ମହିଳାଙ୍କୁ ମିଶନ ଦେଇଛି ମିଶନ ଶକ୍ତି: ୧୪୦୧ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ୨୮.୦୬ କୋଟି ଋଣ ପ୍ରଦାନ

The Sakala Picture
Published On

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ପ୍ରତ୍ୟେକ ଦିନ କେନ୍ଦ୍ରାପଡାରେ କାର୍ଯ୍ଯ କରାଯାଉଛି। ସ୍ୱୟଂ ସହାୟକ ମହିଳାଙ୍କୁ ବିନା ସୁଧରେ ଋଣ ଦିଆଯାଇ ଯେଉଁଭଳି ବଳିଷ୍ଠ ପଦକ୍ଷେପ ନିଆଯାଇଛି ସେଥିପାଇଁ ଆଜି ମହିଳାମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ଦେଉଥିବା ନେଇ ଦେଖିବାକୁ ମିଳୁଛି। କେନ୍ଦ୍ରାପଡାରେ ଗତ ମୌସୁମୀ ଋଣ ମେଳାରେ ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ପୋୖରାଞ୍ଚଳର ଋଣ ମେଳାର ଶେଷ ଦିନରେ […]

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ପ୍ରତ୍ୟେକ ଦିନ କେନ୍ଦ୍ରାପଡାରେ କାର୍ଯ୍ଯ କରାଯାଉଛି। ସ୍ୱୟଂ ସହାୟକ ମହିଳାଙ୍କୁ ବିନା ସୁଧରେ ଋଣ ଦିଆଯାଇ ଯେଉଁଭଳି ବଳିଷ୍ଠ ପଦକ୍ଷେପ ନିଆଯାଇଛି ସେଥିପାଇଁ ଆଜି ମହିଳାମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ଦେଉଥିବା ନେଇ ଦେଖିବାକୁ ମିଳୁଛି।

କେନ୍ଦ୍ରାପଡାରେ ଗତ ମୌସୁମୀ ଋଣ ମେଳାରେ ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ପୋୖରାଞ୍ଚଳର ଋଣ ମେଳାର ଶେଷ ଦିନରେ ୧୪୦୧ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ୨୮.୦୬ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଏହି ମହାମାରୀ ସମୟରେ ଏହି ଟଙ୍କା ମହିଳାଙ୍କ ପାଇଁ ବେଶ ଉପଯୋଗୀ ହେବ ବୋଲି ଜିଲ୍ଲାପାଳ ଅମ୍ରିତି ଋତୁରାଜ ସୂଚନା ଦେଇଛନ୍ତି ।

ପ୍ରଥମ ଦିନ ମୌସୁମୀ ଋଣ ମେଳାରେ ୪୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୮.୮୨ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଦ୍ଵିତ୍ୱୀୟ ଦିନରେ ୫୦୬ ସ୍ୱୟଂ ସହାୟକ ମହିଳା ଗୋଷ୍ଠିଙ୍କୁ ୯.୬୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ସେହିପରି ତୃତୀୟ ଦିନରେ ୪୯୨ ମହିଳା ଗୋଷ୍ଠିଙ୍କୁ ୯.୬୯ କୋଟି ଋଣ ପ୍ରଦାନ କରାଯାଇଛି। ଗୋଟିଏ ଗୋଟିଏ ଗ୍ରୁପ ପିଛା ପ୍ରାୟ ୨.୧୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି ମୌସୁମୀ ଋଣ ପ୍ରଦାନ କରି ଆର୍ଥିକ ସହାୟତା କରିବା ସହ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ମିଶନ ଶକ୍ତି ବିଭାଗ ପକ୍ଷରୁ ସବୁଠାରୁ ବଡ଼ ପଦକ୍ଷେପ। ମହିଳା ସଶକ୍ତିକରଣ କାର୍ଯ୍ଯକ୍ରମକୁ ଏହି ଋଣ ଜରିଆରେ ଶକ୍ତିଶାଳୀ ଓ ପ୍ରଭାବୀ କରିବ ବୋଲି ମତ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁଁ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯାଇଛି। ଋଣ ନେଇଥିବା ମହିଳା ଏସଏଚଜି ମାନେ ମତ୍ସ୍ୟଚାଷ, ଗୋପାଳନ, କୁକୁଡାଚାଷ, ଛତୁଚାଷ, ସିଲେଇ ଭଳି କାର୍ଯ୍ଯରେ ଋଣ ଟଙ୍କା ନିୟୋଜିତ କରି ଲାଭ କରୁଥିବା ଦେଖିବାକୁ ମିଳୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର