ରାଜଧାନୀରେ ବଡ଼ ଧରଣର ଚୋରି, ଝରକା ଭାଙ୍ଗି ଘରେ କଳାକନା ବୁଲାଇଦେଲା ଚୋର

The Sakala Picture
Published On

ଭୁବନେଶ୍ବର : ରବିବାର ସକାଳୁ ରାଜଧାନୀରେ ବଡ଼ ଧରଣର ଚୋରି ହୋଇଛି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଛି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ । ସୂଚନା ଅନୁସାରେ ଚୋରି ହୋଇଥିବା ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ । ଗୁଜରାଟରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ସେ ଯାଇଥିଲେ । ତାଙ୍କ ବଡ଼ ଭାଇ ତଳ ମହଲାରେ […]

ଭୁବନେଶ୍ବର : ରବିବାର ସକାଳୁ ରାଜଧାନୀରେ ବଡ଼ ଧରଣର ଚୋରି ହୋଇଛି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଛି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ସୂଚନା ଅନୁସାରେ ଚୋରି ହୋଇଥିବା ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ । ଗୁଜରାଟରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ସେ ଯାଇଥିଲେ । ତାଙ୍କ ବଡ଼ ଭାଇ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରୁ ଚୋରି ହୋଇଥିବା ଜଣାପଡ଼ିଛି । ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘରେ ପଶିଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଶେଖ୍ ଇମ୍ରାନ ସମେତ ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଜଣେ ପଡ଼ୋଶୀ ବିଳମ୍ବିତ ରାତିରେ ଅସ୍ୱାଭାବିକ ଶବ୍ଦ ଶୁଣି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଯାଞ୍ଚ କରିବା ବେଳକୁ ଚୋର ଚୋରି କରିସାରି ଚମ୍ପଟ ମାରିଥିଲା । ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତଳ ମହଲାରେ ଲୋକ ରହୁଥିବା ବେଳେ ଚୋର କିଭଳି ଏତେ ବଡ଼ ସାହାସ କରିପାରିଲା। ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଚୋର କିଛି ଦିନ ହେବ ସେହି ଅଞ୍ଚଳରେ ବୁଲି ସବିଶେଷ ତଥ୍ୟ ସଂଗ୍ରହ କରିବା ନେଇ ସନ୍ଦେହ କରାଯାଉଛି ।ଘଟଣାରୁ ଯାହା ଅନୁମାନ କରିହେଉଛି ଯେ ଚୋର ପାରିପାର୍ଶ୍ୱିକ ପରିସ୍ଥିତି ବିଷୟରେ ପ୍ରଥମେ ତଥ୍ୟ ସଂଗ୍ରହ କରିଥିଲା, ପରେ ବିଳମ୍ବିତ ରାତି ସମୟରେ ଘରେ ପଶି ଚୋରି କରିବାକୁ ଯୋଜନା କରିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିଲେ ମଧ୍ୟ ଏବେ ସୁଦ୍ଧା ଚୋର ବାବଦରେ କୌଣସି ସୁରାକ ପାଇ ପାରୁନାହିଁ ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

17 Oct 2021 By The Sakala

ରାଜଧାନୀରେ ବଡ଼ ଧରଣର ଚୋରି, ଝରକା ଭାଙ୍ଗି ଘରେ କଳାକନା ବୁଲାଇଦେଲା ଚୋର

ଭୁବନେଶ୍ବର : ରବିବାର ସକାଳୁ ରାଜଧାନୀରେ ବଡ଼ ଧରଣର ଚୋରି ହୋଇଛି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଛି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ ।

ସୂଚନା ଅନୁସାରେ ଚୋରି ହୋଇଥିବା ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ । ଗୁଜରାଟରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ସେ ଯାଇଥିଲେ । ତାଙ୍କ ବଡ଼ ଭାଇ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରୁ ଚୋରି ହୋଇଥିବା ଜଣାପଡ଼ିଛି । ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘରେ ପଶିଥିବା ସନ୍ଦେହ କରାଯାଉଛି ।

ଜଣେ ପଡ଼ୋଶୀ ବିଳମ୍ବିତ ରାତିରେ ଅସ୍ୱାଭାବିକ ଶବ୍ଦ ଶୁଣି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଯାଞ୍ଚ କରିବା ବେଳକୁ ଚୋର ଚୋରି କରିସାରି ଚମ୍ପଟ ମାରିଥିଲା । ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତଳ ମହଲାରେ ଲୋକ ରହୁଥିବା ବେଳେ ଚୋର କିଭଳି ଏତେ ବଡ଼ ସାହାସ କରିପାରିଲା। ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଚୋର କିଛି ଦିନ ହେବ ସେହି ଅଞ୍ଚଳରେ ବୁଲି ସବିଶେଷ ତଥ୍ୟ ସଂଗ୍ରହ କରିବା ନେଇ ସନ୍ଦେହ କରାଯାଉଛି ।ଘଟଣାରୁ ଯାହା ଅନୁମାନ କରିହେଉଛି ଯେ ଚୋର ପାରିପାର୍ଶ୍ୱିକ ପରିସ୍ଥିତି ବିଷୟରେ ପ୍ରଥମେ ତଥ୍ୟ ସଂଗ୍ରହ କରିଥିଲା, ପରେ ବିଳମ୍ବିତ ରାତି ସମୟରେ ଘରେ ପଶି ଚୋରି କରିବାକୁ ଯୋଜନା କରିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିଲେ ମଧ୍ୟ ଏବେ ସୁଦ୍ଧା ଚୋର ବାବଦରେ କୌଣସି ସୁରାକ ପାଇ ପାରୁନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର