ରାଜ୍ୟରେ ସୀମା ଟପିଛି ଅରାଜକତା; ଦିନକରେ ଗଡ଼ିଲା ୫ ମୁଣ୍ଡ, ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

Deviprasad Mohanty Picture
Published On

 ବ୍ରହ୍ମପୁର: ରାଜ୍ୟରେ ସୀମା ଟପିଛି ଅରାଜକତା। ପ୍ରତିଦିନ ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କ ମନରେ ଭୟ ସଞ୍ଚାର କରିଛି। ଭସାଣି ଗଣ୍ଡଗୋଳକୁ ନେଇ ଅଶାନ୍ତ କଟକରେ କର୍ଫ୍ୟୁ ଲାଗୁ ସହ ଇଣ୍ଟରନେଟ ସେବା ବନ୍ଦ ରହିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନରେ ଗଡ଼ିଛି ୩ ମୁଣ୍ଡ। ଖୋଦ ଖଣିମନ୍ତ୍ରୀଙ୍କ ସହଯୋଗୀ କୁହାଯାଉଥିବା ଜଣେ ଆଇନଜୀବୀଙ୍କୁ କିଛି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ମୃତ ଆଇନଜୀବୀଙ୍କ ନାମ ପୀତବାସ ପଣ୍ଡା ଓ ଘଟଣାଟି ସହରର ମଧ୍ୟଭାଗରେ ବୈଦ୍ୟନାଥପୁର ଥାନା ଅଧୀନସ୍ଥ ବୈକୁଣ୍ଠନଗର ଅଞ୍ଚଳରେ ଘଟିଛି। ଗୁଳିମାଡ଼ ପରେ ତୁରନ୍ତ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ଡ଼ାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ସହରରେ ଉତ୍ତେଜନା ସୃଷ୍ଟି ହୋଇଛି। ଖୋଦ ଶାସକ ଦଳର ନେତା ଓ ଖଣିମନ୍ତ୍ରୀଙ୍କ ସହଯୋଗୀଙ୍କୁ ହତ୍ୟା ପରେ ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। 

ଆହୁରି ପଢ଼ନ୍ତୁ: ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ; ଥାନାରେ ଅଭିଯୋଗ ପରେ ବିଷ ପିଇ ପିଇଦେଲେ PEO

ସୋମବାର ରାତି ପ୍ରାୟ ୧୦ଟା ସମୟରେ ନିଜ ବାସଭବନକୁ ଫେରିବା ବେଳେ ପୂର୍ବରୁ ଅପେକ୍ଷା କରିଥିବା ଦୁଇଜଣ ହେଲମେଟ ପିନ୍ଧା ଯୁବକ ତାଙ୍କ ଉପରେ ଅତିନିକଟରୁ ଗୁଳିଚାଳନା କରିଥିଲେ। ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା ହୋଇଥିଲା ଓ ଗୋଟିଏ ଗୁଳି ତାଙ୍କ ଡ଼ାହାଣ ଛାତିରେ ବାଜିଥିଲା। ସଙ୍କଟାପନ୍ନ ଅବସ୍ଥାରେ ପୀତବାସଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥଲେ ହେଁ ଡ଼ାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଘଟିବା ପୂର୍ବରୁ ପୀତବାସ ପାର୍କସାହି ସ୍ଥିତ ନିଜ ଚାମ୍ବରରୁ ଏକ ମାମଲାରେ ଆଲୋଚନା କରିବାକୁ ବଡ଼ବଜାର ଥାନାକୁ ଯାଇଥିଲେ। ସେଠାରୁ ନିଜ ଘରକୁ ଫେରିବା ପରେ ଘର ନିକଟରେ ହିଁ ଦୃର୍ବୁତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଥିଲେ। ଏମକେସିଜି ମେଡିକାଲରେ ପ୍ରବଳ ଗହଳି ଦୃଷ୍ଟିରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଛି। ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଓ ଏହା ପଛରେ ରାଜନୈତିକ ଅଥବା ପୂର୍ବ ଶତ୍ରୁତା ତାହା ସ୍ପଷ୍ଟ ହୋଇପାରିନାହିଁ। ବୈଦ୍ୟନାଥପୁର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ସହରର ବିଭିନ୍ନ ସ୍ଥାନରେ ନକାବନ୍ଦି କରି ଦୃର୍ବୁତ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ୧୨ ବର୍ଷିୟା ନାବାଳିକାର ଜୀବନ ନେଇଗଲା ଉକୁଣୀ

ଗୁଳିମାଡ ହୋଇଥିବା ଅଞ୍ଚଳ ବ୍ରହ୍ମପୁର ବସଷ୍ଟାଣ୍ଡ ନିକଟରେ ହୋଇଥିବା ବେଳେ ଏହା ସଦାସର୍ବଦା ଗହଳି ଓ ବ୍ୟସ୍ତ ରହିଥାଏ। ତଥାପି ଏଭଳି ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଗୁଳିକାଣ୍ଡ ସହରବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀତବାସ ବର୍ତ୍ତମାନ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଅଛନ୍ତି ଓ ପୂର୍ବରୁ ସେ ଗଞ୍ଜାମ ଓକିଲ ସଂଘର ସଂପାଦକ ଥିଲେ। ଗତ ସାଧାରଣ ନିର୍ବାଚନ ସମୟରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଖବରପାଇ ଖଣି ମନ୍ତ୍ରୀ ବିଭୂତି ଜେନା, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ବନମାଳି ସେଠୀଙ୍କ ସମେତ ବହୁ ଆଇନଜୀବୀ ଡ଼ାକ୍ତରଖାନାରେ ପହଞ୍ଚିଛନ୍ତି।ଏଭଳି ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। 

ଆହୁରି ପଢ଼ନ୍ତୁ: ଦୁବାଇରେ ଦୀପିକାଙ୍କ ଜଲୱା: ଗୌରବ ଗୁପ୍ତାଙ୍କ ଡ୍ରେସ ଓ କୋଟି କୋଟି ଟଙ୍କାର ହାର!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp