ବୁଲା କୁକୁରଙ୍କ ଆକ୍ରମଣରେ ହରିଣ ଗୁରୁତର

The Sakala Picture
Published On

ଖୋର୍ଦ୍ଧା: ବୁଲା କୁକୁରଙ୍କ ଆକ୍ରମଣରେ ଏକ ଅଣ୍ଡିରା ହରିଣକୁ ଗୁରୁତର ଅବସ୍ଥାରେ ଗ୍ରାମବସୀ ଉଦ୍ଧାର କରି ବନବିଭାଗ ସହାୟତାରେ ହରିଣକୁ ଖୋର୍ଦ୍ଧା ପଶୁ ଚିକିତ୍ସାଳୟକୁ ପଠାଇଛନ୍ତି । ସୂଚନା ଯୋଗ୍ୟ, ଖୋର୍ଦ୍ଧା ଉପଖଣ୍ଡ ମହୁଲ-ମାଜଣା ଗ୍ରାମରୁ ଉଦ୍ଧାର ହୋଇଥିବା ହରିଣଟି ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଚାଲି ଆସୁଥିବା ବେଳେ ଗ୍ରାମର କିଛି ବୁଲା କୁକୁରଙ୍କ ହାବୁଡ଼ରେ ପଡିଥିଲା। କୁକୁର ମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଜଣେ ଗ୍ରାମବାସୀଙ୍କ ବଗିଚାକୁ ଚାଲିଯାଇଥିଲା, ହେଲେ କୁକୁରଙ୍କ ଆକ୍ରମଣରୁ ନିଜକୁ […]

ଖୋର୍ଦ୍ଧା: ବୁଲା କୁକୁରଙ୍କ ଆକ୍ରମଣରେ ଏକ ଅଣ୍ଡିରା ହରିଣକୁ ଗୁରୁତର ଅବସ୍ଥାରେ ଗ୍ରାମବସୀ ଉଦ୍ଧାର କରି ବନବିଭାଗ ସହାୟତାରେ ହରିଣକୁ ଖୋର୍ଦ୍ଧା ପଶୁ ଚିକିତ୍ସାଳୟକୁ ପଠାଇଛନ୍ତି ।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

ସୂଚନା ଯୋଗ୍ୟ, ଖୋର୍ଦ୍ଧା ଉପଖଣ୍ଡ ମହୁଲ-ମାଜଣା ଗ୍ରାମରୁ ଉଦ୍ଧାର ହୋଇଥିବା ହରିଣଟି ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଚାଲି ଆସୁଥିବା ବେଳେ ଗ୍ରାମର କିଛି ବୁଲା କୁକୁରଙ୍କ ହାବୁଡ଼ରେ ପଡିଥିଲା। କୁକୁର ମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଜଣେ ଗ୍ରାମବାସୀଙ୍କ ବଗିଚାକୁ ଚାଲିଯାଇଥିଲା, ହେଲେ କୁକୁରଙ୍କ ଆକ୍ରମଣରୁ ନିଜକୁ ବଞ୍ଚାଇ ନପାରି ଗୁରୁତର ଆହତ ହୋଇ ନିକଟସ୍ଥ ଏକ କେନାଲରେ ଖସି ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ବିରୂପା ନଦୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର, ଦୁଇଦିନ ତଳୁ ନିଖୋଜ ଥିଲେ

ଘଟଣାଟି ନଜରକୁ ଆସିବା ପରେ ସ୍ଥାନୀୟ ଲୋକମାନେ କୁକୁରଙ୍କ କବଳରୁ ଆହତ ହରିଣକୁ ଉଦ୍ଧାର କରି ବନବିଭାଗକୁ ଜଣାଇବାରେ ହଳଦିଆ ରେଞ୍ଜର ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ହରିଣକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋର୍ଦ୍ଧା ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ହରିଣଟିର ଚିକିତ୍ସା ଚାଲିଛି, ଆଶୁ ଚିକିତ୍ସା ପରେ ହରିଣଟି ସୁସ୍ଥ ହେଲେ ପୁନର୍ବାର ଜଙ୍ଗଲରେ ଛଡ଼ାଯିବ ବୋଲି ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

08 May 2021 By The Sakala

ବୁଲା କୁକୁରଙ୍କ ଆକ୍ରମଣରେ ହରିଣ ଗୁରୁତର

ଖୋର୍ଦ୍ଧା: ବୁଲା କୁକୁରଙ୍କ ଆକ୍ରମଣରେ ଏକ ଅଣ୍ଡିରା ହରିଣକୁ ଗୁରୁତର ଅବସ୍ଥାରେ ଗ୍ରାମବସୀ ଉଦ୍ଧାର କରି ବନବିଭାଗ ସହାୟତାରେ ହରିଣକୁ ଖୋର୍ଦ୍ଧା ପଶୁ ଚିକିତ୍ସାଳୟକୁ ପଠାଇଛନ୍ତି ।

ସୂଚନା ଯୋଗ୍ୟ, ଖୋର୍ଦ୍ଧା ଉପଖଣ୍ଡ ମହୁଲ-ମାଜଣା ଗ୍ରାମରୁ ଉଦ୍ଧାର ହୋଇଥିବା ହରିଣଟି ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଚାଲି ଆସୁଥିବା ବେଳେ ଗ୍ରାମର କିଛି ବୁଲା କୁକୁରଙ୍କ ହାବୁଡ଼ରେ ପଡିଥିଲା। କୁକୁର ମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଜଣେ ଗ୍ରାମବାସୀଙ୍କ ବଗିଚାକୁ ଚାଲିଯାଇଥିଲା, ହେଲେ କୁକୁରଙ୍କ ଆକ୍ରମଣରୁ ନିଜକୁ ବଞ୍ଚାଇ ନପାରି ଗୁରୁତର ଆହତ ହୋଇ ନିକଟସ୍ଥ ଏକ କେନାଲରେ ଖସି ପଡ଼ିଥିଲା।

ଘଟଣାଟି ନଜରକୁ ଆସିବା ପରେ ସ୍ଥାନୀୟ ଲୋକମାନେ କୁକୁରଙ୍କ କବଳରୁ ଆହତ ହରିଣକୁ ଉଦ୍ଧାର କରି ବନବିଭାଗକୁ ଜଣାଇବାରେ ହଳଦିଆ ରେଞ୍ଜର ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ହରିଣକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋର୍ଦ୍ଧା ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ହରିଣଟିର ଚିକିତ୍ସା ଚାଲିଛି, ଆଶୁ ଚିକିତ୍ସା ପରେ ହରିଣଟି ସୁସ୍ଥ ହେଲେ ପୁନର୍ବାର ଜଙ୍ଗଲରେ ଛଡ଼ାଯିବ ବୋଲି ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର