ବିଦେଶ ଫେରନ୍ତାଙ୍କୁ ଲୁଟ୍ କରି ଚମ୍ପଟ ମାରିଥିବା କ୍ୟାବ ଡ୍ରାଇଭର ଗିରଫ; ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ଜବତ

Madhusudan Das Picture
Published On

ଭୁବନେଶ୍ୱର: ଗିରଫ ହେଲା ଲୁଟେରା କ୍ୟାବ ଡ୍ରାଇଭର । ଚନ୍ଦ୍ରଶେଖର ଥାନା ପୁଲିସ ଡ୍ରାଇଭରଙ୍କୁ ଗିରଫ କରିଛି। ବିଦେଶ ଫେରନ୍ତାଙ୍କୁ ଲୁଟ କରି ରାସ୍ତାରେ ଛାଡି ଚମ୍ପଟ ମାରିଥିବା କ୍ୟାବ ଡ୍ରାଇଭର ନାଗା ପରମାଣିକକୁ ଗିରଫ କରିଛି ପୋଲିସ । ତାଙ୍କ ଠାରୁ ଲୁଟ୍ ହୋଇଥିବା ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଛି । ଗତକାଲି ରାତିରେ ଘଟିଥିଲା ଏଭଳି ଘଟଣା। ଥାଇଲାଣ୍ଡରୁ ଫେରିବା ବେଳେ ଠକେଇର ଶିକାର ହୋଇଥିଲେ ଜଣେ ବ୍ୟକ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗାଡି ଖରାପ କହିବା ସହ ଏତଲାକାରୀ ପାସେଞ୍ଜରଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲା ଡ୍ରାଇଭର। ପରେ ହୀରା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ ଡ୍ରାଇଭର । ଏ ନେଇ ଅଧିକ ତଦନ୍ତ ପରେ ଅଭିଯୁକ୍ତ ଡ୍ରାଇଭର କୁ ୮ ଘଣ୍ଟା ଭିତରେ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଆହୁରି ପଢ଼ନ୍ତୁ: ପୋଲିସ SI ପରୀକ୍ଷା ସ୍କାମ: CBI ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ, ସନ୍ଦେହଘେରରେ OPRB

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp