ବେଧଡ଼କ ଚାଲିଛି ଧଳାଜହର ବ୍ୟବସାୟ: ହୋମ ଡେଲିଭରି ପାଇଁ ଏକ୍ସଟ୍ରା ଚାର୍ଜ, କୋର୍ଡ ୱାର୍ଡରେ ଚାଲିଛି ବ୍ୟବସାୟ

The Sakala Picture
Published On

କେନ୍ଦ୍ରାପଡା: ଦିନକୁ ଦିନ କେନ୍ଦ୍ରାପଡାରେ ଧଳାଜହର ବ୍ୟବସାୟ କାୟା ବିସ୍ତାର କରୁଛି। ଗାଁ ଗାଁରେ ଗୋଟିଏ ଫୋନ କଲରେ ଘରେ ପହଞ୍ଚିଯାଉଛି। ଆଉ କେଉଁଠି କି ନଯାଇ ମାତ୍ର ଗୋଟିଏ ଫୋନ କଲ କଲେ ବ୍ରାଉନସୁଗର ହୋମ ଡେଲିଭରି ହେଉଛି। ଯାହାପାଇଁ ଗୋଟେ ପୁଡ଼ିଆ ପିଛା ୫୦ ଟଙ୍କା ଅଧିକ ଦେବାକୁ ପଡୁଛି। ବ୍ରାଉନସୁଗର ହୋମ ଡେଲିଭରି ହେବା ସମୟରେ ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଅଭିଯୁକ୍ତକୁ ମାଡି ବସିବା ପରେ ଘଟଣାଟି ପଦାକୁ […]

କେନ୍ଦ୍ରାପଡା: ଦିନକୁ ଦିନ କେନ୍ଦ୍ରାପଡାରେ ଧଳାଜହର ବ୍ୟବସାୟ କାୟା ବିସ୍ତାର କରୁଛି। ଗାଁ ଗାଁରେ ଗୋଟିଏ ଫୋନ କଲରେ ଘରେ ପହଞ୍ଚିଯାଉଛି। ଆଉ କେଉଁଠି କି ନଯାଇ ମାତ୍ର ଗୋଟିଏ ଫୋନ କଲ କଲେ ବ୍ରାଉନସୁଗର ହୋମ ଡେଲିଭରି ହେଉଛି। ଯାହାପାଇଁ ଗୋଟେ ପୁଡ଼ିଆ ପିଛା ୫୦ ଟଙ୍କା ଅଧିକ ଦେବାକୁ ପଡୁଛି। ବ୍ରାଉନସୁଗର ହୋମ ଡେଲିଭରି ହେବା ସମୟରେ ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଅଭିଯୁକ୍ତକୁ ମାଡି ବସିବା ପରେ ଘଟଣାଟି ପଦାକୁ ଆସିଛି ।

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗରାପୁର୍ ଛକ ନିକଟରୁ ଜଣେ ବ୍ୟକ୍ତିଙ୍କ ପାଖରୁ ୧୫ ଗ୍ରାମର ଅର୍ଥାତ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗର ସହିତ ଏକ ମଟର ସାଇକେଲ ଜବତ କରାଯାଇଛି। କଟକ, ଭୁବନେଶ୍ୱରରେ ଧଳାଜହର ବିକ୍ରି କରୁଥିବା ଅନେକ ସୌଦାଗରଙ୍କୁ ହ୍ବାଇଟ୍‌ ସ୍ପାଇଡର୍‌ ମିସନ୍‌ ଜରିଆରେ ପୋଲିସ ଓ ଅବକାରୀ ବିଭାଗ ଗିରଫ କରୁଛି । ସହରରେ କଡ଼ାକଡ଼ି ଚେକିଂ ହେବାରୁ ଗାଁ ମୁହାଁ ହୋଇଛନ୍ତି ଅଭିଯୁକ୍ତ। ବିଶେଷଭାବରେ କଲେଜ ଛାତ୍ରଙ୍କୁ ବ୍ଯବସାୟୀମାନେ ଜାଲରେ ଫସାଇ ଏହି ବ୍ୟବସାୟ କରୁଛନ୍ତି। ପୋଲିସ ଆଉ ଅବକାରୀ ବିଭାଗ ଆଖିରେ ଆଙ୍ଗୁଠି ଗେଞ୍ଜି କୋର୍ଡ ୱାର୍ଡରେ ବ୍ୟବସାୟ କରୁଛନ୍ତି। ପାଉ, ଗୋଡି, ପତା କୋର୍ଡ ୱାର୍ଡରେ କେନ୍ଦ୍ରାପଡାରେ ଏହି ବ୍ୟବସାୟ ଚାଲୁଥିବା ଜାଣାପାଡିଛି। ନିଶା କାରବାରର ମାଷ୍ଟର ମାଇଣ୍ଡ ସହରରେ ବସି ଗୋଟିଚାଳନା କରୁଛନ୍ତି। ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସୂଚନା ମିଳିଛି । ତେବେ ଅଧିକ ତଦନ୍ତ ହେଲେ ଘଟଣା ପଛର ମାଷ୍ଟର ମାଇଣ୍ଡକୁ ଧରିହେବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ପୋଲିସ ପଞ୍ଝାରେ ଧରା ପଡିଥିବା ଅଭିଯୁକ୍ତ ଜଣଙ୍କ ହେଲେ ରାଜୀବ ପତି ଓ ତାଙ୍କ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଅଞ୍ଚଳରେ ବୋଲି ଜିଲ୍ଲା ଅବକାରୀ ନିରୀକ୍ଷକ କାଳନ୍ଦୀ ବେହେରା ସୂଚନା ଦେଇଛନ୍ତି। ତେବେ ରାଜୀବ ଅନେକ ଦିନରୁ ଧଳାଜହାର କାରବାର ଚଳାଇ ଆସୁଥିଲେ ବୋଲି ଅବକାରୀ ବିଭାଗ ତଦନ୍ତରୁ ଜଣାପଡ଼ିଛି।

31 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର