ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି: ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ, ଅଟକି ରହିଛି ବହୁ ଦୂରଗାମୀ ବସ ଓ ଟ୍ରକ୍

The Sakala Picture
Published On

ମାଲକାନଗିରି: ପ୍ରବଳ ବର୍ଷାରେ ବେହାଲ ହୋଇ ପଡିଛି ମାଲକାନଗିରି ଜିଲ୍ଲା । ଗତ ଏକସପ୍ତାହ ଧରି ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ସାବେରି, ସିଲେରୁ ଚିନା ଗୋଦାବରୀ ପ୍ରଭୃତି ନଦୀରେ ଜଳସ୍ତର ବୃଦ୍ଧି ପାଇ ତଳି ଅଞ୍ଚଳରେ ଅନେକ ରାସ୍ତା ଉପରକୁ ଜଳ ଆସି ଯାତାୟାତ ବନ୍ଦ ହୋଇ ପଡିଛି । ଏହାସହ ଅନେକ ଅଞ୍ଚଳରେ ଜଳ ସ୍ତର ବୃଦ୍ଧି ବନ୍ୟା ପରିସ୍ଥିତି ମଧ୍ୟ ଉପପୁଜୁଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଜିଲ୍ଲାରେ ଏଭଳି ସ୍ଥିତି […]

ମାଲକାନଗିରି: ପ୍ରବଳ ବର୍ଷାରେ ବେହାଲ ହୋଇ ପଡିଛି ମାଲକାନଗିରି ଜିଲ୍ଲା । ଗତ ଏକସପ୍ତାହ ଧରି ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ସାବେରି, ସିଲେରୁ ଚିନା ଗୋଦାବରୀ ପ୍ରଭୃତି ନଦୀରେ ଜଳସ୍ତର ବୃଦ୍ଧି ପାଇ ତଳି ଅଞ୍ଚଳରେ ଅନେକ ରାସ୍ତା ଉପରକୁ ଜଳ ଆସି ଯାତାୟାତ ବନ୍ଦ ହୋଇ ପଡିଛି । ଏହାସହ ଅନେକ ଅଞ୍ଚଳରେ ଜଳ ସ୍ତର ବୃଦ୍ଧି ବନ୍ୟା ପରିସ୍ଥିତି ମଧ୍ୟ ଉପପୁଜୁଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଜିଲ୍ଲାରେ ଏଭଳି ସ୍ଥିତି ଉପୁଜୁଥିବା ବେଳେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଆସୁଥିବା ପଛୁଆ ଜଳ ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଇଛି । ଏହି ପ୍ରକଳ୍ପରୁ ନିଷ୍କାସିତ ଗୋଦାବରୀ ନଦିର ଜଳ ୨ ନଂ ବିପଦ ସଂକେତ ଉପରେ ପ୍ରଭାବିତ‌ ହେଉଥିବାରୁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ବର୍ତ୍ତମାନ ସୁଦ୍ଧା ଏହି ପୋଲାଭରମର ୪୮ଟି ଗେଟରୁ ୯ ଲକ୍ଷ କ୍ୟୁସେକ ଜଳ ଛଡାଯିବା ଫଳରେ ମୋଟୁ ଓ ଚିନ୍ତୁର ୩୨୬ ଜାତୀୟ ରାଜପଥ ଉପରେ ଜଳ ପ୍ରବାହିତ ହୋଇ ମାଲକାନଗିରି ଠାରୁ ହାଇଦ୍ରାବାଦ ଯାତାୟତ‌ ଠପ ହୋଇଯାଇଛି । ମୁଖ୍ୟ ରାସ୍ତାର ନିଲିପକା ନିକଟରେ ମଧ୍ୟ ପୋଲ ବନ୍ୟା ପାଣିରେ ବୁଡ଼ି ଯାଇଛି। ଏହାଫଳରେ ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି। ଉଭୟ ପଟେ ବହୁ ଦୂରଗାମୀ ବସ ଓ ଟ୍ରକ ଅଟକି ରହିଛି। ସେହିପରି ମୋଟୁ ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ  ହୋଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଅନ୍ୟ ପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ପାଙ୍ଗାମ ପୋଟେରୁ ନଦୀରେ ଜଳ ସ୍ତର ମଧ୍ୟ ବୃଦ୍ଧିପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବଣ୍ଡାଘାଟିରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ବଣ୍ଡାଘାଟିରେ ଅନେକ ସ୍ଥାନରେ ଥିବା ମାଟି ରାସ୍ତାଗୁଡିକ ଅନେକ ସ୍ଥାନରେ ଧସି ଯିବାରୁ ସେହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ତେବେ ଗତ କିଛିଦିନ ପୂର୍ବେ ବର୍ଷା ପ୍ରଭାବରୁ ଅଣ୍ଡ୍ରାହାଲ ଠାରୁ କୋରାପୁଟ ଜିଲ୍ଲାର ଅନକାଡେଲିକୁ ଯାଉଥିବା ରାସ୍ତାରେ ଥିବା ବ୍ରିଜଟି ଭାଙ୍ଗିଯିବାରୁ ଏହି ରାସ୍ତାରେ ଲୋକେ ବିପଦ ପୂର୍ଣ ଭାବେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

କେବଳ ଏତିକି ନୁହେ ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ଅନେକ କଚ୍ଚା ଘର ମଧ୍ୟ ଭାଙ୍ଗି ଯାଇଥିବା ନଜର ଆସିଛି । ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବନ୍ୟାର ସଠିକ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବିଡିଓ, ତହସିଲଦାର, ଜରୁରୀ କାଳୀନ ବିଭାଗ କର୍ମଚାରୀ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଯେଉଁ ସ୍ଥାନରେ ବି ବନ୍ୟା ପରିସ୍ଥିତି ଉପୁଜେ ସେହି ସ୍ଥାନର ତଳି ଅଞ୍ଚଳରେ ଫଶୀ ରହିଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ସହ ସୁଖ ଓ ରନ୍ଧା ଖଦିର ବ୍ୟବସ୍ତା ପାଇଁ ପଦକ୍ଷେପ ନିଆଯାଇଥିବା ଜଣା ପଡିଛି । ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭.୭୪ ମିମି ବର୍ଷା ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।

12 Jul 2022 By The Sakala

ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି: ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ, ଅଟକି ରହିଛି ବହୁ ଦୂରଗାମୀ ବସ ଓ ଟ୍ରକ୍

ମାଲକାନଗିରି: ପ୍ରବଳ ବର୍ଷାରେ ବେହାଲ ହୋଇ ପଡିଛି ମାଲକାନଗିରି ଜିଲ୍ଲା । ଗତ ଏକସପ୍ତାହ ଧରି ଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ସାବେରି, ସିଲେରୁ ଚିନା ଗୋଦାବରୀ ପ୍ରଭୃତି ନଦୀରେ ଜଳସ୍ତର ବୃଦ୍ଧି ପାଇ ତଳି ଅଞ୍ଚଳରେ ଅନେକ ରାସ୍ତା ଉପରକୁ ଜଳ ଆସି ଯାତାୟାତ ବନ୍ଦ ହୋଇ ପଡିଛି । ଏହାସହ ଅନେକ ଅଞ୍ଚଳରେ ଜଳ ସ୍ତର ବୃଦ୍ଧି ବନ୍ୟା ପରିସ୍ଥିତି ମଧ୍ୟ ଉପପୁଜୁଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଜିଲ୍ଲାରେ ଏଭଳି ସ୍ଥିତି ଉପୁଜୁଥିବା ବେଳେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଆସୁଥିବା ପଛୁଆ ଜଳ ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଇଛି । ଏହି ପ୍ରକଳ୍ପରୁ ନିଷ୍କାସିତ ଗୋଦାବରୀ ନଦିର ଜଳ ୨ ନଂ ବିପଦ ସଂକେତ ଉପରେ ପ୍ରଭାବିତ‌ ହେଉଥିବାରୁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ବର୍ତ୍ତମାନ ସୁଦ୍ଧା ଏହି ପୋଲାଭରମର ୪୮ଟି ଗେଟରୁ ୯ ଲକ୍ଷ କ୍ୟୁସେକ ଜଳ ଛଡାଯିବା ଫଳରେ ମୋଟୁ ଓ ଚିନ୍ତୁର ୩୨୬ ଜାତୀୟ ରାଜପଥ ଉପରେ ଜଳ ପ୍ରବାହିତ ହୋଇ ମାଲକାନଗିରି ଠାରୁ ହାଇଦ୍ରାବାଦ ଯାତାୟତ‌ ଠପ ହୋଇଯାଇଛି । ମୁଖ୍ୟ ରାସ୍ତାର ନିଲିପକା ନିକଟରେ ମଧ୍ୟ ପୋଲ ବନ୍ୟା ପାଣିରେ ବୁଡ଼ି ଯାଇଛି। ଏହାଫଳରେ ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି। ଉଭୟ ପଟେ ବହୁ ଦୂରଗାମୀ ବସ ଓ ଟ୍ରକ ଅଟକି ରହିଛି। ସେହିପରି ମୋଟୁ ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ  ହୋଇଛି।

ଅନ୍ୟ ପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ପାଙ୍ଗାମ ପୋଟେରୁ ନଦୀରେ ଜଳ ସ୍ତର ମଧ୍ୟ ବୃଦ୍ଧିପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବଣ୍ଡାଘାଟିରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ବଣ୍ଡାଘାଟିରେ ଅନେକ ସ୍ଥାନରେ ଥିବା ମାଟି ରାସ୍ତାଗୁଡିକ ଅନେକ ସ୍ଥାନରେ ଧସି ଯିବାରୁ ସେହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ତେବେ ଗତ କିଛିଦିନ ପୂର୍ବେ ବର୍ଷା ପ୍ରଭାବରୁ ଅଣ୍ଡ୍ରାହାଲ ଠାରୁ କୋରାପୁଟ ଜିଲ୍ଲାର ଅନକାଡେଲିକୁ ଯାଉଥିବା ରାସ୍ତାରେ ଥିବା ବ୍ରିଜଟି ଭାଙ୍ଗିଯିବାରୁ ଏହି ରାସ୍ତାରେ ଲୋକେ ବିପଦ ପୂର୍ଣ ଭାବେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେ ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ଅନେକ କଚ୍ଚା ଘର ମଧ୍ୟ ଭାଙ୍ଗି ଯାଇଥିବା ନଜର ଆସିଛି । ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବନ୍ୟାର ସଠିକ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବିଡିଓ, ତହସିଲଦାର, ଜରୁରୀ କାଳୀନ ବିଭାଗ କର୍ମଚାରୀ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଯେଉଁ ସ୍ଥାନରେ ବି ବନ୍ୟା ପରିସ୍ଥିତି ଉପୁଜେ ସେହି ସ୍ଥାନର ତଳି ଅଞ୍ଚଳରେ ଫଶୀ ରହିଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ସହ ସୁଖ ଓ ରନ୍ଧା ଖଦିର ବ୍ୟବସ୍ତା ପାଇଁ ପଦକ୍ଷେପ ନିଆଯାଇଥିବା ଜଣା ପଡିଛି । ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭.୭୪ ମିମି ବର୍ଷା ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।

https://www.thesakala.in/latest-odisha-news/malkangiri/heavy-rains-in-malkangiri-andhra-pradesh-is-cut-off-from-malkangiri/article-13240
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର