ପୋଲାଭରମ ବୁଡ଼ାଇବ ମାଲକାନଗିରି, ଆଜି ମୋଟୁରେ ‘ଜନଗର୍ଜନ’

ମାଲକାନଗିରି: ପୋଲାଭରମ୍ ଷଡ଼ଯନ୍ତ୍ର ବିରୋଧରେ ଆଜି ଗର୍ଜିବ ଓଡିଶା। ରାଜ୍ୟରୁ ୨୦ ବିଜେପି ସାଂସଦ ନେବା ସତ୍ତ୍ବେ କାହିଁକି ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବିଚାର କରିଛନ୍ତି, ତାହାର ଜବାବ୍ ମାଗିବେ ପୋଲାଭରମ୍ କ୍ରିୟାନୁଷ୍ଠାନ କମିଟି ଏବଂ ବିଜୁ ଜନତା ଦଳ। ଏନେଇ ଶୁକ୍ରବାର ମୋଟୁ ଅଞ୍ଚଳରେ କମିଟି ଓ ବିଜେଡି ତରଫରୁ ଗଣଆନ୍ଦୋଳନ ଡାକରା ଦିଆଯାଇଛି। ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦଳୀୟ ନେତୃମଣ୍ଡଳୀ ଓ ୫୦୦୦ରୁ ଊର୍ଦ୍ଧ୍ବ ଜନସାଧାରଣ ସାମିଲ ହେବେ। ରାଜ୍ୟ […]
ମାଲକାନଗିରି: ପୋଲାଭରମ୍ ଷଡ଼ଯନ୍ତ୍ର ବିରୋଧରେ ଆଜି ଗର୍ଜିବ ଓଡିଶା। ରାଜ୍ୟରୁ ୨୦ ବିଜେପି ସାଂସଦ ନେବା ସତ୍ତ୍ବେ କାହିଁକି ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବିଚାର କରିଛନ୍ତି, ତାହାର ଜବାବ୍ ମାଗିବେ ପୋଲାଭରମ୍ କ୍ରିୟାନୁଷ୍ଠାନ କମିଟି ଏବଂ ବିଜୁ ଜନତା ଦଳ। ଏନେଇ ଶୁକ୍ରବାର ମୋଟୁ ଅଞ୍ଚଳରେ କମିଟି ଓ ବିଜେଡି ତରଫରୁ ଗଣଆନ୍ଦୋଳନ ଡାକରା ଦିଆଯାଇଛି। ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦଳୀୟ ନେତୃମଣ୍ଡଳୀ ଓ ୫୦୦୦ରୁ ଊର୍ଦ୍ଧ୍ବ ଜନସାଧାରଣ ସାମିଲ ହେବେ। ରାଜ୍ୟ ଓ ମାଲକାନଗିରିବାସୀଙ୍କ ଅଧିକାର ପାଇଁ ବିଜୁ ଜନତା ଦଳ ସର୍ବଦା ସଂଗ୍ରାମ ଜାରି ରଖିବ ବୋଲି ବିଜେଡି ଚେତାବନୀ ଦେଇଛି।
ଓଡ଼ିଆ ଅସ୍ମିତା କଥା କହୁଥିବା ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶା ଏବେ ବିପଦରେ। ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଅଯାଚିତ ସହାୟତା ଓ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବା ବେଳେ ଓଡ଼ିଶା ଏଥିରେ କ୍ଷତିଗ୍ରସ୍ତ ହେବ। ଏକାଧିକ ଗାଁ ଜଳମଗ୍ନ ହେବ ଓ ଭିଟାମାଟି ଛାଡିବେ ଆଦିବାସୀ। ଡ୍ୟାମ୍ର ପଛୁଆ ଜଳ ପ୍ରବେଶ ଯୋଗୁଁ ପ୍ରଭାବିତ ହେବ ଓଡ଼ିଶାର ବହୁ ଆଦିବାସୀ ଗାଁ। ପରୋକ୍ଷ ଭାବେ ମାଥିଲି ଆଉ କୋରୁକୋଣ୍ଡା ଅଞ୍ଚଳରେ ସୃଷ୍ଟି ହେବ ବନ୍ୟା ପରିସ୍ଥିତି। ତେଣୁ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଛତିଶଗଡ଼, ତେଲଙ୍ଗାନା ଓ ଓଡ଼ିଶାର ବହୁ ସାମାଜିକ ସଂଗଠନ ପକ୍ଷରୁ ମିଳିତ କ୍ରିୟାନୁଷ୍ଠାନ କମିଟିର ସମାବେଶ ଅନୁଷ୍ଠିତ ହେବ।
ପୋଲାଭରମ ପ୍ରକଳ୍ପକୁ ଜାତୀୟ ମାନ୍ୟତା ସହିତ ପ୍ରକଳ୍ପ ଲାଗି ୧୫ ହଜାର କୋଟି ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର। ଆହୁରି ଆର୍ଥିକ ସହାୟତା ନେଇ ଶୀଘ୍ର ପ୍ରକଳ୍ପ ସାରିବା ପାଇଁ ଯୋଜନା କରିଛନ୍ତି। ରାଜ୍ୟ ସରକାର ଓଡିଶାର ସ୍ୱାର୍ଥ ପାଇଁ ପୋଲାଭରମ୍କୁ ବିରୋଧ କରିବେ କ’ଣ ଓଲଟା ପ୍ରକଳ୍ପକୁ ସମର୍ଥନ କରୁଛନ୍ତି। ବିଜେପିରୁ ୨୦ ସାଂସଦ ଥିଲେ ମଧ୍ୟ କେହି ସ୍ୱର ଉତ୍ତୋଳନ କରୁନାହାନ୍ତି। ପ୍ରକଳ୍ପକୁ ବନ୍ଦ କରିବାକୁ ବିକ୍ଷୋଭ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖି ଆପତ୍ତି ଜଣାଇଥିଲେ ମଧ୍ୟ ଏହାପ୍ରତି କର୍ଣ୍ଣପାତ କରାଯାଉ ନାହିଁ।
ବର୍ତ୍ତମାନ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରରେ ଏନ୍ଡିଏ ସରକାର ରହିଥିବାବେଳେ ଚଳିତ ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ସହ କାମ ଶେଷ କରିବାକୁ କହିଛି କେନ୍ଦ୍ର। ପ୍ରକଳ୍ପ ଶେଷ ହେଲେ କ’ଣ ସ୍ଥିତି ହେବ ତାହାକୁ ନେଇ ସନ୍ଦେହରେ ଅଛନ୍ତି ମୋଟୁ ଅଞ୍ଚଳବାସୀ। ଆନ୍ଧ୍ର ସରକାରଙ୍କ ପାଇଁ ଏହା ବହୁ ପ୍ରତୀକ୍ଷିତ ପ୍ରକଳ୍ପ ହୋଇଥିବାବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଏକ ଜାତୀୟ ପ୍ରକଳ୍ପ ଭାବେ ମାନ୍ୟତା ପାଇବା ପରେ ଯଥାଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି। ଆନ୍ଧ୍ର ସରକାରଙ୍କ ଏହି ପ୍ରକଳ୍ପକୁ ଛତିଶଗଡ଼ ସରକାର ମଧ୍ୟ ବିରୋଧ କରୁଛନ୍ତି। ସେପଟେ ଏନେଇ ଓଡ଼ିଶାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏର୍ଯ୍ୟନ୍ତ ଗ୍ରାମସଭା ହୋଇନାହିଁ କି ଉଚିତ ସର୍ଭେ ହୋଇନାହିଁ। ଯାହା ବର୍ତ୍ତମାନ ଆକଳନ କରାଯାଉଛି ତାହା ଯଦି ସତ ହୁଏ, ଆଗକୁ ମୋଟୁ ମାଲକାନଗିରି ମାନଚିତ୍ରରୁ ଲିଭିଯିବା ଥୟ। ଏହାପରେ ମୋଟୁ ଅଞ୍ଚଳବାସୀଙ୍କୁ କିଏ ଉଚିତ ଥଇଥାନ କରିବ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।
୨୦୨୨ ମସିହାରେ ମାଲକାନଗିରିରେ ସ୍ଥିତି ଅଣାୟତ ହେବା ସହ ୧୫୯ ଫୁଟ ଉଚ୍ଚର ଜଳ ଆସିଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳ ପକ୍ଷରୁ ଏହି ପ୍ରକଳ୍ପକୁ ନେଇ ବିରୋଧ କରିବା ସହ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାବି ହେଉଥିବା ବେଳେ ବିଗତ ଦିନରେ ବିଜୁ ଜନତା ଦଳ ପକ୍ଷରୁ ମୋଟୁ ଅଞ୍ଚଳରେ ଜନସଭା ମଧ୍ୟ କରାଯାଇଥିଲା। ତେବେ ଏସବୁ ମଧ୍ୟରେ କିନ୍ତୁ କେନ୍ଦ୍ର ଓ ବର୍ତ୍ତମାନର ରାଜ୍ୟ ସରକାର ସ୍ଥାଣୁ ପାଲଟି ଯାଇଥିବା ପରିଲଖିତ ହୋଇଛି। ରାଜ୍ୟବାସୀଙ୍କ ବୃହତ୍ ସ୍ୱାର୍ଥକୁ ବାଜିରେ ଲଗାଇ ବର୍ତ୍ତମାନର ବିଜେପି ସରକାର ନୀରବ ରହିଥିବାବେଳେ ବିଜୁ ଜନତା ଦଳ କିନ୍ତୁ ଏହି ପ୍ରକଳ୍ପକୁ ବିରୋଧ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସ୍ୱର ଉଠାଇବା ସହ ଆସନ୍ତାକାଲି ଜିଲ୍ଲାର ମୋଟୁଠାରେ ହେବାକୁ ଥିବା ପୋଲାଭରମ ବିରୋଧୀ ସଂଗ୍ରାମକୁ ସମର୍ଥନ ଜଣାଇଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି।