କଅଁଳ କାନ୍ଧରେ ତିନି ଭଉଣୀଙ୍କ ବୋଝ

The Sakala Picture
Published On

ଯେଉଁ ବୟସରେ ସେ ହସିଖେଳି ବୁଲିପାରିଥାନ୍ତେ, କଲେଜରେ ପାଠ ପଢ଼ିଥାନ୍ତେ ସେହି ବୟସରେ ତାଙ୍କ କାନ୍ଧରେ ପଡ଼ିଯାଇଛି ପରିବାରର ବୋଝ। କୋରାପୁଟ ଜିଲ୍ଲା ମାନବାର ପଂଚାୟତର ମେଣ୍ଢାଗୁଡା ଗ୍ରାମର ଦହନା ନାରଙ୍ଗିଆ ଅତି କିଶୋରୀ ଅବସ୍ଥାରୁ ନିଜ ତିନି ସାନ ଭଉଣୀଙ୍କ ଭବିଷ୍ୟତ ଗଢ଼ିବାକୁ ପଣ କରି ଆଗେଇ ଚାଲିଛନ୍ତି। ୨୦୧୮ ମସିହାରେ ଦହନାଙ୍କ ମା’ ଆରପାରିକୁ ଚାଲି ଯାଇଥିଲେ । ତାଙ୍କ ବାପା ରିବନ୍ଧୁ ନାରଙ୍ଗିଆ ନିଜର ଚାରିଝିଅଙ୍କୁ ପର କରି ଅନ୍ୟ ନାରୀ ସହିତ […]

ଯେଉଁ ବୟସରେ ସେ ହସିଖେଳି ବୁଲିପାରିଥାନ୍ତେ, କଲେଜରେ ପାଠ ପଢ଼ିଥାନ୍ତେ ସେହି ବୟସରେ ତାଙ୍କ କାନ୍ଧରେ ପଡ଼ିଯାଇଛି ପରିବାରର ବୋଝ। କୋରାପୁଟ ଜିଲ୍ଲା ମାନବାର ପଂଚାୟତର ମେଣ୍ଢାଗୁଡା ଗ୍ରାମର ଦହନା ନାରଙ୍ଗିଆ ଅତି କିଶୋରୀ ଅବସ୍ଥାରୁ ନିଜ ତିନି ସାନ ଭଉଣୀଙ୍କ ଭବିଷ୍ୟତ ଗଢ଼ିବାକୁ ପଣ କରି ଆଗେଇ ଚାଲିଛନ୍ତି।

୨୦୧୮ ମସିହାରେ ଦହନାଙ୍କ ମା’ ଆରପାରିକୁ ଚାଲି ଯାଇଥିଲେ । ତାଙ୍କ ବାପା ରିବନ୍ଧୁ ନାରଙ୍ଗିଆ ନିଜର ଚାରିଝିଅଙ୍କୁ ପର କରି ଅନ୍ୟ ନାରୀ ସହିତ ରହିବାକୁ ଚାଲିଗଲେ। ରିବନ୍ଧୁ ଘର ଛାଡ଼ି ଯିବା ପରେ ବଡ଼ଝିଅ ଦହନାଙ୍କ ମୁଣ୍ଡରେ ଚଡ଼କ ପଡିଯାଇଥଲା । ବାପା ଛୁଆମାନଙ୍କୁ ପର କରି ଚାଲିଯିବା ପରେ ଘର କେମିତି ଚାଲିବ ସେନେଇ ଚିନ୍ତାରେ ଭାଙ୍ଗି ପଡିଲେ ଦହନା। ସେତେବେଳେ ତାଙ୍କୁ ମାତ୍ର ୧୬ବର୍ଷ ହୋଇଥାଏ। ପୂର୍ବରୁ ପାରିବାରିକ ସମସ୍ୟାରୁ ଦହନା ଷଷ୍ଠଶ୍ରେଣୀରୁ ନିଜ ପାଠରେ ଡୋରି ବାନ୍ଧିଥଲେ। ଅଳ୍ପ ପାଠପଢ଼ିଥିବା ଝିଅଟି ବଞ୍ଚିବା ପାଇଁ ଆରମ୍ଭ କରିଲେ ସଂଘର୍ଷର ଯାତ୍ରା। ବର୍ତ୍ତମାନ ଦହନାଙ୍କୁ ବୟସ ୧୯ କି ୨୦ ହେବ । ଛଅବର୍ଷର ମନୀଷା, ୮ବର୍ଷର ନୀଳା ଓ ଦଶମରେ ପାସ୍‌କରିଥିବା ରାଇମତିଙ୍କ ଲାଗି ଦହନା ଏବେ ପିତାମାତା। ରାଇମତି କଲେଜ ପଢ଼ାରୁ ବଞ୍ଚିତ ହୋଇ ବର୍ତ୍ତମାନ ମିସ୍ତ୍ରି କାମ କରୁଛି। ସେହିଭଳି ତିନି ନମ୍ବର ଭଉଣୀ ପଂଚମ ପଢ଼ିବା ଲାଗି ଜୟପୁରଠାରେ ଏକ ହଷ୍ଟେଲରେ ରହୁଛନ୍ତି । ସବୁଠାରୁ ସାନ ମନିଷା ଗାଁ ଅଙ୍ଗନବାଡିରେ ଶିକ୍ଷା ଗ୍ରହଣ କରୁଛି।

ଅର୍ଥ ଅଭାବରୁ ଷଷ୍ଠଶ୍ରେଣୀରୁ ଦହନା ପାଠ ଛାଡି ଟେଲରିଂ ମେସିନ ସହିତ ସମ୍ପର୍କ ଯୋଡିଥିଲେ । ବାପା ହାତଛାଡି ଚାଲିଯିବା ପରେ ସେ ସିଲେଇ ଶିଖ଄ ସେମିଳିଗୁଡା ସ୍ଥିତ ଏକ ଡ୍ରେସ ଦୋକାନରେ ସିଲେଇ କାମ କରି ମାସକୁ ଅଳ୍ପକିଛି ରୋଜଗାର କରୁଥିଲେ। କିନ୍ତୁ ସିଲେଇ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ସେହି ଦୋକାନର ମାଲିକ ତାଙ୍କୁ ବଢ଼ାଇଥିଲେ ସହଯୋଗର ହାତ । ଦୋକାନ କରିବା ପାଇଁ ସେ ଋଣସୂତ୍ରରେ ଦହନାଙ୍କୁ ଲକ୍ଷେ ଟଙ୍କା ଦେଇଥିଲେ। ଏଥିରେ ଦହନା ଏକ ଛୋଟ ଦୋକାନ କରିଥିଲେ। ଏହି ଦୋକାନରେ ସେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ସ୍ନାକ୍ସ ଅାଦି ରଖିଛନ୍ତି। ପୂର୍ବରୁ ଏହି ଦୋକାନରେ ସେ କପଡା ବ୍ୟବସାୟ କରୁଥିଲେ ହେେଲ ଅର୍ଥଅଭାବରୁ ତାହାକୁ ସେ ଚଳାଇପାରି ନଥÒଲେ। ଏବେ ଏହି ଦୋକାନରୁ ଯାହା କିଛି ସ୍ବଳ୍ପ ରୋଜଗାର ହେଉଛି ସେଥିରେ ଚାରି ପ୍ରାଣୀଙ୍କ ତେଲ ଲୁଣ ସଂସାର କଷ୍ଟେମଷ୍ଟେ ଚଳିଯାଉଛି । ଝାଟିମାଟି କୁଡ଼ିଆରେ ରହୁଥÒବା ଦହନା ପୂର୍ବରୁ କରିଥିବା ଋଣକୁ ଆଜିଯାଏଁ ଶୁଝିପାରିନାହାନ୍ତି। ପରିବାରର ଦାୟିତ୍ବକୁ ମୁଣ୍ଡାଇ ଦହନା ସିନା ହାଇସ୍କୁଲ ଦେଖିପାରିଲେ ନାହିଁ କିନ୍ତୁ ସାନ ଭଉଣୀମାନଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ନିଜ ମନରେ ଥିବା ଦୁଃଖକଷ୍ଟକୁ ଚାପିରଖି ସେ ସାନ ଭଉଣୀମାନଙ୍କୁ ହସିହସି ଜୀବନ ଜୀଇଁବାର ରାହା ଦେଖାଇଥାନ୍ତି। ସେ କୁହନ୍ତି ‘‘ ମୋ ଲାଗି ମୋ ଭଉଣୀମାନେ ସବୁକିଛି। ବାପା ମା’ଙ୍କ ପରେ ମୁଁ ତାଙ୍କ ଲାଗି ମୁରବି। ତେଣୁ ତାଙ୍କୁ ବଡ଼ କରିବାର ଦାୟିତ୍ବ ମୋର। ବରଂ ମୁଁ ନିଜେ ଅବିବାହିତ ରହି ତାଙ୍କୁ ମଣିଷ ପରି ମଣିଷଟିଏ କରିପାରିବି।’’ ଏବେ ଦହନା ଭଉଣୀମାନଙ୍କୁ ବଡ଼ ମଣିଷ କରିବା ପାଇଁ ନିଜ ବ୍ୟବସାୟକୁ ବଢ଼େଇବାକୁ ଚାହିଁଲେ ବି ତାଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ। ତେଣୁ ଋଣ ପାଇଁ ବିଭିନ୍ନ ବ୍ୟାଙ୍କ ଦୌଡ଼ି ଦୌଡ଼ି ସେ ଥକି ପଡ଼ିଲେଣି । ଏତେସବୁ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ବି ସେ ପାରିବାରିକ ଦାୟିତ୍ବ ତୁଲାଇବାରେ କେବେ ଅବହେଳା କରିନାହାନ୍ତିି। ଆଗାମୀ ଦିନରେ ଏହି ମନୋବୃତ୍ତି ନେଇ ସେ ଆଗକୁ ବଢିବେ ବୋଲି ଦହନା କହିଛନ୍ତି।

25 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର