ଖରାରେ ବଢ଼଼ୁଛି ଟଙ୍କ ତୋରାଣି ଚାହିଦା

The Sakala Picture
Published On

ଭୁବନେଶ୍ୱର: ଦିନକୁ ଦିନ ତାପାମାତ୍ରା ବୃଦ୍ଧି ସହ ବିଭିନ୍ନ ଥଣ୍ଡା ପାନୀୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଲସି, ପଇଡ଼ପାଣି, ଆଖୁ ରସ, ବେଲପଣା ସାଙ୍ଗକୁ ଏବେ ଆଉ ଏକ ପାନୀୟ ଟଙ୍କ ତୋରାଣିର ଚାହିଦା ରାଜଧାନୀବାସୀଙ୍କୁ ଆକୃଷ୍ଟ କରୁଛି। ଟଙ୍କ ତୋରାଣିକୁ ନେଇ ରାଜଧାନୀର ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି ଷ୍ଟାର୍ଟ-ଅପ୍‌‌। ପୂର୍ବରୁ ଶ୍ରୀମନ୍ଦିର ପରିସରରେ ମିଳୁଥିବା ଟଙ୍କତୋରାଣି ପିଇବାକୁ ସମସ୍ତଙ୍କ ମଧ୍ୟରେ ଆଗ୍ରର ରହିଥିବାବେଳେ ଏବେ ରାଜଧାନୀ ବଜାରରେ ଏହାର ଉପଲବ୍ଧତା ବେଶ୍‌‌ ଉତ୍ସାହ ସୃଷ୍ଟି […]

ଭୁବନେଶ୍ୱର: ଦିନକୁ ଦିନ ତାପାମାତ୍ରା ବୃଦ୍ଧି ସହ ବିଭିନ୍ନ ଥଣ୍ଡା ପାନୀୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଲସି, ପଇଡ଼ପାଣି, ଆଖୁ ରସ, ବେଲପଣା ସାଙ୍ଗକୁ ଏବେ ଆଉ ଏକ ପାନୀୟ ଟଙ୍କ ତୋରାଣିର ଚାହିଦା ରାଜଧାନୀବାସୀଙ୍କୁ ଆକୃଷ୍ଟ କରୁଛି। ଟଙ୍କ ତୋରାଣିକୁ ନେଇ ରାଜଧାନୀର ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି ଷ୍ଟାର୍ଟ-ଅପ୍‌‌। ପୂର୍ବରୁ ଶ୍ରୀମନ୍ଦିର ପରିସରରେ ମିଳୁଥିବା ଟଙ୍କତୋରାଣି ପିଇବାକୁ ସମସ୍ତଙ୍କ ମଧ୍ୟରେ ଆଗ୍ରର ରହିଥିବାବେଳେ ଏବେ ରାଜଧାନୀ ବଜାରରେ ଏହାର ଉପଲବ୍ଧତା ବେଶ୍‌‌ ଉତ୍ସାହ ସୃଷ୍ଟି କରିଛି।

ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ଟଙ୍କତୋରାଣି ପ୍ରତି ବିଶେଷ ଭାବେ ଆକୃଷ୍ଟ ହୋଇଥାନ୍ତି। ଜଗନ୍ନାଥଙ୍କ ଦର୍ଶନ ସାଙ୍ଗକୁ ଅବଢ଼଼ା ଖାଇବା ଓ ଟଙ୍କ ତୋରାଣି ପିଇବାକୁ ଭୁଲନ୍ତିନି ଭକ୍ତ। ଅନେକ କେବଳ ଟଙ୍କ ତୋରାଣି ପିଇବାକୁ ପୁରୀ ଯାଇଥାନ୍ତି। ପ୍ରତି ଓଡ଼ିଆଙ୍କର ପଖାଳ ଓ ତୋରାଣି ସହିତ ସମ୍ପର୍କ ରହିଛି। ହେଲେ ସହରରେ ଅନେକ ଲୋକ ତୋରାଣିରୁ ଦୂରେଇ ରହୁଥିବାବେଳେ ଏବେ ସହରବାସୀଙ୍କୁ ଏହି ତୋରାଣିର ସ୍ୱାଦ ଚଖାଇବା ଲକ୍ଷ୍ୟରେ ରାଜଧାନୀର ମହାବୀର ବିଶ୍ୱାଳ(ପ୍ରତିଷ୍ଠାତା), ରାଜକୁମାର ରାଉତ ଏବଂ ଆର୍‌‌ କେ ମିଶ୍ର ମିଳିତି ଭାବରେ ପ୍ରୟାସ ଆରମ୍ଭ କରିଛନ୍ତି। ବିଶେଷ କରି ମଧୁମେହରେ ଆକ୍ରାନ୍ତ ବ୍ୟକ୍ତିମାନେ ମୃଦପାନୀୟଠାରୁ ଦୂରେଇ ରହୁଥିବାବେଳେ ଟଙ୍କ ତୋରାଣି ପ୍ରତି ସେମାନଙ୍କ ଆଗ୍ରହ ବଢ଼଼ୁଥିବା ଦେଖିବାକୁ ମିଳିଛି।

ଷ୍ଟାର୍ଟଅପ୍‌‌ ନିର୍ମାତାଙ୍କ କହିବା ଅନୁଯାୟୀ, ସେମାନଙ୍କ ଦ୍ୱାରା ୬ ପ୍ରକାର ପାନୀୟ ପ୍ରସ୍ତୁତ ହେଉଥିବାବେଳେ ଟଙ୍କ ତୋରାଣି ମୁଖ୍ୟ ଆକର୍ଷଣ ପାଲଟିଛି। ଟଙ୍କ ତୋରାଣି ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଛି। ଏହି ପାନୀୟକୁ ୩୦ ଦିନ ପଯର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇ ପାରିବ ବୋଲି କୁହାଯାଇଛି। ଏପରିକି ଏହାର ଦାମ୍‌‌ ମଧ୍ୟ ସମସ୍ତଙ୍କୁ ସୁହାଇଲା ଭଳି ହୋଇଥିବାରୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ ଏହାପ୍ରତି ଆକୃଷ୍ଟ ହେଉଛନ୍ତି। ଏହି ପାନୀୟ ଷ୍ଟାର୍ଟ-ଅପ୍‌‌ ସ୍ୱୀକୃତିପ୍ରାପ୍ତ ହୋଇଥିବାବେଳେ ଏଫ୍‌‌ଏସ୍‌‌ଏସ୍‌‌ଆଇ ନିୟମ ପାଳନ କରାଯାଉଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

01 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର