ପୁଲିସ-ମାଓବାଦୀ ଗୁଳି ବିନିମୟ: ୨ ହାର୍ଡକୋର ମହିଳା ମାଓବାଦୀ ନିହତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରରେ ଦୁଇ ହାର୍ଡକୋର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। STF, DRG ଏବଂ CRPF ଜବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି। ସୂଚନା ଅନୁଯାୟୀ, ଛତିଶଗଡ଼ର ଦନ୍ତେୱାଡାରେ ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଥିଲା। କଟେକଲ୍ୟାଣ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ ଏକ କ୍ୟାମ୍ପ କରି ପୁଲିସକୁ ଟାର୍ଗେଟ କରିବାକୁ ଏକ ବଡ଼ ଯୋଜନା କରୁଥିଲା ମାଓ […]

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରରେ ଦୁଇ ହାର୍ଡକୋର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। STF, DRG ଏବଂ CRPF ଜବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି।

ସୂଚନା ଅନୁଯାୟୀ, ଛତିଶଗଡ଼ର ଦନ୍ତେୱାଡାରେ ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଥିଲା। କଟେକଲ୍ୟାଣ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ ଏକ କ୍ୟାମ୍ପ କରି ପୁଲିସକୁ ଟାର୍ଗେଟ କରିବାକୁ ଏକ ବଡ଼ ଯୋଜନା କରୁଥିଲା ମାଓ ସଙ୍ଗଠନ। ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଥିଲେ। ପରେ ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରୁ ୩ଟି ବନ୍ଧୁକ ସହ ଗୁଳି ଓ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର