ପୁରୀରେ ମାଉସୀ ମା’ ମନ୍ଦିରରୁ ଚୋରି

The Sakala Picture
Published On

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିଥିବା ଜଣାପଡ଼ିଛି। ଏଥିସହ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତ ଦାନ ବାକ୍ସରୁ ଚୋରି କରି ନେଇଥିବା ଜଣାପଡ଼ିଛି। ମନ୍ଦିର ଭିତରେ ଥିବା ଆଲମିରା ଭାଙ୍ଗି ମା’ଙ୍କର କିଛି ରୂପା ଅଳଙ୍କାର ମଧ୍ୟ ଚୋରି ହୋଇଥିବା […]

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିଥିବା ଜଣାପଡ଼ିଛି। ଏଥିସହ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟ୍‌ କରିଛନ୍ତି।
ଦୁର୍ବୃତ୍ତ ଦାନ ବାକ୍ସରୁ ଚୋରି କରି ନେଇଥିବା ଜଣାପଡ଼ିଛି। ମନ୍ଦିର ଭିତରେ ଥିବା ଆଲମିରା ଭାଙ୍ଗି ମା’ଙ୍କର କିଛି ରୂପା ଅଳଙ୍କାର ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କୁମ୍ଭାରପଡ଼ା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ମା’ଙ୍କ ମୂଲ୍ୟବାନ ସୁନା, ରୂପା ଏବଂ ଅନ୍ୟାନ୍ୟ ଗହଣା ସୁରକ୍ଷିତ ଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ଼୍‌ ଗଠନ କରାଯାଇଛି ଏବଂ ଖୁବଶୀଘ୍ର ଅପରାଧୀ ଗିରଫ ହେବ ବୋଲି ଏସ୍‌ପି କହିଛନ୍ତି।

ଅପରପକ୍ଷରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଚୋରି ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ​‌ସେ କହିଛନ୍ତି, ଗତ ରାତିରେ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା ଶୁଣି ମୁଁ ଆଶ୍ଚର୍ୟ୍ୟ ହୋଇଗଲି। ଅପରାଧୀକୁ ଧରିବା ପାଇଁ ଜିଲା ଏବଂ ପୁଲିସ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉଚିତ। ଏହାସହିତ ଆଗାମୀ ଦିନରେ ଯେପରି ଏପରି ଅଘଟଣ ନ ଘଟେ ସେଥିପ୍ରତି ଧ୍ୟାନ ଦେଇ ଶ୍ରୀକ୍ଷେତ୍ରର ଉପାସନା ସ୍ଥଳଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରାଯିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ମୋଟ ୧୧ ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp