ଜନ୍ମ ନେଲା ଅଦ୍ଭୁତ ଶିଶୁକନ୍ୟା, ଗୋଟିଏ ଦେହରେ ରହିଛି ଦୁଇଟି ମୁଣ୍ଡ

The Sakala Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମ ରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ଯାହାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ ଟି ହାତ, ୪ ଟି ଆଖି ଓ ୪ ଟି କାନ ସହିତ ଦୁଇଟି ଗୋଡ଼ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭାର୍ତ୍ତି କରାଯଇଥିଲା। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମ ରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ଯାହାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ ଟି ହାତ, ୪ ଟି ଆଖି ଓ ୪ ଟି କାନ ସହିତ ଦୁଇଟି ଗୋଡ଼ ରହିଛି। ଆଜି ପୂର୍ବାହ୍ନ ୧୧ ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭାର୍ତ୍ତି କରାଯଇଥିଲା।

ଆହୁରି ପଢ଼ନ୍ତୁ: ଆଉ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିବିନି, କିନ୍ତୁ ଆଇଟମ୍‌ ନାଚିବି; ଜାମିନ ମିଳିବା ପରେ କହିଲେ ନିଶା ମହାରଣା

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ କଣୀ ଗାଁର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ଏହି ଶିଶୁ କନ୍ୟା ଟିକୁ ଜନ୍ମ ଦେଇଛନ୍ତି। ଶିଶୁ ଟିର ପିଠି ପଟକୁ ଗୋଟେ ହାତ ବାହାରିଛି। ତେବେ ଶିଶୁଟିର ଶରୀର ଅସୁସ୍ଥ ହେବାରୁ ଡାକ୍ତର ମାନେ ଶିଶୁ ଟିକୁ କଟକ ଶିଶୁ ଭବନକୁ ପଠାଇ ଦେଇଛନ୍ତି। କିନ୍ତ ଶିଶୁଟିର ମାଆ ଏବେ କେନ୍ଦ୍ରାପଡ଼ାରେ ରହିଛନ୍ତି। ମାଆର ଦେହ ମଧ୍ୟ ଏବେ ଅସୁସ୍ଥ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଧାନରେ କଟନୀ ଛଟନୀ ଓ ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆସନ୍ତା ୧୬ରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp