ଆକାଶରୁ ଖସିଲା ମୃତ୍ୟୁ : ଚାଲିଗଲା ୩ ଜଣଙ୍କ ଜୀବନ

The Sakala Picture
Published On

ବାରିପଦା/ନାଖରା :  ସୋମବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାରେ ପୃଥକ ସ୍ଥାନରେ ବଜ୍ରାପାତ ୩ଜଣଙ୍କ ଜୀବନ ନେଇଛି। ଶାମାଖୁଣ୍ଟା ବ୍ଲକ ବାହାଦୂରପୁର ଗ୍ରାମର ମାଳତୀ ମହାନ୍ତ (୫୫) ଓ ପାଣ୍ଡୁରା ଗ୍ରାମର ପାର୍ବତୀ ସିଂ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି। ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଉଭୟଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ବାରିପଦା ସଦର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି […]

ବାରିପଦା/ନାଖରା :  ସୋମବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାରେ ପୃଥକ ସ୍ଥାନରେ ବଜ୍ରାପାତ ୩ଜଣଙ୍କ ଜୀବନ ନେଇଛି। ଶାମାଖୁଣ୍ଟା ବ୍ଲକ ବାହାଦୂରପୁର ଗ୍ରାମର ମାଳତୀ ମହାନ୍ତ (୫୫) ଓ ପାଣ୍ଡୁରା ଗ୍ରାମର ପାର୍ବତୀ ସିଂ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି। ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଉଭୟଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ବାରିପଦା ସଦର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

ସେହିପରି ବେତନଟୀ ବ୍ଲକ ପାଟଳିପୁରା ପଞ୍ଚାୟତ ଦେଓପଡା ଗ୍ରାମର ଜଟିଆ ସିଂଙ୍କ ଝିଅ ବେଲ ଓରଫ ରଞ୍ଜିତା(୧୩) ଘର ଅଗଣାରେ ଖେଳୁଥିବା ସମୟରେ ବଜ୍ରପାତ ହେବାରୁ ଟଳିପଡିଥିଲେ। ଆମ୍ବୁଲାନ୍ସ ନମିଳିବାରୁ ସକାଳ ପ୍ରତିନିଧି ଲମ୍ବୋଦର ଦାସ ଏକ ଅଟୋରେ ସଙ୍ଗେ ସଙ୍ଗେ ବୈଶିଙ୍ଗା ଡାକ୍ତରଖାନାକୁ ରଞ୍ଜିତାଙ୍କୁ ପଠାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି। ବୈଶିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

05 Sep 2022 By The Sakala

ଆକାଶରୁ ଖସିଲା ମୃତ୍ୟୁ : ଚାଲିଗଲା ୩ ଜଣଙ୍କ ଜୀବନ

ବାରିପଦା/ନାଖରା :  ସୋମବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାରେ ପୃଥକ ସ୍ଥାନରେ ବଜ୍ରାପାତ ୩ଜଣଙ୍କ ଜୀବନ ନେଇଛି। ଶାମାଖୁଣ୍ଟା ବ୍ଲକ ବାହାଦୂରପୁର ଗ୍ରାମର ମାଳତୀ ମହାନ୍ତ (୫୫) ଓ ପାଣ୍ଡୁରା ଗ୍ରାମର ପାର୍ବତୀ ସିଂ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି। ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଉଭୟଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ବାରିପଦା ସଦର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ସେହିପରି ବେତନଟୀ ବ୍ଲକ ପାଟଳିପୁରା ପଞ୍ଚାୟତ ଦେଓପଡା ଗ୍ରାମର ଜଟିଆ ସିଂଙ୍କ ଝିଅ ବେଲ ଓରଫ ରଞ୍ଜିତା(୧୩) ଘର ଅଗଣାରେ ଖେଳୁଥିବା ସମୟରେ ବଜ୍ରପାତ ହେବାରୁ ଟଳିପଡିଥିଲେ। ଆମ୍ବୁଲାନ୍ସ ନମିଳିବାରୁ ସକାଳ ପ୍ରତିନିଧି ଲମ୍ବୋଦର ଦାସ ଏକ ଅଟୋରେ ସଙ୍ଗେ ସଙ୍ଗେ ବୈଶିଙ୍ଗା ଡାକ୍ତରଖାନାକୁ ରଞ୍ଜିତାଙ୍କୁ ପଠାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି। ବୈଶିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର