ରାଜଧାନୀରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ, କାର୍ ଭିତରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକ

Madhusudan Das Picture
Published On

ଭୁବନେଶ୍ବର: 'ମୋତେ ଧୋକା ଦେଲୁ, ଏଥର ଦାନା ନେ' । ରାଜଧାନୀ ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ । କାର୍ ଭିତରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଧମକ ଦେଉଛି ଦୁର୍ବୁତ୍ତ । ତ୍ରିକୋଣୀୟ ପ୍ରେମକୁ ନେଇ ଦୁର୍ବୁତ୍ତ ଜଣଙ୍କ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ ଦେଉଛନ୍ତି । ସାଙ୍ଗରେ ନରହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଅନ୍ୟ ଯୁବକ ସହ ବୁଲିଲେ ୨୪ ଘଣ୍ଟାରେ ମାରିଦେବ ବୋଲି କହୁଛି ଦୁର୍ବୁତ୍ତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯୁବତୀ ଜଣଙ୍କ ପେସାରେ ଜଣେ ବାର ଡ୍ୟାନ୍ସର ବୋଲି ଜଣାପଡିଛି । ତେବେ ଭିଡିଓରୁ ଅନୁମାନ କରାଯାଉଛି ଯେ, ଯୁବକ ଜଣଙ୍କ ସଂପୃକ୍ତ ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ଯୁବତୀ ଜଣଙ୍କ ତାଙ୍କୁ ଧୋକା ଦେଇଛନ୍ତି । ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିଛନ୍ତି । ଧରାପଡିଯିବା ପରେ ଯୁବତୀଙ୍କୁ ସଂପୃକ୍ତ ଯୁବକ ଜଣଙ୍କ ଏଭଳି ଧମକ ଦେଉଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଖୁଲମଖୁଲା ବନ୍ଧୁକ ଆସୁଛି କେଉଁଠୁ ? ଯୁବକ ଜଣଙ୍କ କିଏ ? ବନ୍ଧୁକର ଲାଇସେନ୍ସ ତାଙ୍କ ପାଖରେ ଅଛି କି ? ଭାଇରାଲ ଭିଡିଓ ଜରିଆରେ ଆରମ୍ଭ ହୋଇଛି ତନାଘନା ।

ଆହୁରି ପଢ଼ନ୍ତୁ: 'ଜେଲ୍‌ ହିଁ ଏବେ ମୋ ଜୀବନ', ଜାମିନ ନାମଞ୍ଜୁର ପରେ ଉମର ଖାଲିଦଙ୍କ ଭାବବିହ୍ୱଳ ପ୍ରତିକ୍ରିୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp