ବେକରେ ଗାମୁଛା ଲଗାଇ ବାପ-ପୁଅଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିରେ ବାପା ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଶୁକ୍ରା ମୁଣ୍ଡା (୫୦) ଓ ତାଙ୍କ ପୁଅ ଶଙ୍କର ମୁଣ୍ଡା (୧୮) ।ଉଭୟଙ୍କ ମୃତଦେହ ଘର ନିକଟ ଜଙ୍ଗଲରୁ ପାଖାପାଖି ସ୍ଥାନରୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ। ସୂଚନାନୁଯାୟୀ ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା ଓ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିରେ ବାପା ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଶୁକ୍ରା ମୁଣ୍ଡା (୫୦) ଓ ତାଙ୍କ ପୁଅ ଶଙ୍କର ମୁଣ୍ଡା (୧୮) ।ଉଭୟଙ୍କ ମୃତଦେହ ଘର ନିକଟ ଜଙ୍ଗଲରୁ ପାଖାପାଖି ସ୍ଥାନରୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ସୂଚନାନୁଯାୟୀ ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା ଓ ତାଙ୍କ ପୁଅ ଶଙ୍କର ମୁଣ୍ଡା ଗୁରୁବାର ବାଂଶପାଳ ସାପ୍ତାହିକ ହାଟକୁ ଯାଇଥିଲେ। ହାଟରୁ ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୁରୁବାର ସନ୍ଧ୍ୟା ବେଳେ ପୁଅ ଶଙ୍କର ବଳଦ ଖୋଜିବାକୁ ଯାଉଛି କହି ଘର ପାଖ ଜଙ୍ଗଲରେ ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ପୁଅ ଆତ୍ମହତ୍ୟା କରିଥିବା ଜାଣିପାରି ବାପା ଶଙ୍କର ମଧ୍ୟ କିଛି ସମୟ ପରେ କିଛି ଦୂରରେ ବେକରେ ଗାମୁଛା ଲଗାଇ ଗଛରେ ଝୁଲି ପଡିଥିବା ସନ୍ଦେହ କରାଯାଉଛି।ପରିବାର ଲୋକେ ଗୁରୁବାର ସକାଳେ ଖୋଜା ଖୋଜି କରିବା ପରେ ଉଭୟଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସକାଳେ ଗ୍ରାମବାସୀ ଏ ନେଇ ପୋଲିସକୁ ଖବର ଦେଇଥିଲେ। ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର