ସମୁଦ୍ର ଆଁରେ ୬ ଜିଲ୍ଲାର ଅନେକ ଉପକୂଳ ଗାଁ; ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସୂଚନା

Madhusudan Das Picture
Published On

ଭୁବନେଶ୍ୱର: ସମୁଦ୍ର ଆଁରେ ୬ ଜିଲ୍ଲାର ଅନେକ ଉପକୂଳ ଗାଁ । ରାଜ୍ୟର ୬ଟି ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ । କେନ୍ଦ୍ରାପଡ଼ାର ୧୯, ଗଞ୍ଜାମର ୧୪, ପୁରୀ ଜିଲ୍ଲାର ୬ ଗାଁର ଅନେକାଂଶ ସମୁଦ୍ରରେ ବିଲୀନ ହୋଇଯାଇଛି । ଏହି ସବୁ ଗାଁ ୧୯୯୦ରୁ ୨୦୨୮ ମଧ୍ୟରେ ସମୁଦ୍ର ମାଡ଼ି ଆସିବା ଦ୍ୱାରା ଏପରି ପ୍ରଭାବିତ ହୋଇଛନ୍ତି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ । ରାଜନଗର ବ୍ଲକର ସାତଭାୟା, କାହ୍ନୁପୁରୁ, ବରାହିପୁର ଗାଁଲୋକଙ୍କୁ ଥଇଥାନ କରାଯାଇଛି । ସେହିପରି ବଗପାଟିଆରେ ମଗରକଣ୍ଡା ଓ ରବୀନ୍ଦ୍ରପାଲି ଲୋକଙ୍କୁ ମଧ୍ୟ ଥଇଥାନ କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରର ୧୪୦.୭୩ ହେକ୍ଟର ଜମି ସମୁଦ୍ର ମାଡ଼ି ଆସିବା ଦ୍ୱାରା ଅବକ୍ଷୟ ହୋଇଛି । ସମୁଦ୍ର ଜୁଆର ରୋକିବା ଲାଗି ଅଧିକରୁ ଅଧିକ ହେନ୍ତାଳ ବଣ ସୃଷ୍ଟି କରାଯାଉଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲର ଓ ପରିବେଶ ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ପୁଲିସ କବଜାରେ ରିକଭରି ଏଜେଣ୍ଟ, ମହଙ୍ଗା ପଡ଼ିଲା ଗାଡ଼ି ଭିଡ଼ିନେବା ...

Join Us @ WhatsApp

About The Author

Google News
Join Us @ WhatsApp