ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ଡ୍ରାମା ବିଭାଗର ଅଧ୍ୟାପକ ବହିଷ୍କୃତ

Madhusudan Das Picture
Published On

ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଘଟଣା । ନିର୍ଯାତନା ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ସଂସ୍କୃତି ବିଭାଗ । ଡ୍ରାମା ବିଭାଗର ସମ୍ପୃକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ କଲେଜରୁ ବହିଷ୍କୃତ ହୋଇଛନ୍ତି । କଲେଜରୁ ବହିଷ୍କାର ନେଇ ପ୍ରିନ୍ସିପାଲ ବିଜୟ ଜେନାଙ୍କ ସୂଚନା । କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ସମ୍ପୃକ୍ତ ଅଧ୍ୟାପକ  ଥାନାରେ ଅଟକ । 

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ମହାବିଦ୍ୟାଳୟରେ ଜୋରଦାର ହଙ୍ଗାମା ହୋଇଥିଲା । କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜରାସ୍ତା ଘେରିଥିଲେ ଛାତ୍ରଛାତ୍ରୀ । କଲେଜ କ୍ୟାମ୍ପସରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯାତନାର ନ୍ୟାୟ ଦାବିରେ ଆନ୍ଦୋଳନରତ ଛାତ୍ରଛାତ୍ରୀ ଗେଟ୍ ସମ୍ମୁଖରେ ହୋ ହାଲ୍ଲା କରିଥିଲେ । କ୍ୟାମ୍ପସରେ ସଂସ୍କୃତି ବିଭାଗର ତିନି ଜଣିଆ ଟିମ୍ ପହଂଚି ତଦନ୍ତ କରିଥିଲେ । ତଦନ୍ତ ପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସଂସ୍କୃତି ବିଭାଗ । ଶେଷରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଛି ।

ଆହୁରି ପଢ଼ନ୍ତୁ: ଦୋଳ ମେଳଣ: ଓଡ଼ିଶାର ଗଣପର୍ବର ଅନନ୍ୟ ପରମ୍ପରା, ଜାଣନ୍ତୁ କାହିଁକି ଏହା ସ୍ୱତନ୍ତ୍ର?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp