ପାରିବାରିକ କଳହର କରୁଣ ପରିଣତି: ସ୍ବାମୀର କୁରାଢ଼ୀ ଚୋଟରେ ସ୍ତ୍ରୀ ମୃତ

The Sakala Picture
Published On

ଗରଦପୁର: ପାରିବାରିକ କଳହରୁ ଚାଲିଗଲା ଜୀବନ। ଘରୋଇ କଳି ଏବଂ ଆର୍ଥିକ ଅନଟନ ଯୋଗୁ ମାନସିକ ଭାରସାମ୍ୟ ହରାଇ ନିଜ ପତ୍ନୀଙ୍କୁ କୁରାଢ଼ୀରେ ହାଣି ହତ୍ୟାକଲା ସ୍ୱାମୀ। ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ଯାକରିଛି ସ୍ବାନୀ। ଏହିଭଳି ବିଭତ୍ସ ହତ୍ୟାକାଣ୍ଡ ପାଟକୁରା ଥାନା ଅଧିନ ତେଣ୍ଡାକୁଡ଼ା ଗାଁର ସେକ୍ ମାହାଲା ସାହିରେ ଘଟିଛି।  ଯାହାକୁ ନେଇ ତେଣ୍ଡାକୁଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନା ଅନୁଯାୟୀ, ତେଣ୍ଡାକୁଡା ପଞ୍ଚାୟତର ମରମହଲାର ବସ୍ତିରେ ମାନନ ଅଲ୍ଲୀ […]

ଗରଦପୁର: ପାରିବାରିକ କଳହରୁ ଚାଲିଗଲା ଜୀବନ। ଘରୋଇ କଳି ଏବଂ ଆର୍ଥିକ ଅନଟନ ଯୋଗୁ ମାନସିକ ଭାରସାମ୍ୟ ହରାଇ ନିଜ ପତ୍ନୀଙ୍କୁ କୁରାଢ଼ୀରେ ହାଣି ହତ୍ୟାକଲା ସ୍ୱାମୀ। ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ଯାକରିଛି ସ୍ବାନୀ। ଏହିଭଳି ବିଭତ୍ସ ହତ୍ୟାକାଣ୍ଡ ପାଟକୁରା ଥାନା ଅଧିନ ତେଣ୍ଡାକୁଡ଼ା ଗାଁର ସେକ୍ ମାହାଲା ସାହିରେ ଘଟିଛି।  ଯାହାକୁ ନେଇ ତେଣ୍ଡାକୁଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଆହୁରି ପଢ଼ନ୍ତୁ: ଛାତି ବିନ୍ଧୁଥିଲା ବୋଲି ସ୍ବାସ୍ଥ୍ୟକେନ୍ଦ୍ର ଗଲେ, ହେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ

ସୂଚନା ଅନୁଯାୟୀ, ତେଣ୍ଡାକୁଡା ପଞ୍ଚାୟତର ମରମହଲାର ବସ୍ତିରେ ମାନନ ଅଲ୍ଲୀ ତାଙ୍କ ସ୍ତ୍ରୀ ପ୍ୟାରୁଲ ବିବି ଓ ତାଙ୍କ ୧୫ ବର୍ଷ, ୨୦ ବର୍ଷ , ୨୨ ବର୍ଷର ୩ ପୁଅକୁ ନେଇ ରୁହନ୍ତି । ମନାନ ଅଲ୍ଲୀ ମୁଲମଜୁରି ଲାଗି ଗୁଜରଣ ମେଣ୍ଟାଇଥାଆନ୍ତି । ଘରର ଆର୍ଥିକ ସ୍ୱଛଳତା ଭଲ ନ ଥିବାରୁ ମଝିରେ ମଝିରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିରହିଥାଏ। ଗତକାଲି ପରିବାର ଲୋକ ସମସ୍ତେ ଖାଇପିଇ ଶୋଇଗଲା ପରେ ସେକ ମନନ ଅଲ୍ଲି ରାତି ପ୍ରାୟ ଏକଟା ସମୟରେ ନିଶାଶକ୍ତ ଅବସ୍ଥାରେ ଆସି ଘର ମଧ୍ୟରେ ଥୁଆ ହୋଇଥିବା ଏକ କୁରାଢୀ ଆଣି ସ୍ତ୍ରୀର ବେକରେ ଚୋଟ ମାରିଥିଲା । ଘଟଣାସ୍ଥଳରେ ଛଟପଟ ହୋଇ ପ୍ୟାରୁଲର ଜୀବନ ଚାଲିଯାଇଥିଲା । ଘରପାଖ ପଡୋଶୀ ପାଟି ଶୁଣି ଆସି ଦେଖନ୍ତି ରକ୍ତ ଜୁଡୁବଡୁ ଅବସ୍ଥାରେ ପ୍ୟାରୁଲ ପଡିଥିବାର ଦେଖି ଥାନାକୁ ଖବର ଦେଇଥିଲେ। ପାଟକୁରା ଥାନା ଅଧିକାରୀ ସରୋଜ ସାହୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ସ୍ୱାମୀ ମନାନ ଅଲ୍ଲୀକୁ ଥାନାକୁ ଆଣି ଅଟକ ରଖିଥିଲେ। ସକାଳୁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ରକ୍ତଲଗା କୁରାଢି ଜବତ କରିଥିଲେ। ଶବକୁ ଜବତ କରି ପୋଷ୍ଟମଟମ ପାଇଁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନା ପଠାଇଦେଇଥିଲେ । ଘରପାଖ ପଡେଶୀ ଙ୍କ କହିବା କଥା ଅଭିଯୁକ୍ତ ମନାନଙ୍କର ମୁଣ୍ଡ ବିକୃତ ଥିବାରୁ ସେ ଅତିତରେ ୨ /୩ ଥର ନିଜେ ମଧ୍ୟ ଘରେ ରଶିଲଗାଇ ଆତ୍ମହତ୍ୟା ଉଦ୍ୟାମ କରିବା ସହିତ ନିଜ ଘରେ ନିଆଁ ଲଗାଇବାଭଳି ଘଟଣା ଘଟାଇଛନ୍ତି। ପୁଲିସ ଏ ସଂକ୍ରାନ୍ତ୍ରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ମନାନ ଅଲ୍ଲିକୁ ଗିରଫ କରି କୋର୍ଟଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇକୁ ପିଟିପିଟି ମାରିଦେଲେ ବଡଭାଇର ପରିବାର ଲୋକେ

23 Jun 2022 By The Sakala

ପାରିବାରିକ କଳହର କରୁଣ ପରିଣତି: ସ୍ବାମୀର କୁରାଢ଼ୀ ଚୋଟରେ ସ୍ତ୍ରୀ ମୃତ

ଗରଦପୁର: ପାରିବାରିକ କଳହରୁ ଚାଲିଗଲା ଜୀବନ। ଘରୋଇ କଳି ଏବଂ ଆର୍ଥିକ ଅନଟନ ଯୋଗୁ ମାନସିକ ଭାରସାମ୍ୟ ହରାଇ ନିଜ ପତ୍ନୀଙ୍କୁ କୁରାଢ଼ୀରେ ହାଣି ହତ୍ୟାକଲା ସ୍ୱାମୀ। ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ଯାକରିଛି ସ୍ବାନୀ। ଏହିଭଳି ବିଭତ୍ସ ହତ୍ୟାକାଣ୍ଡ ପାଟକୁରା ଥାନା ଅଧିନ ତେଣ୍ଡାକୁଡ଼ା ଗାଁର ସେକ୍ ମାହାଲା ସାହିରେ ଘଟିଛି।  ଯାହାକୁ ନେଇ ତେଣ୍ଡାକୁଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ସୂଚନା ଅନୁଯାୟୀ, ତେଣ୍ଡାକୁଡା ପଞ୍ଚାୟତର ମରମହଲାର ବସ୍ତିରେ ମାନନ ଅଲ୍ଲୀ ତାଙ୍କ ସ୍ତ୍ରୀ ପ୍ୟାରୁଲ ବିବି ଓ ତାଙ୍କ ୧୫ ବର୍ଷ, ୨୦ ବର୍ଷ , ୨୨ ବର୍ଷର ୩ ପୁଅକୁ ନେଇ ରୁହନ୍ତି । ମନାନ ଅଲ୍ଲୀ ମୁଲମଜୁରି ଲାଗି ଗୁଜରଣ ମେଣ୍ଟାଇଥାଆନ୍ତି । ଘରର ଆର୍ଥିକ ସ୍ୱଛଳତା ଭଲ ନ ଥିବାରୁ ମଝିରେ ମଝିରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିରହିଥାଏ। ଗତକାଲି ପରିବାର ଲୋକ ସମସ୍ତେ ଖାଇପିଇ ଶୋଇଗଲା ପରେ ସେକ ମନନ ଅଲ୍ଲି ରାତି ପ୍ରାୟ ଏକଟା ସମୟରେ ନିଶାଶକ୍ତ ଅବସ୍ଥାରେ ଆସି ଘର ମଧ୍ୟରେ ଥୁଆ ହୋଇଥିବା ଏକ କୁରାଢୀ ଆଣି ସ୍ତ୍ରୀର ବେକରେ ଚୋଟ ମାରିଥିଲା । ଘଟଣାସ୍ଥଳରେ ଛଟପଟ ହୋଇ ପ୍ୟାରୁଲର ଜୀବନ ଚାଲିଯାଇଥିଲା । ଘରପାଖ ପଡୋଶୀ ପାଟି ଶୁଣି ଆସି ଦେଖନ୍ତି ରକ୍ତ ଜୁଡୁବଡୁ ଅବସ୍ଥାରେ ପ୍ୟାରୁଲ ପଡିଥିବାର ଦେଖି ଥାନାକୁ ଖବର ଦେଇଥିଲେ। ପାଟକୁରା ଥାନା ଅଧିକାରୀ ସରୋଜ ସାହୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ସ୍ୱାମୀ ମନାନ ଅଲ୍ଲୀକୁ ଥାନାକୁ ଆଣି ଅଟକ ରଖିଥିଲେ। ସକାଳୁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ରକ୍ତଲଗା କୁରାଢି ଜବତ କରିଥିଲେ। ଶବକୁ ଜବତ କରି ପୋଷ୍ଟମଟମ ପାଇଁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନା ପଠାଇଦେଇଥିଲେ । ଘରପାଖ ପଡେଶୀ ଙ୍କ କହିବା କଥା ଅଭିଯୁକ୍ତ ମନାନଙ୍କର ମୁଣ୍ଡ ବିକୃତ ଥିବାରୁ ସେ ଅତିତରେ ୨ /୩ ଥର ନିଜେ ମଧ୍ୟ ଘରେ ରଶିଲଗାଇ ଆତ୍ମହତ୍ୟା ଉଦ୍ୟାମ କରିବା ସହିତ ନିଜ ଘରେ ନିଆଁ ଲଗାଇବାଭଳି ଘଟଣା ଘଟାଇଛନ୍ତି। ପୁଲିସ ଏ ସଂକ୍ରାନ୍ତ୍ରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ମନାନ ଅଲ୍ଲିକୁ ଗିରଫ କରି କୋର୍ଟଚାଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର