ସ୍ବାଭିମାନର ସହ ବଞ୍ଚିବା ପାଇଁ ଘର ଛାଡି ଯାଯାବର ଜୀବନଯାପନ କରୁଛନ୍ତି ୮୦ ବର୍ଷୀୟ ବୃଦ୍ଧା

The Sakala Picture
Published On

ବାଲୁଗାଁ: ଯାହାଙ୍କ ଯୋଗୁଁ ଏହି ମଣିଷ ପୃଥିବୀ ପୃଷ୍ଠରେ ପାଦ ଥାପି ଏ ଦୁନିଆ ଦେଖେ। ଯାହାଙ୍କ ହାତଧରି ଚାଲିବା ଶିଖେ। ଯାହାଙ୍କ ଲାଳନ ପାଳନରେ ବଢି ମଣିଷ ହୁଏ।ଯିଏ ନ ଖାଇ ନ ପିଇ ନିଜେ ଭୋକିଲା ରହି ନିଜ ପିଲାମାନଙ୍କୁ ଖାଇବାକୁ ଦେଇଥିବା ସେହି ବାପା, ମା ଯେ ଦିନେ ନିଜେ ଜନ୍ମ ଦେଇଥିବା ପୁଅ ଝିଅଙ୍କ ପାଇଁ ବୋଝ ପାଲଟିଯିବେ ତାହା କେବେ ବି ସେମାନେ କଳ୍ପନା କରି ନଥିବେ। ଖୋର୍ଦ୍ଧା ଜିଲ୍ଲା […]

ବାଲୁଗାଁ: ଯାହାଙ୍କ ଯୋଗୁଁ ଏହି ମଣିଷ ପୃଥିବୀ ପୃଷ୍ଠରେ ପାଦ ଥାପି ଏ ଦୁନିଆ ଦେଖେ। ଯାହାଙ୍କ ହାତଧରି ଚାଲିବା ଶିଖେ। ଯାହାଙ୍କ ଲାଳନ ପାଳନରେ ବଢି ମଣିଷ ହୁଏ।ଯିଏ ନ ଖାଇ ନ ପିଇ ନିଜେ ଭୋକିଲା ରହି ନିଜ ପିଲାମାନଙ୍କୁ ଖାଇବାକୁ ଦେଇଥିବା ସେହି ବାପା, ମା ଯେ ଦିନେ ନିଜେ ଜନ୍ମ ଦେଇଥିବା ପୁଅ ଝିଅଙ୍କ ପାଇଁ ବୋଝ ପାଲଟିଯିବେ ତାହା କେବେ ବି ସେମାନେ କଳ୍ପନା କରି ନଥିବେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୁଳ ପାନ୍ଥନିବାସ ରାସ୍ତାରେ ଜଣେ ବୃଦ୍ଧା ୮୦ ବର୍ଷ ବୟସରେ ନିଜ ଘର ଦ୍ବାର ଛାଡି ଦିନେ ଖାଇଲେ ପୁଣି ଦିନେ ଉପାସରେ ରହି ଯାଯାବର ଭାବେ ଜୀବନଯାପନ କରୁଥିବାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ପ୍ରକାଶ ଯେ, ଚିଲିକା ବ୍ଲକ ଅନ୍ତର୍ଗତ ବିଧାରପୁର ଗ୍ରାମରେ ଅପସରା ମହାପାତ୍ର ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କ ଘର। ତାଙ୍କର ଦୁଇଟି ପୁଅ, ଗୋଟିଏ ଝିଅ ଏବଂ ଅନେକ ସମ୍ପତି ବାଡି ଥାଇ ମଧ୍ୟ ଏବେ ସେ ବେସାହାରା ହୋଇପଡିଛନ୍ତି। ନିଜର ଜନ୍ମକଲା ପୁଅ ଝିଅ ଠିକ ସେ ନ ପଚାରି ଓଲଟା ପ୍ରତି ଛୋଟ ଛୋଟ କଥାରେ ତାଙ୍କୁ ଗାଳି ଗୁଲଜ କରିବା ସହ ପ୍ରତି କଥା ନେଇ ଘରେ ସର୍ବଦା କଳହ ସୃଷ୍ଟି ହେବା ଯୋଗୁଁ ଅପସରା ଏହି ପରିଣତ ବୟସରେ ନିଜ ଘର ଦ୍ବାର ଛାଡି ଦୀର୍ଘ ଏକ ବର୍ଷ ହେଲା ଯାଯାବର ଜୀବନଯାପନ କରୁଛନ୍ତି। ବୃଦ୍ଧାଙ୍କ ଏ ଅବସ୍ଥା ଦେଖି ଜଣେ ସହୃଦୟ ବ୍ୟକ୍ତି ବଡକୁଳ ପାନ୍ଥନିବାସ ରୋଡ କଡରେ ଏକ ଛୋଟିଆ ଘରେ ଅସ୍ଥାୟୀ ଭାବେ ରହିବା ଲାଗି ଦେଇଥିବାରୁ ଅପସରା ଗତ କଛି ମାସ ହେଲା ସେଠାର ବସବାସ କରୁଛନ୍ତି। ସେହି ବାଟ ଦେଇ ଯାଉଥିବା କେହି ସହୃଦୟ ବ୍ୟକ୍ତି ତାଙ୍କୁ କିଛି ଖାଇବାକୁ ଦିଅନ୍ତି ତେବେ ସେ ଖାଇଥାଆନ୍ତି, ନଚେତ ଭୋକ ଉପାସରେ ଦିନ କାଟନ୍ତି।

ଅପସରାଙ୍କୁ ପଚାରିବାରେ ସେ କାନ୍ଦି କାନ୍ଦି କୁହନ୍ତି ଯେ ନିଜର ସବୁକିଛି ଥାଇ ମଧ୍ୟ ବର୍ତ୍ତମାନ ସେ ମାଗିଯାଚି ଓଳିଏ ଖାଇଲେ ଓଳିଏ ଉପାସରେ ଶୋଉଛନ୍ତି। ତାଙ୍କୁ କେହି ଗାଳିଗୁଲଜ କଲେ ସେ ଜମା ସାହିପାରନ୍ତି ନାହିଁ। ପରିବାର ଲୋକମାନେ ସବୁବେଳେ ତାଙ୍କୁ ଗାଳି ଗୁଲଜ କରିବା ସହ ଘର ଭିତରେ ସର୍ବଦା ପାଟିତୁଣ୍ଡ ଲାଗିରହୁଥିଲା। ସେଥିପାଇଁ ସମ୍ମାନ ହରାଇ ବଞ୍ଚିବା ଅପେକ୍ଷା ସ୍ୱାଭିମାନ ସହ ବଞ୍ଚିବା ପାଇଁ ସେ ଏହି ରାସ୍ତା ଆପଣେଇ ନେଇଛନ୍ତି। ଖବର ପାଇ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ନିଜେ ବୃଦ୍ଧାଙ୍କ ନିକଟରେ ପହଞ୍ଚି ସବୁ କଥା ପଚାରି ବୁଝିବା ସହ ପ୍ରତ୍ୟେକ ଦିନ ଦିନକୁ ତିନି ଥର ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ। ଏସଡ଼ିପିଓ ଙ୍କ ଏଭଳି କାର୍ଯ୍ଯ ପାଇଁ ଅଞ୍ଚଳ ବାସୀ ପ୍ରସଂଶା କରିଛନ୍ତି। ତେବେ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ବୃଦ୍ଧାଙ୍କ ଥଇଥାନ ବ୍ୟବସ୍ଥା କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର