ପିଏଚ୍‌ଡି ପାଇଁ ସିଡ୍‌ନୀ ଯିବେ ଘେନୁ ଖିଲୋ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦେଲା ୩ ଲକ୍ଷ ଟଙ୍କା

The Sakala Picture
Published On

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସେମିଳିପଦର ଗ୍ରାମର ଘେନୁ ଖିଲୋ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରେ ପିଏଚଡି କରିବାକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କୋରାପୁଟ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛି। ଫଳରେ ଘେନୁ ଖିଲୋଙ୍କ ସିଡନୀରେ ପଢ଼ିବା ସ୍ୱପ୍ନ ସାକାର ହେବାକୁ ଯାଉଛି। ଶନିବାର କୋରାପୁଟ ପୌର ପରିଷଦ ଅଡିଟେରିୟମ୍‌ରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସୌମ୍ୟ ସାର୍ଥକ ମିଶ୍ରଙ୍କ ତତ୍ତ୍ବାବଧାନରେ ଘେନୁଙ୍କୁ ସହାୟତା ରାଶିର ଚେକ୍ ପ୍ରଦାନ […]

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସେମିଳିପଦର ଗ୍ରାମର ଘେନୁ ଖିଲୋ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରେ ପିଏଚଡି କରିବାକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କୋରାପୁଟ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛି। ଫଳରେ ଘେନୁ ଖିଲୋଙ୍କ ସିଡନୀରେ ପଢ଼ିବା ସ୍ୱପ୍ନ ସାକାର ହେବାକୁ ଯାଉଛି। ଶନିବାର କୋରାପୁଟ ପୌର ପରିଷଦ ଅଡିଟେରିୟମ୍‌ରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସୌମ୍ୟ ସାର୍ଥକ ମିଶ୍ରଙ୍କ ତତ୍ତ୍ବାବଧାନରେ ଘେନୁଙ୍କୁ ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ

ସୂଚନା ଥାଉକି, ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ପଦକ୍ଷେପ ଗ୍ରହଣ କରି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଅନେକ ଆଦିବାସୀ ମେଧାବୀ ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିବା ଜଣା ପଡ଼ିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଗତ ଜୁନ ମାସ ୧୫ ତାରିଖରେ ନନ୍ଦପୁର ବ୍ଲକ ସେମଲା ଗ୍ରାମର ପାତ୍ର କିର୍ଷାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କର୍ଣ୍ଣାଟକ ଆଇଆଇଟିରେ ଏମ୍‌ସିଏ ପଢିବାକୁ ୧ ଲକ୍ଷ ୫ ହଜାର ୧୯୦ ଟଙ୍କା ଏସ୍‌ଡିସି ପକ୍ଷରୁ ସହାୟତା ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

06 Aug 2023 By The Sakala

ପିଏଚ୍‌ଡି ପାଇଁ ସିଡ୍‌ନୀ ଯିବେ ଘେନୁ ଖିଲୋ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦେଲା ୩ ଲକ୍ଷ ଟଙ୍କା

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସେମିଳିପଦର ଗ୍ରାମର ଘେନୁ ଖିଲୋ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରେ ପିଏଚଡି କରିବାକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କୋରାପୁଟ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛି। ଫଳରେ ଘେନୁ ଖିଲୋଙ୍କ ସିଡନୀରେ ପଢ଼ିବା ସ୍ୱପ୍ନ ସାକାର ହେବାକୁ ଯାଉଛି। ଶନିବାର କୋରାପୁଟ ପୌର ପରିଷଦ ଅଡିଟେରିୟମ୍‌ରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସୌମ୍ୟ ସାର୍ଥକ ମିଶ୍ରଙ୍କ ତତ୍ତ୍ବାବଧାନରେ ଘେନୁଙ୍କୁ ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ ।

ସୂଚନା ଥାଉକି, ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ପଦକ୍ଷେପ ଗ୍ରହଣ କରି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଅନେକ ଆଦିବାସୀ ମେଧାବୀ ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିବା ଜଣା ପଡ଼ିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଗତ ଜୁନ ମାସ ୧୫ ତାରିଖରେ ନନ୍ଦପୁର ବ୍ଲକ ସେମଲା ଗ୍ରାମର ପାତ୍ର କିର୍ଷାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କର୍ଣ୍ଣାଟକ ଆଇଆଇଟିରେ ଏମ୍‌ସିଏ ପଢିବାକୁ ୧ ଲକ୍ଷ ୫ ହଜାର ୧୯୦ ଟଙ୍କା ଏସ୍‌ଡିସି ପକ୍ଷରୁ ସହାୟତା ଦିଆଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର