ଚଳନ୍ତା କାରରେ ରୋମାନ୍ସ ଯୋଗୁଁ ଚାଲିଗଲା ଜୀବନ

The Sakala Picture
Published On

ଭୁବନେଶ୍ୱର : ମଙ୍ଗଳବାର ନୂଆପଲ୍ଲୀ ଥାନା ଅଧୀନ ହୋଟେଲ୍‌ କ୍ରାଉନ୍‌ ସାମ୍‍ନା ଓଭରବ୍ରିଜରେ କାର୍‍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ସ୍କୁଟି ଚାଳକ ହେଲେ ସୁନ୍ଦରଗଡ଼଼ ଜିଲ୍ଲା ବି.ତରଙ୍ଗା ଥାନା ଅଞ୍ଚଳର ରାଜେଶ ସ୍ୱାଇଁ (୩୫)। କାର୍‍ ଚାଳକ ଦିଲ୍ଲୀର ଅମିତ୍‍ ଗୋଡୟାଲ(୨୪)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ଖଣ୍ଡଗିରି ପଟୁ ଏକ କଳାରଙ୍ଗର କାରରେ ଅମିତ୍‍ ଓ ଦୁଇ ଯୁବତୀ ସମେତ ଆଉ ଜଣେ ପୁରୁଷ ବନ୍ଧୁ ମିଶି ଦ୍ରୁତଗତିରେ […]

ଭୁବନେଶ୍ୱର : ମଙ୍ଗଳବାର ନୂଆପଲ୍ଲୀ ଥାନା ଅଧୀନ ହୋଟେଲ୍‌ କ୍ରାଉନ୍‌ ସାମ୍‍ନା ଓଭରବ୍ରିଜରେ କାର୍‍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ସ୍କୁଟି ଚାଳକ ହେଲେ ସୁନ୍ଦରଗଡ଼଼ ଜିଲ୍ଲା ବି.ତରଙ୍ଗା ଥାନା ଅଞ୍ଚଳର ରାଜେଶ ସ୍ୱାଇଁ (୩୫)। କାର୍‍ ଚାଳକ ଦିଲ୍ଲୀର ଅମିତ୍‍ ଗୋଡୟାଲ(୨୪)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ଖଣ୍ଡଗିରି ପଟୁ ଏକ କଳାରଙ୍ଗର କାରରେ ଅମିତ୍‍ ଓ ଦୁଇ ଯୁବତୀ ସମେତ ଆଉ ଜଣେ ପୁରୁଷ ବନ୍ଧୁ ମିଶି ଦ୍ରୁତଗତିରେ ରସୁଲଗଡ଼ ଆଡକୁ ଯାଉଥିଲେ। କାରଟି ଡିଭାଇଡରକୁ ଧକ୍କା ଦେବା ସହ ଆଗରେ ଯାଉଥିବା ସ୍କୁଟିର ପଛକୁ ପିଟି ଦେଇଥିଲା। ଫଳରେ ସ୍କୁଟିଚାଳକ ରାଜେଶ ଛିଟ୍‍କି ପଡ଼ି ଥିଲେ। ତାଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରାଜେଶକୁ ମୃତ୍ୟୁ ଘୋଷଣା କରିଥିଲା।

ଆହୁରି ପଢ଼ନ୍ତୁ: ଭଉଣୀ ଭିଣୋଇଙ୍କ ମଧ୍ୟରେ ଝଗଡାର ସମାଧାନ କରିବାକୁ ଆସି ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ

ସେପଟେ ଚଳନ୍ତା କାର୍‍ରେ ଅମିତ୍‍, କେନ୍ଦ୍ରାପଡ଼ାର ଜଣେ ଯୁବକ ଏବଂ ସିକିମ ଓ ଉତ୍ତରାଖଣ୍ଡର ଦୁଇଜଣ ଯୁବତୀ ଥିଲେ। ତେବେ କାର୍‍କୁ ଦ୍ରୁତଗତିରେ ଚଳାଇବା ସହ ସେଥିରେ ରୋମାନ୍ସ ଚାଲୁଥିଲା ବୋଲି ଅଭିଯୋଗ ହୋଇଛି। କାର୍‍ ଚାଳକ ଦିଲ୍ଲୀରେ ଚାକିରି କରିଥିବା ବେଳେ ସେ ଦୁଇ ଯୁବତୀଙ୍କୁ ନେଇ ରାଜଧାନୀକୁ ଆସିଥିଲେ। କାର୍‍ ଥିବା ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କର ସିଭି ରମଣ କଲେଜ ନିକଟରେ ଏକ କଫି ସପ୍‍ ରହିଛି। ଦୁର୍ଘଟଣା ପରେ ଉକ୍ତ କାର୍‍ରୁ ମଦ ବୋତଲ ଜବତ ହୋଇଛି। ଝିଅ ଦେଖିବାକୁ ଆସି ରାଜେଶର ଜୀବନ ଗଲା ମୃତ ରାଜେଶଙ୍କ ବାହାଘର ରାଜଧାନୀରେ ରହୁଥିବା ଜଣେ ଯୁବତୀଙ୍କ ସହ ଠିକ୍‍ ହୋଇଥିଲା। ଗତ ୧୮ ତାରିଖରେ ସେ ପରିବାର ସହ ଝିଅ ଦେଖିବାକୁ ରାଉରକେଲରୁ ଭୁବନେଶ୍ୱର ଆସିଥିଲେ। ଝିଅ ଦେଖିବା ପରେ ସେ ରାଉରକେଲା ଫେରିଥାନ୍ତେ। ଆଜି ଭିଣୋଇ ଓ ସାଙ୍ଗସାଥୀଙ୍କ ସହ ଭୋଜି କରିଥାନ୍ତେ। କିଛି ସାମଗ୍ରୀ ଆଣିବା ପାଇଁ ସ୍କୁଟିରେ ଅସିଥିଲେ। ମାତ୍ର ବିବାହ ପୂର୍ବରୁ ଏଭଳି ଅଘଟଣ ଘଟିଯାଇଛି।

ଆହୁରି ପଢ଼ନ୍ତୁ: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର