ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କନ୍ଧମାଳ ଏସ୍ପିଙ୍କ ନିକଟରେ ମହିଳା ମାଓ ମେମ୍ବରଙ୍କ ଆତ୍ମ ସମର୍ପଣ

The Sakala Picture
Published On

କନ୍ଧମାଳ: ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଜିଲା ବାଲିଗୁଡା ଥାନା କୁଟିକିଆ ଅଂଚଳର କାନ୍ତି ମଲ୍ଲିକ ଏସ୍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ଘର ବାଲିଗୁଡା ଥାନା କୁଟିକିଆ ପଞ୍ଚାୟତ ଗଙ୍ଗରଙ୍ଗା ଗ୍ରାମର ବୋଲି ଜଣା ପଡ଼ିଛି । କାନ୍ତିଙ୍କ ବାପା ମୃତ କୁଣ୍ଡା ମଲିକ, ଏବଂ ମାଆଙ୍କ ନାମ ଗଣ୍ଡୁଲି ମଲିକ । ଜଣେ ଚାଷୀ ପରିବାର ଝିଅ ବୋଲି ପୋଲିସ ସୂଚନା ଦେଇଛି । […]

କନ୍ଧମାଳ: ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଜିଲା ବାଲିଗୁଡା ଥାନା କୁଟିକିଆ ଅଂଚଳର କାନ୍ତି ମଲ୍ଲିକ ଏସ୍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ଘର ବାଲିଗୁଡା ଥାନା କୁଟିକିଆ ପଞ୍ଚାୟତ ଗଙ୍ଗରଙ୍ଗା ଗ୍ରାମର ବୋଲି ଜଣା ପଡ଼ିଛି । କାନ୍ତିଙ୍କ ବାପା ମୃତ କୁଣ୍ଡା ମଲିକ, ଏବଂ ମାଆଙ୍କ ନାମ ଗଣ୍ଡୁଲି ମଲିକ । ଜଣେ ଚାଷୀ ପରିବାର ଝିଅ ବୋଲି ପୋଲିସ ସୂଚନା ଦେଇଛି । ତେବେ ବହୁ ଦିନ ଧରି କାନ୍ତି ମଲିକ କେକେବିଏନ ସଂଘଠନରେ ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ପରେ ମାଓ ବାହିନୀଙ୍କ କାର୍ଯ୍ୟକମରେ ଅସନ୍ତୁଷ୍ଟ ହୋଇଥିଲେ ଓ ବିକାଶ କରୁଥିବା ଲୋକଙ୍କୁ ପୁଲିସ ଇନଫରମର କହି ମାରୁଥିଲେ, ଏଥିରେ ଅତିଷ୍ଠ ହୋଇ ମାଓ ମେମ୍ବର କାନ୍ତି ମାଲିକ ଆତ୍ମ ସମର୍ପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ତେବେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଏବଂ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଡାକରାରେ ପ୍ରଭାବିତ ହୋଇ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ମାଓବାଦୀ ଜଣକ ବିଭିନ ମାଓ ହିଂସା କାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ସନ୍ଦେହ କରିଛି । କନ୍ଧମାଳ ପୋଲିସକୁ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ ଅଧିକ ମନବଳ ବଢ଼ାଇଛି । ଆଗାମୀ ଦିନରେ ମଧ୍ୟ ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ତରଫରୁ ଆହ୍ଵାନ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପତ୍ନୀ ଓ ଶାଳକ ଲଗାଇଦେଇଥିଲେ ନିଆଁ ! ଏମ୍ସରେ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପରଲୋକ, ସିବିଆଇ ତଦନ୍ତ ଦାବି

08 Aug 2021 By The Sakala

କନ୍ଧମାଳ ଏସ୍ପିଙ୍କ ନିକଟରେ ମହିଳା ମାଓ ମେମ୍ବରଙ୍କ ଆତ୍ମ ସମର୍ପଣ

କନ୍ଧମାଳ: ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଜିଲା ବାଲିଗୁଡା ଥାନା କୁଟିକିଆ ଅଂଚଳର କାନ୍ତି ମଲ୍ଲିକ ଏସ୍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ଘର ବାଲିଗୁଡା ଥାନା କୁଟିକିଆ ପଞ୍ଚାୟତ ଗଙ୍ଗରଙ୍ଗା ଗ୍ରାମର ବୋଲି ଜଣା ପଡ଼ିଛି । କାନ୍ତିଙ୍କ ବାପା ମୃତ କୁଣ୍ଡା ମଲିକ, ଏବଂ ମାଆଙ୍କ ନାମ ଗଣ୍ଡୁଲି ମଲିକ । ଜଣେ ଚାଷୀ ପରିବାର ଝିଅ ବୋଲି ପୋଲିସ ସୂଚନା ଦେଇଛି । ତେବେ ବହୁ ଦିନ ଧରି କାନ୍ତି ମଲିକ କେକେବିଏନ ସଂଘଠନରେ ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ପରେ ମାଓ ବାହିନୀଙ୍କ କାର୍ଯ୍ୟକମରେ ଅସନ୍ତୁଷ୍ଟ ହୋଇଥିଲେ ଓ ବିକାଶ କରୁଥିବା ଲୋକଙ୍କୁ ପୁଲିସ ଇନଫରମର କହି ମାରୁଥିଲେ, ଏଥିରେ ଅତିଷ୍ଠ ହୋଇ ମାଓ ମେମ୍ବର କାନ୍ତି ମାଲିକ ଆତ୍ମ ସମର୍ପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ତେବେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଏବଂ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଡାକରାରେ ପ୍ରଭାବିତ ହୋଇ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ମାଓବାଦୀ ଜଣକ ବିଭିନ ମାଓ ହିଂସା କାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ସନ୍ଦେହ କରିଛି । କନ୍ଧମାଳ ପୋଲିସକୁ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ ଅଧିକ ମନବଳ ବଢ଼ାଇଛି । ଆଗାମୀ ଦିନରେ ମଧ୍ୟ ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ତରଫରୁ ଆହ୍ଵାନ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର