ଖୋର୍ଦ୍ଧା ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ: ୪ ମୃତ, ୪ ଗୁରୁତର
ଖୋର୍ଦ୍ଧା/ଭୁଶୁଣ୍ଢପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ଆହତଙ୍କ ମଧ୍ୟରେ ଭୁଶୁଣ୍ଢପୁରର ମହେଶ୍ୱର ବେହେରା (୨୪), ଦୋଳଗୋବିନ୍ଦ ବେହେରା (୬୦), ସୁଦର୍ଶନ ବେହେରା (୩୬) ଏବଂ ଅନ୍ୟଜଣେ ରହିଛନ୍ତି। ଆହତ ମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। […]
ଖୋର୍ଦ୍ଧା/ଭୁଶୁଣ୍ଢପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।
ଆହତଙ୍କ ମଧ୍ୟରେ ଭୁଶୁଣ୍ଢପୁରର ମହେଶ୍ୱର ବେହେରା (୨୪), ଦୋଳଗୋବିନ୍ଦ ବେହେରା (୬୦), ସୁଦର୍ଶନ ବେହେରା (୩୬) ଏବଂ ଅନ୍ୟଜଣେ ରହିଛନ୍ତି। ଆହତ ମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତେବେ ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡ଼ିଓ, ତହସିଲଦାର ପ୍ରମୁଖ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ରହିଛି। ଆସନ୍ତା କାଲି ଦୋଳ ଯାତ୍ରା ରହିଥିବାରୁ ଗାଁର ଏକ ସ୍ଥାନରେ ବାଣ ପ୍ରସ୍ତୁତି ଚାଲିଥିଲା। ଏଥିରେ ୮ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। ତେବେ ଦିନ ପ୍ରାୟ ୧୧ଟା ସମୟରେ ଅଚାନକ ବିସ୍ଫୋରଣ ହୋଇଥିଲା । ଯାହାର ପ୍ରଚଣ୍ଡ ଶବ୍ଦ ରେ ଥରି ଉଠିଲା ଆଖପାଖ। ଅନ୍ୟପକ୍ଷରେ ଖୋର୍ଦ୍ଧା ମେଡିକାଲରେ ସ୍ଥାନୀୟ ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ର ପହଞ୍ଚି ଆହତଙ୍କ ଚିକିତ୍ସା ଅବସ୍ଥା ପଚାରି ବୁଝିଛନ୍ତି।
06 Mar 2023
By The Sakala

https://www.thesakala.in/latest-odisha-news/khordha/4-dead-3-seriously-injured-in-bomb-blast/article-19584