ଗୁଣି ଗାରେଡି ସନ୍ଦେହରେ ପରିବାର ଲୋକଙ୍କୁ ଆକ୍ରମଣ, ୩ ଗିରଫ

The Sakala Picture
Published On

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଗୁଣି ସନ୍ଦେହରେ ଏକ ପରିବାର ଲୋକଙ୍କୁ ଆକ୍ରମଣ କରି ୩ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ସୂଚନା ଅନୁସାରେ, ଗୋପ ମହାନ୍ତି କଲୋନୀରେ ରହୁଥିବା ତେଜ ବାହାଦୁର ନାମକ ଜଣେ ବ୍ୟକ୍ତିଙ୍କ ମଝିଆ ଭାଇଙ୍କ ପୁଅ ଗତବର୍ଷ ଅସୁସ୍ଥ ହୋଇଥିଲେ । ତାଙ୍କୁ କୌଣସିମତେ ପରିବାର ଲୋକେ ସୁସ୍ଥ କରିଥିଲେ । ତେବେ ଏକ ମାସ ହେଲା ତାଙ୍କ ବଡ଼ ଭାଇ ବିଜୟ ବାହାଦୁରଙ୍କ ପତ୍ନୀ […]

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଗୁଣି ସନ୍ଦେହରେ ଏକ ପରିବାର ଲୋକଙ୍କୁ ଆକ୍ରମଣ କରି ୩ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ସୂଚନା ଅନୁସାରେ, ଗୋପ ମହାନ୍ତି କଲୋନୀରେ ରହୁଥିବା ତେଜ ବାହାଦୁର ନାମକ ଜଣେ ବ୍ୟକ୍ତିଙ୍କ ମଝିଆ ଭାଇଙ୍କ ପୁଅ ଗତବର୍ଷ ଅସୁସ୍ଥ ହୋଇଥିଲେ । ତାଙ୍କୁ କୌଣସିମତେ ପରିବାର ଲୋକେ ସୁସ୍ଥ କରିଥିଲେ । ତେବେ ଏକ ମାସ ହେଲା ତାଙ୍କ ବଡ଼ ଭାଇ ବିଜୟ ବାହାଦୁରଙ୍କ ପତ୍ନୀ ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି, ତାଙ୍କୁ ଚିକିତ୍ସା କରିବା ପରେ ମଧ୍ୟ ଭଲ ହେଉ ନ ଥିଲେ । ତେବେ ତାଙ୍କ ପରିବାରର ଲୋକଙ୍କୁ ନିକଟରେ ଥିବା ସୁଷମା ଗିରି ନାମ୍ନୀ ମହିଳା ଗୁଣି କରି ଅସୁସ୍ଥ କରୁଥିବା ଅଭିଯୋଗ କରି ଆସୁଥିଲେ । ଏହାକୁ କେନ୍ଦ୍ର କରି ପୂର୍ବରୁ ତେଜ ବାହାଦୁରଙ୍କ ପରିବାର ଲୋକଙ୍କ ସହ ସୁଷମା ଗିରି ଓ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲ।।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଗୁରୁବାର ଅପରାହ୍ନ ପ୍ରାୟ ୪ଘଟିକା ସମୟରେ ତେଜ ବାହାଦୁର, ତାଙ୍କ ବଡ ଭାଇ ବିଜୟ ବାହାଦୁର, ପୁତୁରା ରାହୁଲ ବାହାଦୁର ଓ ତାଙ୍କର କିଛି ସମର୍ଥକ ମିଶି ସୁଷମା ଅନୁପସ୍ଥିତ ଥିବା ବେଳେ ଘରକୁ ଯାଇ ତାଙ୍କ ବାତ ରୋଗରେ ଆକ୍ରାନ୍ତ ସ୍ୱାମୀ ସୁରେନ୍ ଗିରିଙ୍କୁ ଟେକି ନେଇ କଚାଡି ଦେଇଥିଲେ । ସୁଷମାଙ୍କ ପୁଅ କଣ୍ଠ ଗିରିଙ୍କୁ ପ୍ରବଳ ମାଡ଼ ମାରିଥିଲେ । ପୁଅ ବହୁ ମୀନା ଗିରି ଓ ନିକଟରେ ଥିବା ଆଉ ଜଣେ ମହିଳା, ସୁଷମାଙ୍କ ଶାଶୁ ନେତ ଗିରିଙ୍କୁ ଖରାପ ଭାଷାରେ ଗାଳିଗୁଲଜ, ଟଣା ଓଟରା କରି ଅଶାଳୀନ ବ୍ୟବହାର କରିଥିଲେ । ଏ ନେଇ ସୁଷମା ଥାନାରେ ଅଭିଯୋଗ କରିବାରୁ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା । ଯୋଡ଼ା ପୋଲିସ କେସ ନଂ ୨୧୧ଦଫା ୩୪୧/୪୪୮/୨୯୪/୩୨୩/୩୫୪/୫୦୬/୩୪ଆଇ ପିସି,ଆର୍.ଡବ୍ଲ୍ୟୁ ସେକ୍ସନ (୧) ଦି ଓଡ଼ିଶା ପ୍ରିଭେନ୍ଶନ ୱିଚ ହଣ୍ଟିଙ୍ଗ ଆକ୍ଟ ୨୦୧୩ ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଗୁଣି ଗାରେଡ଼ି ପରି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଯୋଡ଼ା,ବଡ଼ବିଲ,ବିଲେଇପଦ।,ରୋଇଡ।,ଜୁରୁଡ଼ି,ଜଜାଙ୍ଗ, ବନ୍ଧୁଆବେଡ।,ପ୍ରଭୃତି ଅଂଚଳରେ ବାରମ୍ବାର ଘଟୁଥିଲେ ସୁଦ୍ଧା ଏହାକୁ ରୋକିବାରେ କିମ୍ବା ସଚେତନତା ସୃଷ୍ଟି କରିବାରେ ପ୍ରଶାସନ କିମ୍ବା ଅଂଚଳରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା (ଏନ୍ ଜି ଓ) ମାନେ ସେମାନଙ୍କର ଆନ୍ତରିକତା ଦେଖାଉ ନାହାନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର