ଆଜି ଘୂର୍ଣ୍ଣିବଳୟ : ଆସନ୍ତାକାଲି ନେଇପାରେ ଲଘୁଚାପର ରୂପ, ତିନି ଦିନ ପ୍ରବଳ ବର୍ଷିବ

The Sakala Picture
Published On

ଭୁବନେଶ୍ୱର : ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼଼ିବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ରାଜ୍ୟକୁ ପୁଣି ବର୍ଷା ଆଣିବ। ବୁଧବାରଠାରୁ ବିଭିନ୍ନ ସ୍ଥାନରେ ପ୍ରବଳ ଥିବା ବେଳେ ଗୁରୁ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଥିବା ବେଳେ ଲଘୁଚାପ ସମ୍ପର୍କରେ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ […]

ଭୁବନେଶ୍ୱର : ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼଼ିବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ରାଜ୍ୟକୁ ପୁଣି ବର୍ଷା ଆଣିବ। ବୁଧବାରଠାରୁ ବିଭିନ୍ନ ସ୍ଥାନରେ ପ୍ରବଳ ଥିବା ବେଳେ ଗୁରୁ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଥିବା ବେଳେ ଲଘୁଚାପ ସମ୍ପର୍କରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ, ଜୁନ୍ ୧୮ରେ ଭୋଟ୍

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବ। ବୁଧବାର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ୍‍ରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ୮ ତାରିଖରେ ୯ଟି ଜିଲ୍ଲା ଓ ୯ ତାରିଖରେ ୧୬ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଭତ୍ତା ପାଇଁ ପରିଣତ ବୟସରେ ସଂଘର୍ଷ କରୁଛନ୍ତି ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧା

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ମଧ୍ୟାହ୍ଣ ସୁଦ୍ଧା ଘୂର୍ଣ୍ଣି ବଳୟ ସୃଷ୍ଟି ହୋଯାଇଛି। ଏହା ପ୍ରଭାବରେ ବୁଧବାର କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ କ୍ରମଶଃ ଆନ୍ଧ୍ର ଉପକୂଳକୁ ମୁହାଁଇବ। ଏନ୍‍ସିଏଚ୍‍ଡବ୍ଲୁଏଫ୍‍ ମଡେଲ୍‍ର ଆକଳନ ଅନୁଯାୟୀ ଏହି ସିଷ୍ଟମଟି ଓଡ଼ିଶା ଉପକୂଳ ହୋଇ ୧୨ ତାରିଖରେ ପଶ୍ଚିମ ଆଡ଼କୁ ଯିବ। ଏହାର ପ୍ରଭାବରେ ଆସନ୍ତା ୩ ଦିନ (୮ ତାରିଖ ପର୍ଯ୍ୟନ୍ତ) ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ। ଏହାର ପର ଦୁଇ ଦିନ ଅର୍ଥାତ୍‍ ୯ ଓ ୧୦ ତାରିଖରେ ଉପକୂଳ ବିଶେଷ କରି ଉତ୍ତର ଉପକୂଳରେ ୪୦ ମିମି , ଦକ୍ଷିଣରେ ୫୦ ମିମି ଓ ପଶ୍ଚିମରେ ୨୦ ମିମି ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ବିଜେପି ବିଧାୟକ ନବୀନ ଜୈନଙ୍କ ବିବାଦୀୟ ବୟାନ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱରରେ ୯ରେ ମଧ୍ୟମ ଧରଣର ଏବଂ ୧୦ ଓ ୧୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆଭ୍ୟନ୍ତରୀଣରେ ୯-୧୧ ପର୍ଯ୍ୟନ୍ତ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି। ୧୨-୧୪ ମଧ୍ୟରେ ବର୍ଷାର ପରିମାଣ ବଢ଼଼ିବ। ଉପକୂଳରେ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଦକ୍ଷିଣରେ ସବୁଠୁ ଅଧିକ ବର୍ଷା ହେବ। ଦ୍ୱିତୀୟ ଲଘୁଚାପ ଟି ୧୨ ତାରିଖରେ ଉତ୍ତର ବଙ୍ଗୋପସାଗରର ମୁଣ୍ଡରେ ସୃଷ୍ଟି ହେବାର ସମ୍ଭାବନା ରହିଛି।

07 Sep 2022 By The Sakala

ଆଜି ଘୂର୍ଣ୍ଣିବଳୟ : ଆସନ୍ତାକାଲି ନେଇପାରେ ଲଘୁଚାପର ରୂପ, ତିନି ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼଼ିବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ରାଜ୍ୟକୁ ପୁଣି ବର୍ଷା ଆଣିବ। ବୁଧବାରଠାରୁ ବିଭିନ୍ନ ସ୍ଥାନରେ ପ୍ରବଳ ଥିବା ବେଳେ ଗୁରୁ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଥିବା ବେଳେ ଲଘୁଚାପ ସମ୍ପର୍କରେ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବ। ବୁଧବାର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ୍‍ରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ୮ ତାରିଖରେ ୯ଟି ଜିଲ୍ଲା ଓ ୯ ତାରିଖରେ ୧୬ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ମଧ୍ୟାହ୍ଣ ସୁଦ୍ଧା ଘୂର୍ଣ୍ଣି ବଳୟ ସୃଷ୍ଟି ହୋଯାଇଛି। ଏହା ପ୍ରଭାବରେ ବୁଧବାର କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ କ୍ରମଶଃ ଆନ୍ଧ୍ର ଉପକୂଳକୁ ମୁହାଁଇବ। ଏନ୍‍ସିଏଚ୍‍ଡବ୍ଲୁଏଫ୍‍ ମଡେଲ୍‍ର ଆକଳନ ଅନୁଯାୟୀ ଏହି ସିଷ୍ଟମଟି ଓଡ଼ିଶା ଉପକୂଳ ହୋଇ ୧୨ ତାରିଖରେ ପଶ୍ଚିମ ଆଡ଼କୁ ଯିବ। ଏହାର ପ୍ରଭାବରେ ଆସନ୍ତା ୩ ଦିନ (୮ ତାରିଖ ପର୍ଯ୍ୟନ୍ତ) ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ। ଏହାର ପର ଦୁଇ ଦିନ ଅର୍ଥାତ୍‍ ୯ ଓ ୧୦ ତାରିଖରେ ଉପକୂଳ ବିଶେଷ କରି ଉତ୍ତର ଉପକୂଳରେ ୪୦ ମିମି , ଦକ୍ଷିଣରେ ୫୦ ମିମି ଓ ପଶ୍ଚିମରେ ୨୦ ମିମି ବର୍ଷା ହୋଇପାରେ।

ଭୁବନେଶ୍ୱରରେ ୯ରେ ମଧ୍ୟମ ଧରଣର ଏବଂ ୧୦ ଓ ୧୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆଭ୍ୟନ୍ତରୀଣରେ ୯-୧୧ ପର୍ଯ୍ୟନ୍ତ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି। ୧୨-୧୪ ମଧ୍ୟରେ ବର୍ଷାର ପରିମାଣ ବଢ଼଼ିବ। ଉପକୂଳରେ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଦକ୍ଷିଣରେ ସବୁଠୁ ଅଧିକ ବର୍ଷା ହେବ। ଦ୍ୱିତୀୟ ଲଘୁଚାପ ଟି ୧୨ ତାରିଖରେ ଉତ୍ତର ବଙ୍ଗୋପସାଗରର ମୁଣ୍ଡରେ ସୃଷ୍ଟି ହେବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର