କୋରାପୁଟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଓଡ଼ିଶାର ପ୍ରଥମ ସୁଡ଼ଙ୍ଗ ରାଜପଥ, ରୋମାଞ୍ଚକର ଯାତ୍ରାର ମଜା ନେବେ ପର୍ଯ୍ୟଟକ

The Sakala Picture
Published On

କୋରାପୁଟ(ସୁବୋଧ କୁମାର ଚେଟ୍ଟୀ): କୋରାପୁଟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଓଡ଼ିଶାର ପ୍ରଥମ ସୁଡ଼ଙ୍ଗ ରାଜପଥ, ରୋମାଞ୍ଚକର ଯାତ୍ରାର ମଜା ନେବେ ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ ଜିଲ୍ଲା ଓଡ଼ିଶାର କାଶ୍ମୀର ଭାବେ ପରିଚିତ। ନିର୍ମାଣାଧୀନ ଭାରତମାଳା ଜାତୀୟ ରାଜପଥର ଟନେଲ ରୋଡ଼ (ସୁଡ଼ଙ୍ଗ ରାସ୍ତା) କୋରାପୁଟ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। କୋରାପୁଟ ଜିଲ୍ଲା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସୁଙ୍କିରେ ଠାରେ ଓଡ଼ିଶାର ପ୍ରଥମ ସୁଡ଼ଙ୍ଗ ରାଜପଥ ନିର୍ମାଣ […]

କୋରାପୁଟ(ସୁବୋଧ କୁମାର ଚେଟ୍ଟୀ): କୋରାପୁଟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଓଡ଼ିଶାର ପ୍ରଥମ ସୁଡ଼ଙ୍ଗ ରାଜପଥ, ରୋମାଞ୍ଚକର ଯାତ୍ରାର ମଜା ନେବେ ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ ଜିଲ୍ଲା ଓଡ଼ିଶାର କାଶ୍ମୀର ଭାବେ ପରିଚିତ। ନିର୍ମାଣାଧୀନ ଭାରତମାଳା ଜାତୀୟ ରାଜପଥର ଟନେଲ ରୋଡ଼ (ସୁଡ଼ଙ୍ଗ ରାସ୍ତା) କୋରାପୁଟ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: 'ସରକାର କେବଳ ବ୍ଲେମ୍ ଗେମ ଖେଳୁଛନ୍ତି'

କୋରାପୁଟ ଜିଲ୍ଲା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସୁଙ୍କିରେ ଠାରେ ଓଡ଼ିଶାର ପ୍ରଥମ ସୁଡ଼ଙ୍ଗ ରାଜପଥ ନିର୍ମାଣ ହେଉଛି। ଏହା ରାଜ୍ୟର ପ୍ରଥମ ଟନେଲ(ସୁଡ଼ଙ୍ଗ) ଜାତୀୟ ରାଜପଥ ହେବ। ଏହି ସୁଡ଼ଙ୍ଗ ରାସ୍ତା ପର୍ଯ୍ୟଟକଙ୍କୁ ବେଶ ରୋମାଞ୍ଚକର ଅନୁଭୂତି ଦେବ। ସୂଚନା ଅନୁଯାୟୀ, ବ୍ରିଟିଶ ଶାସନ ସମୟରେ ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ ଉଚ୍ଚରେ ଥିବା ପାହାଡ଼ କାଟି ବିଜୟନଗରମ୍‌‌ ଓ କୋରାପୁଟ ମଧ୍ୟରେ ରାସ୍ତା ନିର୍ମାଣ ହୋଇଥିଲା। ସେତେବେଳର ଇଂରେଜ ସରକାର ଜର୍ମାନୀର ଇଞ୍ଜିନିୟର କର୍ଣ୍ଣେଲ ସଙ୍କେଶଙ୍କ ଦ୍ୱାରା ଏହି ଘାଟି ରାସ୍ତାର ନକ୍ସା ପ୍ରସ୍ତୁତ କରାଇଥିଲେ। ତେଣୁ ଏହି ଘାଟିକୁ ସଙ୍କେଶ ଘାଟି ବୋଲି ନାମିତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସାମାନ୍ୟ ପରିବର୍ତ୍ତନ କରି ସୁଙ୍କି ଘାଟି ବୋଲି ନାମକରଣ କରାଯାଇଛି। ଏହି ପ୍ରକଳ୍ପ ୨୦୨୫ ସୁଦ୍ଧା ଶେଷ ହେବା। ୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାୟପୁରଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିମି ରାସ୍ତା ନିର୍ମାଣ ହେଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ

ରାସ୍ତା ନିର୍ମାଣ ପାଇଁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଳାର ୮୭୩ ହେକ୍ଟର ଘରୋଇ ଜମି, ୩୦୭ ହେକ୍ଟର ସରକାରୀ ଜମି ଏବଂ ୩୬୩ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି। ଆନ୍ଧ୍ରର ସାଲୁରଠାରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ପ୍ରାୟ ୪୫ କିଲୋମିଟର ଘାଟି ରାସ୍ତା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା ବେଳେ ଏହି ରାସ୍ତାରେ ଯାତ୍ରୀ ବେଶ ଉପଭୋଗ କରିଥାଆନ୍ତି। ଏହି ଘାଟି ରାସ୍ତାରେ ନିର୍ମାଣ ହେଉଛି ରାଜ୍ୟର ପ୍ରଥମ ଟନେଲ(ସୁଡ଼ଙ୍ଗ) ସହ ଛଅ ଥାକିଆ ଏକ୍ସପ୍ରେସ୍‌‌ ହାଇୱେ। ଏହି ଟନେଲ ରାସ୍ତାର ଲମ୍ୱ ଯଥାକ୍ରମେ ୩.୪୨ କିମି ଓ ୨.୮ କିଲୋ ମିଟର। ଭାରତମାଳା ପ୍ରକଳ୍ପ ଅଧୀନରେ ଛତିଶଗଡ଼ ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ନିର୍ମାଣ ହେଉଥିବା ଭାରତମାଳା ରାଜପଥରେ ଯାତ୍ରୀମାନଙ୍କ ସୁବିଧା ଲାଗି ନିର୍ଦ୍ଧିଷ୍ଟ ଦୂରତାରେ ପେଟ୍ରୋଲ ପମ୍ପ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ ହେବ। ଭାରତ ସରକାରଙ୍କ ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କର ବଡ଼ ଯୋଗଦାନ ରହିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଗେଷ୍ଟ ହାଉସ ଭିତରେ ପଶି ଖେଳିଲେ ରକ୍ତର ହୋଲି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp