ଅଦରକାରୀ କାଗଜକୁ କଳାକୃତିର ରୂପ ଦେଇ ରୋଜଗାରକ୍ଷମ ହୋଇପାରିଛନ୍ତି ଆନନ୍ଦପୁରର ୨ଶହରୁ ଅଧିକ ମହିଳା
କେନ୍ଦୁଝର(ଶରତ ଦାଶ): ଅଦରକାରୀ କାଗଜର କାମ କ’ଣ? ଆମେ ଅଳିଆଗଦାକୁ ଫିଙ୍ଗିଦେଉ; ସେ ସବୁ ଅଳିଆଗଦାରେ, ପଡ଼ି ନଷ୍ଟ ହୁଏ। କିନ୍ତୁ ଏ ଅଦରକାରୀ କାଗଜକୁ ଏମିତି କଳାକୃତିର ରୂପ ଦେଇ ହୁଏ, ତାହା ନ ଦେଖିଲେ ବିଶ୍ୱାସ ହେବନାହିଁ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରୁ ବାହାରି ଏ କଳାକୃତି ଜାତୀୟ ବଜାରରେ ପହଞ୍ଚିଲାଣି। ଏଥିରୁ ୨ଶହରୁ ଅଧିକ ମହିଳା ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି। କେନ୍ଦୁଝରର ଏ ‘ପେପର ମାଚି’ ଦେଶର ଅନ୍ୟାନ୍ୟ ଅଞ୍ଚଳର ‘ପେପର ମାଚି’ […]
କେନ୍ଦୁଝର(ଶରତ ଦାଶ): ଅଦରକାରୀ କାଗଜର କାମ କ’ଣ? ଆମେ ଅଳିଆଗଦାକୁ ଫିଙ୍ଗିଦେଉ; ସେ ସବୁ ଅଳିଆଗଦାରେ, ପଡ଼ି ନଷ୍ଟ ହୁଏ। କିନ୍ତୁ ଏ ଅଦରକାରୀ କାଗଜକୁ ଏମିତି କଳାକୃତିର ରୂପ ଦେଇ ହୁଏ, ତାହା ନ ଦେଖିଲେ ବିଶ୍ୱାସ ହେବନାହିଁ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରୁ ବାହାରି ଏ କଳାକୃତି ଜାତୀୟ ବଜାରରେ ପହଞ୍ଚିଲାଣି। ଏଥିରୁ ୨ଶହରୁ ଅଧିକ ମହିଳା ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି।
କେନ୍ଦୁଝରର ଏ ‘ପେପର ମାଚି’ ଦେଶର ଅନ୍ୟାନ୍ୟ ଅଞ୍ଚଳର ‘ପେପର ମାଚି’ କଳା ଅପେକ୍ଷା ସ୍ୱତନ୍ତ୍ର। ଆନନ୍ଦପୁର ଉପଖଣ୍ଡରେ ୩/୪ଟି ଉତ୍ପାଦକ ଗୋଷ୍ଠୀ ଏହି ‘ପେପର ମାଚି’ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ବାରିଗାଁଠାରେ ଥିବା ଜ୍ୟୋତି ‘ପେପର ମାଚି’ ଉତ୍ପାଦକ ଗୋଷ୍ଠୀର କାରୁକାର୍ଯ୍ୟ ଚାରିଆଡ଼େ ଚର୍ଚ୍ଚିତ। ଏହି ଗୋଷ୍ଠୀରେ ୩୫ ମହିଳା ସଦସ୍ୟା ରହିଥିବା ବେଳେ ମାଷ୍ଟର ଟ୍ରେନର ଅରୁଣ କୁମାର ଓଝାଙ୍କ ତତ୍ତ୍ୱାବଧାନରେ ସେମାନେ ଏହି କାରୁକାର୍ଯ୍ୟ କରୁଛନ୍ତି।
ଉତ୍ପାଦକ ଗୋଷ୍ଠୀ ବିଭିନ୍ନ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଖାଦ୍ୟ ସାମଗ୍ରୀ ରଖିବା ଡବା, ଗହଣା ବାକ୍ସ, ପିଲାଙ୍କ ଟିଫିନ୍ ଡବା, ପେନ୍ ଷ୍ଟାଣ୍ଡ୍, ଚାବି ଷ୍ଟାଣ୍ଡ, ଫୁଲଦାନୀ, ୱାଲ୍ ହ୍ୟାଙ୍ଗିଙ୍ଗ୍ସ ପ୍ରସ୍ତୁତ ହେଉଛି। ଆଦିବାସୀଙ୍କ ଜୀବନଚର୍ଯ୍ୟା ବି ଏ ‘ପେପର ମାଚି’ କଳାରେ ପ୍ରତିଫଳିତ। ଏହାକୁ ଥରେ ଦେଖିଲେ ଜଣେ ନ କିଣି ଫେରିବା ସହଜ ନୁହେଁ।
ଏହି କଳାକୃତି ପାଇଁ ପେପର ସହିତ ତେନ୍ତୁଳି ମଞ୍ଜିରୁ ତିଆରି ଅଠାର ଆବଶ୍ୟକତା ହୋଇଥାଏ। ପେପରକୁ ଗ୍ରାଇଣ୍ଡିଂ କରି ମଣ୍ଡ ପ୍ରସ୍ତୁତ ହୋଇଥାଏ। ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇଥାଏ। ତେଣୁ ଏହାର ପରିବେଶ ପ୍ରତି କିଛି ଖରାପ ପ୍ରଭାବ ନାହିଁ। ପରିବେଶପ୍ରେମୀଙ୍କୁ ମଧ୍ୟ ଏହି କଳାକୃତି ବେଶ ପସନ୍ଦ ଆସିଥାଏ।
ଓର୍ମାସ ସେମାନକୁ କିଛି ଆର୍ଥିକ ସହାୟତା ଦେବା ସହ ଏହାର ବଜାରର ବ୍ୟବସ୍ଥା କରିବାରେ ଅଗ୍ରଣୀ ଭୂମିକା ନେଇଛି। ମହିଳାମାନଙ୍କ ଦ୍ୱାରା ପ୍ରସ୍ତୃତ ସାମଗ୍ରୀ ବିଭିନ୍ନ ମେଳା, ପ୍ରଦର୍ଶନୀ, ଆଉଟଲେଟରେ ବିକ୍ରି ହେଉଛି। ଜ୍ୟୋତି ପେପର ମାଚି ଉତ୍ପାଦକ ଗୋଷ୍ଠୀର ପ୍ରସ୍ତୃତ ସାମଗ୍ରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥିବା ଓର୍ମାସର ସ୍ୱତନ୍ତ୍ର ଆଉଟଲେଟ୍, ଝାରସୁଗୁଡ଼ା ବିମାନବନ୍ଦରରେ ଥିବା ଆଉଟଲେଟ୍, ଏକାମ୍ରହାଟରେ ଥିବା ଓର୍ମାସର ଆଉଟଲେଟ୍ ସମେତ ବିଭିନ୍ନ ସ୍ଥାନରେ ଏହା ଉପଲବ୍ଧ ହେଉଛି। ବଡ଼ବଡ଼ କର୍ପୋରେଟ ହାଉସ ମଧ୍ୟ ଏହି ସାମଗ୍ରୀ କିଣିବା ପାଇଁ ଆଗ୍ରହ ଦେଖାଉଛନ୍ତି।
ଉତ୍ପାଦକ ଗୋଷ୍ଠୀଙ୍କର ବଡ଼ ସମସ୍ୟା ସେମାନଙ୍କ ପାଖରେ ସ୍ଥାନର ଅଭାବ। ‘ପେପର ମାଚି’ କାମରେ ଦରାକରୀ ଛିଣ୍ଡା କାଗଜକୁ ଗ୍ରାଇଡିଂ ନିମନ୍ତେ ଖଦି କମିଶନ ଏକ ହାଇଡ୍ରା ପଲପର ମେସିନ ଦେଇଛି। କିନ୍ତୁ ତାକୁ ରଖିବା ନିମନ୍ତେ ଜାଗା ନାହିଁ। ରାଜଧାନୀରେ ‘ପେପର ମାଚି’ ବିକ୍ରି ପାଇଁ ଆଉଟଲେଟ ରହିଥିବା ବେଳେ ଉତ୍ପାଦନ ହେଉଥିବା କେନ୍ଦୁଝର ମୁଖ୍ୟାଳୟରେ ଏଥିପାଇଁ ଆଉଟଲେଟ ବ୍ୟବସ୍ଥା ନାହିଁ। ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ମିଳିଛି। କିନ୍ତୁ ଏ କଳାର ପ୍ରସାର ପାଇଁ ଅଧିକ ପ୍ରୋତ୍ସାହନର ଆବଶ୍ୟକ। ଏହି କଳାକୁ ବିଶ୍ୱସ୍ତରକୁ ନେବା ପାଇଁ ଏମାନଙ୍କୁ ତାଲିମ ସହ ଯନ୍ତ୍ରପାତି ଜରୁରୀ। ଆଜି କେନ୍ଦୁଝରର କଳା ଭାବେ ପରିଚିତ ଆଗକୁ ଓଡ଼ିଶାର ପରିଚୟ ପାଲଟିବ ବୋଲି ଏହି କାରିଗରମାନେ କହନ୍ତି।