ବନ୍ଧୁକ ମୁନରେ ଲୁଟ୍

The Sakala Picture
Published On

କେନ୍ଦ୍ରାପଡା: ମୁଣ୍ଡରେ ବନ୍ଧୁକ ବେକରେ ଭୁଜାଲି ଲଗାଇ ଦୁର୍ବୃତ୍ତମାନେ ଟଙ୍କା ଆଉ ସୁନା ଚେନ ଲୁଟି ନେଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବିଳମ୍ବିତ ରାତିରେ ନିଜର ଜଣେ ସମ୍ପର୍କୀୟ ମେଡିକାଲରେ ଥିବାରୁ ଅଭିଯୋଗକାରୀ ଦେଖା କରିବାକୁ ଯାଇ ଫେରୁଥିଲେ। ଅରେହିକଣା ଅଞ୍ଚଳର ଦାମୋଦର ବରାଳଙ୍କୁ ଭଟପଡା ନିକଟରେ କେତେଜଣ ଦୁର୍ବୁତ୍ତ ଅଟକାଇଥିଲେ। ଏହାପରେ ଜଣେ ତାଙ୍କ ବେକରେ ଭୁଜାଲି ଆଉ ଅନ୍ୟ ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଯାହା ପାଖରେ […]

କେନ୍ଦ୍ରାପଡା: ମୁଣ୍ଡରେ ବନ୍ଧୁକ ବେକରେ ଭୁଜାଲି ଲଗାଇ ଦୁର୍ବୃତ୍ତମାନେ ଟଙ୍କା ଆଉ ସୁନା ଚେନ ଲୁଟି ନେଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବିଳମ୍ବିତ ରାତିରେ ନିଜର ଜଣେ ସମ୍ପର୍କୀୟ ମେଡିକାଲରେ ଥିବାରୁ ଅଭିଯୋଗକାରୀ ଦେଖା କରିବାକୁ ଯାଇ ଫେରୁଥିଲେ। ଅରେହିକଣା ଅଞ୍ଚଳର ଦାମୋଦର ବରାଳଙ୍କୁ ଭଟପଡା ନିକଟରେ କେତେଜଣ ଦୁର୍ବୁତ୍ତ ଅଟକାଇଥିଲେ। ଏହାପରେ ଜଣେ ତାଙ୍କ ବେକରେ ଭୁଜାଲି ଆଉ ଅନ୍ୟ ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଯାହା ପାଖରେ ଅଛି ଦେବାକୁ କହିଥିଲେ। ସେ ନଦେବରୁ ଆଉ ଦୁଇଜଣ ଦୁର୍ବୃତ୍ତ ମଡ଼  ମାରି ତଳେ ପକାଇ ଦେଇଥିଲେ। ଦାମୋଦର ତଳେ ପଡିଯିବାରୁ ତାଙ୍କ ବେକରେ ପିନ୍ଧିଥିବା ସୁନା ଚେନ ଆଉ ପକେଟରେ ଥିବା ୨୩ ଶହ ଟଙ୍କା ନେଇ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।  ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୫ ଜଣଙ୍କ ନାମରେ ଏକ ମାମଲା ୨୫୧/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର