭଳି ଘଟଣା ଘଟିଛି ଦହିକୋଟି ପଞ୍ଚାୟତ ଅଧୀନ ଚିତାଡ଼ିହି ଗ୍ରାମରେ। ସୂଚନା ମୁତାବକ, ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର କୂଅରୁ ଗ୍ରାମବାସୀ ନିୟମିତ ଭାବେ ରୋଷେଇବାସ ସମେତ ପିଇବା ପାଇଁ ପାନୀୟଜଳ ସଂଗ୍ରହ କରିଥାନ୍ତି। ମାତ୍ର ଲଘୁଚାପ […]

ବେତନଟୀ: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏକ ଉନ୍ମୁକ୍ତ କୂଅର ଦୂଷିତ ପାଣିପିଇ ଗୋଟିଏ ଗ୍ରାମର ୧୨ଜଣ ମହିଳା, ପୁରୁଷ ଏବଂ ନାବାଳକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଉ ଏଭଳି ଘଟଣା ଘଟିଛି ଦହିକୋଟି ପଞ୍ଚାୟତ ଅଧୀନ ଚିତାଡ଼ିହି ଗ୍ରାମରେ।

ଆହୁରି ପଢ଼ନ୍ତୁ: ଟଙ୍କା ପାଇଁ ସମ୍ପର୍କ ହେଲା ତୁଚ୍ଛ... ବଡ଼ଭାଇର ଲୁହା ପାଇପ୍ ମାଡରେ ସାନଭାଇ ମୃତ

ସୂଚନା ମୁତାବକ, ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର କୂଅରୁ ଗ୍ରାମବାସୀ ନିୟମିତ ଭାବେ ରୋଷେଇବାସ ସମେତ ପିଇବା ପାଇଁ ପାନୀୟଜଳ ସଂଗ୍ରହ କରିଥାନ୍ତି। ମାତ୍ର ଲଘୁଚାପ ଜନିତ ଲଗାଣ ବର୍ଷାରେ ଦୂଷିତ ବର୍ଷାଜଳ କୂଅରେ ପଶି ପାଣିକୁ ଦୂଷିତ କରିଦେଇଥିଲା। ଆଉ ସବୁଦିନ ଭଳି ଗ୍ରାମବାସୀ କୂଅରୁ ପିଇବାପାଣି ସଂଗ୍ରହ କରି ଘରକୁ ନେଇଥିଲେ। ତେବେ ଏହି ଦୂଷିତ ପାଣି ପିଇ ଗ୍ରାମର ୧୨ଜଣ ପୁରୁଷ ମହିଳାଙ୍କ ସମେତ ଜଣେ ୧୧ବର୍ଷୀୟ ନାବାଳକ ମଧ୍ୟ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାପରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୋମବାର ଦୁଇଟି ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତରଙ୍କ ମଧ୍ୟରେ ଦୁର୍ଗାଚରଣ ସିଂଙ୍କ ସ୍ତ୍ରୀ ସୁକୁରୁମଣି ଏବଂ ୧୧ବର୍ଷୀୟ ପୁଅ ମନୋଜ ସମେତ ରଞ୍ଜିତା ମହାନ୍ତ, ସଜନୀ ମହାନ୍ତ, ଝିଲି ମହାନ୍ତ, ଲକ୍ଷ୍ମୀଧର ସିଂ, ବସନ୍ତିଆ ସିଂ, ରାମଚନ୍ଦ୍ର ମହାନ୍ତ, କଟି ସିଂ, ଚମ୍ପା ପାତ୍ର ଏବଂ ରଶ୍ମି ସିଂ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାରୁ ସୁରକ୍ଷିତ ଘରକୁ ଫେରିଲେ ବାରିପଦାର ଝିଅ କୁଲସୁମ୍ ନିଗାର୍, ବଖାଣିଲେ ପ୍ରଳୟଙ୍କରୀ ବନ୍ୟାର ଲୋମଟାଙ୍କୁରା ଅନୁଭୂତି

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତରଖାନା ଅଧିକାରୀ ଡ଼. ସିପୁନ କୁମାର ପଣ୍ଡାଙ୍କ ନିର୍ଦେଶକ୍ରମେ ଏକ ଡାକ୍ତରୀଟିମ ଚିତାଡ଼ିହି ଗାଁରେ ପହଞ୍ଚି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସାମାନ୍ୟ ଗୁରୁତର ହୋଇଥିବା ୭ଜଣ ଲୋକଙ୍କୁ ଆବଶ୍ୟକ ଔଷଧ ଏବଂ ଓଆରଏସ ଦ୍ରବଣ ପିଇବାକୁ ଦେଇଥିଲେ। ଖୋଲାରେ ମଳତ୍ୟାଗ ନକରିବାକୁ ପରାମର୍ଶ ଦେବାସହିତ ଫୁଟାପାଣି ପିଇବାକୁ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ତେବେ ମଙ୍ଗଳବାର ଆଉଏକ ଜିଲ୍ଲାସ୍ତରୀୟ ଟିମ ଉକ୍ତ ଗାଁକୁ ଯାଇ ପାଣି ନମୁନା ସମେତ ବିଭିନ୍ନ ନମୁନା ସଂଗ୍ରହ କରିବାର କାର୍ଯ୍ଯକ୍ରମ ଥିବା ଡାକ୍ତରଖାନା ଅଧିକାରୀ ଡ଼.ସିପୁନ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର