ମନୋରଞ୍ଜନ
ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ
ଭୁବନେଶ୍ବର : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ ଏସ୍ସିବିର ମେଡିସିନ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ମହାପାତ୍ର ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଗତ ୪ ତାରିଖରେ ଏସ୍ସିବି ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୧୩ ଦିନର ଚିକିତ୍ସା ଚାଲିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା। ତେବେ ହଠାତ୍ ବ୍ରେନ୍ଷ୍ଟ୍ରୋକ୍ ହେବାରୁ ସେ କୋମାକୁ ଚାଲିଯାଇଥିଲେ। ବାର୍ଦ୍ଧକ୍ୟଜନିତ ରୋଗ […]
ଭୁବନେଶ୍ବର : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ ଏସ୍ସିବିର ମେଡିସିନ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ମହାପାତ୍ର ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଗତ ୪ ତାରିଖରେ ଏସ୍ସିବି ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୧୩ ଦିନର ଚିକିତ୍ସା ଚାଲିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା। ତେବେ ହଠାତ୍ ବ୍ରେନ୍ଷ୍ଟ୍ରୋକ୍ ହେବାରୁ ସେ କୋମାକୁ ଚାଲିଯାଇଥିଲେ। ବାର୍ଦ୍ଧକ୍ୟଜନିତ ରୋଗ ସହ ନିମୋନିଆ ଓ ବ୍ରେନ୍ଷ୍ଟ୍ରୋକ୍ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ବରିଷ୍ଠ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ପଦ୍ମଶ୍ରୀ ମହାପାତ୍ରଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଏସ୍ସିବିରେ ତାଙ୍କ ଶେଷ ଦର୍ଶନ ପାଇଁ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ, ରାଜନେତା ଏବଂ କଳା ଓ ସଂସ୍କୃତିପ୍ରେମୀଙ୍କ ଭିଡ଼ ଲାଗିଥିଲା। ଏହାପରେ ବିଳମ୍ବିତ ରାତ୍ରୀରେ ତିନିକୋଣିଆ ବଗିଚାସ୍ଥିତ ତାଙ୍କ ବାସଭବନକୁ ମୃତଦେହ ଅଣାଯାଇଥିଲା। ଆଜି ସୋମବାର ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ତାଙ୍କ ବିୟୋଗରେ ଭାରତୀୟ ସାରସ୍ୱତ ଜଗତରେ ଶୋକର ଛାୟା ଖେଳିଯାଇଛି।
ଯଶସ୍ଵୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) August 27, 2023
ଯଶସ୍ବୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଟ୍ବିଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ପଦ୍ମଶ୍ରୀ ମହାପାତ୍ର ୧୯୨୮ ଅକ୍ଟୋବର ୨୨ରେ ତିନିକୋଣିଆ ବଗିଚାସ୍ଥିତ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବାପା ନେମୁଏଲ୍ ମହାପାତ୍ର ଓ ମା’ ସୁଧାଂଶୁବାଳା ଦାଶଙ୍କ ଦିଗ୍ଦର୍ଶନରେ ପିଲାବେଳୁ ସେ ସାହିତ୍ୟ, କଳା ଓ ସଂସ୍କୃତି ପ୍ରତି ରୁଚି ରଖିଥିଲେ। ସେ କଟକର ଷ୍ଟିୱାର୍ଟ ସ୍କୁଲରୁ ପ୍ରାଥମିକ ଶିକ୍ଷାଲାଭ କରି ପରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୪୯ରୁ ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ତଥା ଫକୀରମୋହନ କଲେଜ, ଗଙ୍ଗାଧର ମେହେର କଲେଜ, ବିଜେବି କଲେଜ ଏବଂ ରେଭେନ୍ସା କଲେଜରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ ମସିହାରେ ଅବସର ଗ୍ରହଣ କରିଥିଲେ। ୩୮ବର୍ଷ ବୟସରେ ସେ କବିତା ରଚନା ଆରମ୍ଭ କରିଥିଲେ। ୪୦ବର୍ଷ ହେବା ପୂର୍ବରୁ ତାଙ୍କ ପ୍ରଥମ କବିତା ସଂକଳନ ପ୍ରକାଶ ପାଇଥିଲା।
ତାଙ୍କର ପ୍ରଥମ କବିତା ସଂକଳନ ‘ସ୍ୱୟଂବର’ ଏବଂ କବିତାସମୂହ ୧୯୭୧ରେ ପ୍ରକାଶ ପାଇଥିଲା। ପରେ ଇଂରାଜୀ କବିତା ପୁସ୍ତକ ‘କ୍ଲୋଜ୍ ଦି ସ୍କାଇ’ ପ୍ରକାଶ ପାଇଥିଲା। ଏହି ପୁସ୍ତକ ଭାରତ ନୁହେଁ ବିଦେଶରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ପରେ କବିତା ଗୁଚ୍ଛ ରେନ୍ ଅଫ୍ ରାଇଟ୍ସ, ଲାଇଫ୍ ସାଇନ୍ସ ଏବଂ ହ୍ୱାଇଟ୍ନେସ୍ ଅଫ୍ ବୋନ୍ ଆଦି ଇଂରାଜୀ ସଂକଳନ ପଦ୍ମଶ୍ରୀ ମହାପାତ୍ରଙ୍କୁ ଅନ୍ତର୍ଜାତୀୟ ସାହିତ୍ୟିକଙ୍କ ମହଲରେ ବେଶ୍ ଆଦୃତି ଦେଇଥିଲା। ‘ଦି ଲଙ୍ଗ୍ ପୋଏମ୍ ରିଲେସନ୍ସିପ୍’ ପୁସ୍ତକ ରଚନା କରି ସେ ୧୯୮୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ସମୁଦାୟ ୧୬ଟି ଇଂରାଜୀ କବିତା ପୁସ୍ତକ ରଚନା କରିଛନ୍ତି। ତେବେ ଗତ ୬ବର୍ଷ ମଧ୍ୟରେ ସେ ସାଡୋ, ସ୍ପେସ୍, ବେୟାର୍ ଫେସ୍, ରେଣ୍ଡୋମ୍ ଡିସେଣ୍ଟ୍ କବିତା ପୁସ୍ତକ ରଚନା କରିଥିଲେ। କେବଳ କବିତା କ୍ଷେତ୍ରରେ ନୁହେଁ ପ୍ରବନ୍ଧ ଓ କ୍ଷୁଦ୍ର ଗଳ୍ପ ରଚନା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ତାଙ୍କ ଲିଖିତ କ୍ଷୁଦ୍ରଗଳ୍ପ ଗ୍ରୀନ୍ ଗାର୍ଡେନ୍ ନାମକ ପୁସ୍ତକ ଚର୍ଚ୍ଚାର ପରିଧି ଭିତରକୁ ଆସିଥିଲା।
ସେହିଭଳି ଓଡ଼ିଆ କବିତା, ପ୍ରବନ୍ଧ ଓ କ୍ଷୁଦ୍ର ଗଳ୍ପ ରଚନା କ୍ଷେତ୍ରରେ ମଧ୍ୟ ସେ ଥିଲେ ସିଦ୍ଧହସ୍ତ। ୧୯୭୧ରେ ସ୍ୱୟଂବର, ୧୯୭୯ରେ ପ୍ରତୀକ୍ଷା, ୧୯୮୦ରେ ସମ୍ପର୍କ, ୧୯୯୩ରେ ବଳୀ, ୧୯୯୫ରେ କହିବି ଗୋଟିଏ କଥା, ୧୯୯୭ରେ ବାୟା ରାଜା, ୨୦୦୪ରେ ଟିକିଏ ଛାଇ, ୨୦୦୮ରେ ଯଦି ବା ଗପଟିଏ, ୨୦୧୧ରେ ଭୋର ମୋତିର କାନଫୁଲ ରଚନା କରି ଭାରତୀୟ ସାହିତ୍ୟ ଜଗତକୁ ସେ କରିଥିଲେ ସମୃଦ୍ଧ। ସେହିପରି ୨୦୧୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ୍ ଏବଂ ୨୦୦୯ରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ। ୧୯୮୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୱାର୍ଡ, ୨୦୧୪ରେ ଉତ୍କଳରତ୍ନ ସମ୍ମାନ, ୨୦୧୦ରେ ସାରଳା ସମ୍ମାନ, ୨୦୦୭ରେ ବିଷୁବ ପୁରସ୍କାର, ୧୯୯୪ରେ ଗଙ୍ଗାଧର ଜାତୀୟ ସମ୍ମାନ ପାଇଥିଲେ। ବିଦେଶରେ ମଧ୍ୟ ଅସାଧାରଣ ପ୍ରତିଭା ତଥା ସାରସ୍ୱତ ସାଧନା ପାଇଁ ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।