ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ

The Sakala Picture
Published On

ଖୋର୍ଦ୍ଧା: ଧୁମଧାମରେ ପାଳନ ହେଉଛି ରଜ ପର୍ବ।  ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଛୋଟରାୟପୁର ଗାଁରେ। ମୃତ୍ଯୁ ଘଟିଥିବା ଭଣଜାର ନାଁ ଆୟୁଷ ପଟ୍ଟନାୟକ। ସୂଚନା ଅନୁଯାୟୀ, ଆୟୁଷ ଓ ଆଉ ଜଣେ ଭାଇ ମାମୁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ମିଶି ପୋଖରୀରେ ଗାଧୋଉଥିବା ବେଳେ  ୨ ଭଣଜା ଗଭୀର ଜଳରେ ବୁଡ଼ି […]

ଖୋର୍ଦ୍ଧା: ଧୁମଧାମରେ ପାଳନ ହେଉଛି ରଜ ପର୍ବ।  ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଛୋଟରାୟପୁର ଗାଁରେ। ମୃତ୍ଯୁ ଘଟିଥିବା ଭଣଜାର ନାଁ ଆୟୁଷ ପଟ୍ଟନାୟକ।

ସୂଚନା ଅନୁଯାୟୀ, ଆୟୁଷ ଓ ଆଉ ଜଣେ ଭାଇ ମାମୁ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ମିଶି ପୋଖରୀରେ ଗାଧୋଉଥିବା ବେଳେ  ୨ ଭଣଜା ଗଭୀର ଜଳରେ ବୁଡ଼ି ଯାିଥିଲେ।  ହେଲେ ମାମୁ ଜଣଙ୍କୁ ହିଁ ପାଣିରୁ ଟାଣି ଆଣିବାରେ ସଫଳ ହୋଇଥିଲେ। କିନ୍ତୁ ଆୟୁଷଙ୍କର କୌଣସି ପତ୍ତା ମିଳି ନ ଥିଲା। ଖବର ପାଇ ଚିଲିକା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ଆୟୁଷଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଆୟୁଷଙ୍କୁ ମୃତ ଘୋଷଣା କରିଥିଲେ।

15 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର