ଆତ୍ମହତ୍ୟା କରୁଥିବା ନାବାଳିକାଙ୍କ ଜୀବନ ବଞ୍ଚାଇଲେ କାଉଡ଼ିଆ ଭକ୍ତ

The Sakala Picture
Published On

କେନ୍ଦ୍ରାପଡା: ଆତ୍ମହତ୍ୟା କରୁଥିବା ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଲେ କାଉଡ଼ିଆ l ନାବାଳିକା ଜଣଙ୍କ ନଦୀରେ ଡେଇଁ ଆତ୍ମହତ୍ୟା କରୁଥିବାବେଳେ କାଉଡ଼ିଆମାନେ ତାଙ୍କୁ ବଞ୍ଚାଇବା କଥା ପ୍ରଘଟ ହେବା ପରେ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି l ମହାକାଳପଡା ଥାନା ଅଳାଇଲୋ ପଞ୍ଚାୟତ ଓରତଘାଟଠାରେ କାଉଡିଆମାନେ ଶ୍ରାବଣ ମାସର ପ୍ରଥମ ସୋମବାରରେ ପାଣିଲାଗି ପାଇଁ ପାଣି ଉଠାଉଥିବା ବେଳେ ନଦୀରେ କେହି ଜଣେ ଚିତ୍କାର କରୁଥିବା ଶୁଣିବାକୁ ପାଇଥିଲେ l ଏହାର କିଛି ସମୟ ପରେ କାଉଡିଆଙ୍କ […]

କେନ୍ଦ୍ରାପଡା: ଆତ୍ମହତ୍ୟା କରୁଥିବା ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଲେ କାଉଡ଼ିଆ l ନାବାଳିକା ଜଣଙ୍କ ନଦୀରେ ଡେଇଁ ଆତ୍ମହତ୍ୟା କରୁଥିବାବେଳେ କାଉଡ଼ିଆମାନେ ତାଙ୍କୁ ବଞ୍ଚାଇବା କଥା ପ୍ରଘଟ ହେବା ପରେ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି l ମହାକାଳପଡା ଥାନା ଅଳାଇଲୋ ପଞ୍ଚାୟତ ଓରତଘାଟଠାରେ କାଉଡିଆମାନେ ଶ୍ରାବଣ ମାସର ପ୍ରଥମ ସୋମବାରରେ ପାଣିଲାଗି ପାଇଁ ପାଣି ଉଠାଉଥିବା ବେଳେ ନଦୀରେ କେହି ଜଣେ ଚିତ୍କାର କରୁଥିବା ଶୁଣିବାକୁ ପାଇଥିଲେ l ଏହାର କିଛି ସମୟ ପରେ କାଉଡିଆଙ୍କ ମଧ୍ୟରୁ ରାଜଗଡ଼ ଅଞ୍ଚଳର ସତ୍ୟବ୍ରତ ରାଉତ, ରଞ୍ଜନ କୁମାର ସାମଲ ଏବଂ ତାଙ୍କର ଦୁଇଜଣ ସହଯୋଗୀ ଗୋବରୀ ନଦୀରେ ପାଣି ଉଠାଉଥିବା ବେଳେ ନଦୀ ମଝିରୁ ଭାଇ ବଞ୍ଚାଅ ଭାଇ ବଞ୍ଚାଅ ବୋଲି ଶୁଣିଥିଲେ । କାଉଡ଼ିଆଭକ୍ତମାନେ ନଦୀକୁ ଦେଖିଲା ବେଳକୁ ଜଣେ କିଏ ଭାସିଯାଉଥିବାର ଦୃଶ୍ୟ ଦେଖିଥିଲେ l ଏହାପରେ କାଉଡ଼ିଆ ଭାଇମାନେ କିଛି ଦୂରରେ ଥିବା ଡଙ୍ଗାଵାଲାଙ୍କୁ ଦୌଡ଼ି ଯାଇ ଡାକିଥିଲେ l ଦୁଇଜଣ ଡଙ୍ଗାର ନାଉରୀଙ୍କୁ ଘଟଣାସ୍ଥଳକୁ ଡାକି ଆଣି ନାବାଳିକା ବୁଡି ଯାଉଥିବା ଦେଖାଇଥିଲେ l ଓରତ ଗ୍ରାମର ରଘୁନାଥ ତରାଇ, ସୁଶାନ୍ତ ତରାଇ ଦୁଇ ନାଉରୀ ଭାସି ଯାଉଥିବା ନାବାଳିକାଙ୍କୁ ଉଦ୍ଧାର କରିଥିଲେ l

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ନୃଶଂସ ସ୍ୱାମୀ

ନଦୀ କୂଳକୁ ଆଣି ନାବାଳିକାଙ୍କୁ ପଚାରିବାରୁ କୌଣସି କାରଣରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଜାଣିବାକୁ ମିଳିଛି l ପଚାରାଉଚୁରା ପରେ ନାବାଳିକା ଝିଅଟି ତାର ପରିଚୟ ଦେଇଥିଲା । ମାର୍ଶାଘାଇ ଥାନା ଅଞ୍ଚଳରେ ନାବାଳିକାଙ୍କର ଘର ବୋଲି କହିଥିଲେ l ଏହାପରେ ପରିବାରକୁ ସ୍ଥାନିୟ ଲୋକେ ଖବର ଦେଇଥିଲେ। ଘରେ ବାପା ସାମାନ୍ୟ ଗାଳି ଦେଇଥିବାରୁ ସେ ରାତିରୁ ଉଠିଆସି ଗୋବରୀ ନଦୀକୁ ଆତ୍ମହତ୍ୟା କରିବାକୁ ପଳାଇ ଆସିଥିଲେ l ନଦୀର ପ୍ରଖର ସୁହ ତାକୁ ଭସାଇ ନେଇଯାଇଥିଲା । ଘଟଣା ସ୍ଥଳରେ ନାବାଳିକାର ଭାଇ ପହଞ୍ଚି ଭଉଣୀକୁ ନିଜ ଘରକୁ ନେଇଯାଇଥିଲେ l

ଆହୁରି ପଢ଼ନ୍ତୁ: କଳାହାଣ୍ଡିର ୪୧ଟି ଗାଁରେ ୮୦୦ରୁ ଅଧିକ ଏକର ଜମିରେ ଜଳସେଚନ ସୁନିଶ୍ଚିତ କରିଛି ବେଦାନ୍ତ

18 Jul 2022 By The Sakala

ଆତ୍ମହତ୍ୟା କରୁଥିବା ନାବାଳିକାଙ୍କ ଜୀବନ ବଞ୍ଚାଇଲେ କାଉଡ଼ିଆ ଭକ୍ତ

କେନ୍ଦ୍ରାପଡା: ଆତ୍ମହତ୍ୟା କରୁଥିବା ଜଣେ ନାବାଳିକାଙ୍କ ଜୀବନ ବଞ୍ଚାଇଲେ କାଉଡ଼ିଆ l ନାବାଳିକା ଜଣଙ୍କ ନଦୀରେ ଡେଇଁ ଆତ୍ମହତ୍ୟା କରୁଥିବାବେଳେ କାଉଡ଼ିଆମାନେ ତାଙ୍କୁ ବଞ୍ଚାଇବା କଥା ପ୍ରଘଟ ହେବା ପରେ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି l ମହାକାଳପଡା ଥାନା ଅଳାଇଲୋ ପଞ୍ଚାୟତ ଓରତଘାଟଠାରେ କାଉଡିଆମାନେ ଶ୍ରାବଣ ମାସର ପ୍ରଥମ ସୋମବାରରେ ପାଣିଲାଗି ପାଇଁ ପାଣି ଉଠାଉଥିବା ବେଳେ ନଦୀରେ କେହି ଜଣେ ଚିତ୍କାର କରୁଥିବା ଶୁଣିବାକୁ ପାଇଥିଲେ l ଏହାର କିଛି ସମୟ ପରେ କାଉଡିଆଙ୍କ ମଧ୍ୟରୁ ରାଜଗଡ଼ ଅଞ୍ଚଳର ସତ୍ୟବ୍ରତ ରାଉତ, ରଞ୍ଜନ କୁମାର ସାମଲ ଏବଂ ତାଙ୍କର ଦୁଇଜଣ ସହଯୋଗୀ ଗୋବରୀ ନଦୀରେ ପାଣି ଉଠାଉଥିବା ବେଳେ ନଦୀ ମଝିରୁ ଭାଇ ବଞ୍ଚାଅ ଭାଇ ବଞ୍ଚାଅ ବୋଲି ଶୁଣିଥିଲେ । କାଉଡ଼ିଆଭକ୍ତମାନେ ନଦୀକୁ ଦେଖିଲା ବେଳକୁ ଜଣେ କିଏ ଭାସିଯାଉଥିବାର ଦୃଶ୍ୟ ଦେଖିଥିଲେ l ଏହାପରେ କାଉଡ଼ିଆ ଭାଇମାନେ କିଛି ଦୂରରେ ଥିବା ଡଙ୍ଗାଵାଲାଙ୍କୁ ଦୌଡ଼ି ଯାଇ ଡାକିଥିଲେ l ଦୁଇଜଣ ଡଙ୍ଗାର ନାଉରୀଙ୍କୁ ଘଟଣାସ୍ଥଳକୁ ଡାକି ଆଣି ନାବାଳିକା ବୁଡି ଯାଉଥିବା ଦେଖାଇଥିଲେ l ଓରତ ଗ୍ରାମର ରଘୁନାଥ ତରାଇ, ସୁଶାନ୍ତ ତରାଇ ଦୁଇ ନାଉରୀ ଭାସି ଯାଉଥିବା ନାବାଳିକାଙ୍କୁ ଉଦ୍ଧାର କରିଥିଲେ l

ନଦୀ କୂଳକୁ ଆଣି ନାବାଳିକାଙ୍କୁ ପଚାରିବାରୁ କୌଣସି କାରଣରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଜାଣିବାକୁ ମିଳିଛି l ପଚାରାଉଚୁରା ପରେ ନାବାଳିକା ଝିଅଟି ତାର ପରିଚୟ ଦେଇଥିଲା । ମାର୍ଶାଘାଇ ଥାନା ଅଞ୍ଚଳରେ ନାବାଳିକାଙ୍କର ଘର ବୋଲି କହିଥିଲେ l ଏହାପରେ ପରିବାରକୁ ସ୍ଥାନିୟ ଲୋକେ ଖବର ଦେଇଥିଲେ। ଘରେ ବାପା ସାମାନ୍ୟ ଗାଳି ଦେଇଥିବାରୁ ସେ ରାତିରୁ ଉଠିଆସି ଗୋବରୀ ନଦୀକୁ ଆତ୍ମହତ୍ୟା କରିବାକୁ ପଳାଇ ଆସିଥିଲେ l ନଦୀର ପ୍ରଖର ସୁହ ତାକୁ ଭସାଇ ନେଇଯାଇଥିଲା । ଘଟଣା ସ୍ଥଳରେ ନାବାଳିକାର ଭାଇ ପହଞ୍ଚି ଭଉଣୀକୁ ନିଜ ଘରକୁ ନେଇଯାଇଥିଲେ l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର