ଆସନ୍ତାକାଲି ମୁଖ୍ଯମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ନୂଆ ରୂପରେ ଶୁଭାରମ୍ଭ ହେବ ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା, ହିତାଧିକାରୀଙ୍କୁ ମିିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ

The Sakala Picture
Published On

ମାଲକାନଗିରି: ଆସନ୍ତା କାଲି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୫ ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ବ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ପ୍ରତିଟି ହିତାଧିକାରୀ ମାନଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରିବା ସହ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲି ମାଲକାନଗିରି ଜିଲ୍ଲା ସଦର ମହକୁମାର ସଂସ୍କୃତି ଭବନ ପରିସରରେ ଜିଲ୍ଲା ବାସୀଙ୍କ ଉଦେଶ୍ୟରେ ବିଜୁ […]

ମାଲକାନଗିରି: ଆସନ୍ତା କାଲି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୫ ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ବ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ପ୍ରତିଟି ହିତାଧିକାରୀ ମାନଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରିବା ସହ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲି ମାଲକାନଗିରି ଜିଲ୍ଲା ସଦର ମହକୁମାର ସଂସ୍କୃତି ଭବନ ପରିସରରେ ଜିଲ୍ଲା ବାସୀଙ୍କ ଉଦେଶ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରସ୍ତ କରିବାର କାର୍ଯ୍ଯକ୍ରମ ରହିଛି। ଜିଲ୍ଲାରେ ଏହି ଯୋଜନା ମାଧ୍ୟମରେ ମୋଟ ୧ ଲକ୍ଷ ୬୩ ହଜାର ପରିବାର ଉପକୃତ ହେବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ଯକ୍ରମକୁ ନେଇ ଜିଲ୍ଲାରେ ଜୋର ଷୋରରେ ଜାରି ରହିଛି ପ୍ରସ୍ତୁତି ।

ଏ ନେଇ ଆଜି ସଂସ୍କୃତି ଭବନ ପରିସରରେ ଜିଲ୍ଲାପାଳ ବିଶାଳ ସିଂ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ଥିତି ପରଖି ଥିଲେ। ଜିଲ୍ଲା ସଂସ୍କୃତି ଭବନରେ କାର୍ଯ୍ଯକ୍ରମ ପାଇଁ ସ୍ବତନ୍ତ୍ର ବ୍ୟବସ୍ତା କରାଯାଇଥିବା ବେଳେ ସମସ୍ତ ଅଧିକାରୀ ଏହାର ତଦାରଖ କରିବା ସହ କାର୍ଯ୍ଯକ୍ରମକୁ ସଫଳ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। କୋଭିଡକୁ ଦୃଷ୍ଟିରେ ରଖି କିଭଳି ସମସ୍ତ କାର୍ଯ୍ଯକ୍ରମ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ସେନେଇ ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବିଭିନ୍ନ ହୋଡିଙ୍ଗ ମାନ ଲଗାଇବା ସହ ସଚେତନତା ପାଇଁ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରାଯାଉଛି ।

19 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର