ଚିଲିକାରେ ଦଳ ବୃଦ୍ଧି ଯୋଗୁ ଯାତ୍ରୀବାହି ଲଞ୍ଚ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ

The Sakala Picture
Published On

କୃଷ୍ଣପ୍ରସାଦ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦକୁ ରାଜ୍ଯ ସରକାରଙ୍କ ଜଳପଥ ପରିବହନ ବିଭାଗ ତରଫରୁ ଏକ ଯାତ୍ରୀବାହି ଲଞ୍ଚ ଚଳାଚଳ କରେ। ହେଲେ ଚିଲିକାରେ ଦଳ ବୃଦ୍ଧି ଯୋଗୁଁ  କିଛି ମାସ ହେବ ଲଞ୍ଚ ଚଳାଚଳ ବାଧାପ୍ରାପ୍ତ ଘଟିଛି। ଯହା ଦ୍ବାରା ଯାତ୍ରୀମାନେ  ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୃଷ୍ଣପ୍ରସାଦ ଜେଟିରେ ମାତ୍ରାଧିକ ଦଳ ବୃଦ୍ଧି ଯୋଗୁଁ ଲଞ୍ଚ କୂଳକୁ ଆସି ପାରୁନାହିଁ। ଉକ୍ତ ଦଳରେ ଲଞ୍ଚ ଲାଗି ଯନ୍ତ୍ରାଂଶ […]

କୃଷ୍ଣପ୍ରସାଦ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦକୁ ରାଜ୍ଯ ସରକାରଙ୍କ ଜଳପଥ ପରିବହନ ବିଭାଗ ତରଫରୁ ଏକ ଯାତ୍ରୀବାହି ଲଞ୍ଚ ଚଳାଚଳ କରେ। ହେଲେ ଚିଲିକାରେ ଦଳ ବୃଦ୍ଧି ଯୋଗୁଁ  କିଛି ମାସ ହେବ ଲଞ୍ଚ ଚଳାଚଳ ବାଧାପ୍ରାପ୍ତ ଘଟିଛି। ଯହା ଦ୍ବାରା ଯାତ୍ରୀମାନେ  ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କୃଷ୍ଣପ୍ରସାଦ ଜେଟିରେ ମାତ୍ରାଧିକ ଦଳ ବୃଦ୍ଧି ଯୋଗୁଁ ଲଞ୍ଚ କୂଳକୁ ଆସି ପାରୁନାହିଁ। ଉକ୍ତ ଦଳରେ ଲଞ୍ଚ ଲାଗି ଯନ୍ତ୍ରାଂଶ ନଷ୍ଟ ହେବା ଯୋଗୁଁ ୧୫ ଦିନ ହେବ ଲଞ୍ଚ ଚଳାଚଳ ହୋଇ ପାରୁନଥିଲା। ଏହା ପରେ କୃଷ୍ଣପ୍ରସାଦ ସରପଞ୍ଚ ଏବଂ ବାଉରୀ ବନ୍ଧୁ ଦଳବେହାରଙ୍କ ନେତୃତ୍ବରେ ସେଚ୍ଛାସେବୀମାନେ କିଛି ଦଳ ଉଦ୍ଧାର କରିବାପରେ ଲଞ୍ଚ ଗୋଟିଏ ଦିନ ଚାଲିବା ପରେ ପୁଣି ପୂନର୍ବାର ଚଳାଚଳ ବନ୍ଦ ରହିଛି।

ଏ ନେଇ ଅଞ୍ଚଳବାସୀ ବିଭାଗୀୟ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିବାରୁ ଜଳ ପଥ ପରିବହନ ବିଭାଗ ଓ ଚିଲିକି ଉନ୍ନୟନ କତ୍ତୃପକ୍ଷଙ୍କ ମଧ୍ଯରେ କାଦୁଆ ଫିଙ୍ଗାଫିଙ୍ଗି ଚାଲିଛି। ଚିଲିକା ଉନ୍ନୟନ ପାଇଁ କୋଟିକୋଟି ଟଙ୍କା ଆସୁଥିଲେ ମଧ୍ଯ ଚିଲିକାରୁ ସାଧାରଣ ଦଳ ଉଦ୍ଧାର ହୋଇ ପାରୁନାହିଁ। ଯାହା ଦ୍ବାରା ବାଲୁଗାଁ ଠାରୁ ବ୍ଯବସାୟୀକ କାରାବାର ବନ୍ଦ ହୋଇଛି। ଅତ୍ଯାବଶକୀୟ ସଉଦାର କୃତିମ ଅଭାବ ଦେଖା ଦେଇଛି। ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର