ଚାଲାଣକାରୀଙ୍କ ନୂଆ ଶୈଳୀ: ପଇଡ଼ ବୋଝେଇ ଟ୍ରକରୁ ଜବତ ହେଲା ୭୦ଲକ୍ଷ ଟଙ୍କାର ଗଞ୍ଜେଇ, ୨ଗିରଫ

The Sakala Picture
Published On

ଲମତାପୁଟ: ରାଜ୍ୟରେ ଚାଲାଣକାରୀ ମାନେ ଆପଣାଉଛନ୍ତି ଗଞ୍ଜେଇ ଚାଲାଣର ନୂଆ ନୂଆ ଶୈଳୀ। ଆଜି ଏକ ପଇଡ ବୋଝେଇ ଟ୍ରକରୁ ଜବତ ହେଉଛି ଗଞ୍ଜେଇ। ଏହି ପଇଡ଼ ବୋଝେଇ ଟ୍ରକ୍‌ରୁ ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ସାତ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମାଛକୁଣ୍ଡ ପୋଲିସ ଜବତ କରିଥିବା ବେଳେ ୨ଜଣ ଚାଲାଣକାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ପଇଡ ବୋଝେଇ ଟ୍ରକ୍‌ରେ ଲମତାପୁଟ ଓ ଜୟପୁର ରାସ୍ତା ଦେଇ […]

ଲମତାପୁଟ: ରାଜ୍ୟରେ ଚାଲାଣକାରୀ ମାନେ ଆପଣାଉଛନ୍ତି ଗଞ୍ଜେଇ ଚାଲାଣର ନୂଆ ନୂଆ ଶୈଳୀ। ଆଜି ଏକ ପଇଡ ବୋଝେଇ ଟ୍ରକରୁ ଜବତ ହେଉଛି ଗଞ୍ଜେଇ। ଏହି ପଇଡ଼ ବୋଝେଇ ଟ୍ରକ୍‌ରୁ ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ସାତ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମାଛକୁଣ୍ଡ ପୋଲିସ ଜବତ କରିଥିବା ବେଳେ ୨ଜଣ ଚାଲାଣକାରୀଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ସୂଚନା ଅନୁଯାୟୀ, ଏକ ପଇଡ ବୋଝେଇ ଟ୍ରକ୍‌ରେ ଲମତାପୁଟ ଓ ଜୟପୁର ରାସ୍ତା ଦେଇ ଗଞ୍ଜେଇ ବିହାରକୁ ଚାଲାଣ କରାଯାଉଥିଲା। ଏନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ କୋରାପୁଟ ଏସପି। ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ କଞ୍ଚଣା ଗାଁ ଛକ ନିକଟରେ ଗାଡି ମୋଟର ଯାଞ୍ଚ କରିଥିଲା ପୋଲିସ। ଯାଞ୍ଚ ସମୟରେ ଟ୍ରକରୁ ୭୦୧କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସଡିପିଓ କହିଛନ୍ତି। ତେବେ ଘଟଣାରେ ସମ୍ପୃକ୍ତ ଜଗେନ୍ଦ୍ର ତିଓ୍ୱାରି ଓ ଶିବ ଶଙ୍କର ଚୌଧରିଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଗଲ୍ଫରେ ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଗଞ୍ଜାମର ମାଣିକପୁର ଗାଁରେ ଆତଙ୍କିତ ପରିବାର

23 Aug 2021 By The Sakala

ଚାଲାଣକାରୀଙ୍କ ନୂଆ ଶୈଳୀ: ପଇଡ଼ ବୋଝେଇ ଟ୍ରକରୁ ଜବତ ହେଲା ୭୦ଲକ୍ଷ ଟଙ୍କାର ଗଞ୍ଜେଇ, ୨ଗିରଫ

ଲମତାପୁଟ: ରାଜ୍ୟରେ ଚାଲାଣକାରୀ ମାନେ ଆପଣାଉଛନ୍ତି ଗଞ୍ଜେଇ ଚାଲାଣର ନୂଆ ନୂଆ ଶୈଳୀ। ଆଜି ଏକ ପଇଡ ବୋଝେଇ ଟ୍ରକରୁ ଜବତ ହେଉଛି ଗଞ୍ଜେଇ। ଏହି ପଇଡ଼ ବୋଝେଇ ଟ୍ରକ୍‌ରୁ ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ସାତ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମାଛକୁଣ୍ଡ ପୋଲିସ ଜବତ କରିଥିବା ବେଳେ ୨ଜଣ ଚାଲାଣକାରୀଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଏକ ପଇଡ ବୋଝେଇ ଟ୍ରକ୍‌ରେ ଲମତାପୁଟ ଓ ଜୟପୁର ରାସ୍ତା ଦେଇ ଗଞ୍ଜେଇ ବିହାରକୁ ଚାଲାଣ କରାଯାଉଥିଲା। ଏନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ କୋରାପୁଟ ଏସପି। ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ କଞ୍ଚଣା ଗାଁ ଛକ ନିକଟରେ ଗାଡି ମୋଟର ଯାଞ୍ଚ କରିଥିଲା ପୋଲିସ। ଯାଞ୍ଚ ସମୟରେ ଟ୍ରକରୁ ୭୦୧କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସଡିପିଓ କହିଛନ୍ତି। ତେବେ ଘଟଣାରେ ସମ୍ପୃକ୍ତ ଜଗେନ୍ଦ୍ର ତିଓ୍ୱାରି ଓ ଶିବ ଶଙ୍କର ଚୌଧରିଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର