ଟ୍ରକ୍‍ ଧକ୍କାରେ ଜଣେ ବ୍ଯକ୍ତିଙ୍କ ସମେତ ୪ ଗୋରୁ ମୃତ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଶୁଆକାଟୀ ଫାଣ୍ଡି ଅନ୍ତର୍ଗତ ଡଙ୍ଗାପାଣି ନିକଟରେ ଏକ ୧୨ ଚକିଆ ଟ୍ରକ୍‍ ଧକ୍କାରେ ଗୋରୁ ଚଲାଇ ଚଲାଇ ନେଉଥିବା ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଥିସହ ଟ୍ରକ୍‍ ଧକ୍କାରେ ୪ଟି ଗୋରୁଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ପବ ଗିରି ନାମକ ଗୋରୁ ବେପାରୀଙ୍କ ଗୋରୁପଲ୍ଲଙ୍କୁ ଅଡେଇ ବରହମପୁର ନେଉଥିବାବେଳେ ଏନଏଚ-୪୯ ର ଡଙ୍ଗପାଣି ନିକଟରେ ଏକ ୧୨ ଚକିଆ ଟ୍ରକ୍‍ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଶୁଆକାଟୀ ଫାଣ୍ଡି ଅନ୍ତର୍ଗତ ଡଙ୍ଗାପାଣି ନିକଟରେ ଏକ ୧୨ ଚକିଆ ଟ୍ରକ୍‍ ଧକ୍କାରେ ଗୋରୁ ଚଲାଇ ଚଲାଇ ନେଉଥିବା ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଥିସହ ଟ୍ରକ୍‍ ଧକ୍କାରେ ୪ଟି ଗୋରୁଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ପବ ଗିରି ନାମକ ଗୋରୁ ବେପାରୀଙ୍କ ଗୋରୁପଲ୍ଲଙ୍କୁ ଅଡେଇ ବରହମପୁର ନେଉଥିବାବେଳେ ଏନଏଚ-୪୯ ର ଡଙ୍ଗପାଣି ନିକଟରେ ଏକ ୧୨ ଚକିଆ ଟ୍ରକ୍‍ ଧକ୍କା ଦେଇଥିଲା। ଫଳରେ ଦେବଗଡ଼ ଟାଉନ ଥାନା ଅଧିନସ୍ଥ ଗୋପାଳପାଲି ଗ୍ରାମର ଭଗବାନ କିଶନ(୩୦) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏଥେିସହ ଗୁଣ୍ଡୁଣିଆ ଗ୍ରାମର ରଇବୁ ମୁଣ୍ଡା(୧୭) ଗୁରୁତର ହୋଇ କେନ୍ଦୁୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାରେ ୪ ଗୋରୁର ମଧ୍ୟ ମୃତ୍ୟୁ ହୋଇଛି। ଖବର ପାଇ ଶୁଆକାଟୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ୍‍ କରିଛି।

09 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର