ନିର୍ଯାତନା ଅସହ୍ୟ; ବିଷ ପିଇଲେ ବୃଦ୍ଧ

The Sakala Picture
Published On

କେନ୍ଦ୍ରାପଡ଼ା: କଙ୍ଗାରୁ କୋର୍ଟରେ ଗୋଟିଏ ପରିବାରକୁ ଦୁଇମାସ ହେଲା ଏକଘରିଆ ରଖାଗଲା। ନିଆଁ ପାଣିରୁ ବଞ୍ଚିତ କରାଯିବା ସହ ଅସହ୍ୟ ନିର୍ଯାତନା ଦିଆଗଲା। ଅନ୍ୟ ଉପାୟ ନ ପାଇ ପରିବାରର ମୁଖିଆ ପୁଲିସର ଦ୍ବାରସ୍ଥ ହେଲେ। ନିଜ ପରିବାର ଉପରେ ହେଉଥିବା ନିର୍ଯାତନା ବିଷୟରେ ପ୍ରଶାସନ ନିକଟରେ ଅଭିଯୋଗ କଲେ। ମାତ୍ର ସେଠାରେ ମଧ୍ୟ ତାଙ୍କୁ ଉପେକ୍ଷା କରାଗଲା। ସବୁଆଡୁ ନିରାଶ ହେବା ପରେ ପରିବାର ମୁଖିଆ ଶେଷରେ ବିଷ ପିଇବାକୁ ବାଧ୍ୟ ହେଲେ। ଏଭଳି ଏକ […]

କେନ୍ଦ୍ରାପଡ଼ା: କଙ୍ଗାରୁ କୋର୍ଟରେ ଗୋଟିଏ ପରିବାରକୁ ଦୁଇମାସ ହେଲା ଏକଘରିଆ ରଖାଗଲା। ନିଆଁ ପାଣିରୁ ବଞ୍ଚିତ କରାଯିବା ସହ ଅସହ୍ୟ ନିର୍ଯାତନା ଦିଆଗଲା। ଅନ୍ୟ ଉପାୟ ନ ପାଇ ପରିବାରର ମୁଖିଆ ପୁଲିସର ଦ୍ବାରସ୍ଥ ହେଲେ। ନିଜ ପରିବାର ଉପରେ ହେଉଥିବା ନିର୍ଯାତନା ବିଷୟରେ ପ୍ରଶାସନ ନିକଟରେ ଅଭିଯୋଗ କଲେ। ମାତ୍ର ସେଠାରେ ମଧ୍ୟ ତାଙ୍କୁ ଉପେକ୍ଷା କରାଗଲା। ସବୁଆଡୁ ନିରାଶ ହେବା ପରେ ପରିବାର ମୁଖିଆ ଶେଷରେ ବିଷ ପିଇବାକୁ ବାଧ୍ୟ ହେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଦୋଳିଗାଁରେ। ଦୋଳିଗାଁରେ ଥିବା କିଛି ଜଙ୍ଗଲ ଜମିର ଭାଗବଣ୍ଟାକୁ ସେହି ଅଞ୍ଚଳର ପୁରସ୍ତମ ସ୍ବାଇଁ ବିରୋଧ କରୁଥିବାରୁ ତାଙ୍କ ପରିବାରକୁ ଗତ ୨ ମାସ ହେବ ଗାଁ କମିଟି ଏକଘରିଆ ରଖିଛନ୍ତି। ଗାଁର କୌଣସି ଦୋକାନରୁ ସଉଦା ଦେଉନାହାନ୍ତି ନା ଗାଁର କୌଣସି ଲୋକ ସେହି ପରିବାର ସହିତ କଥାବାର୍ତ୍ତା ହେଉନାହାନ୍ତି। ଯେଉଁ ପରିବାର ପୁରସ୍ତମଙ୍କ ପରିବାର ସହିତ ସମ୍ପର୍କ ରଖିବ ସେହି ପରିବାରକୁ ମଧ୍ୟ ଏକଘରିଆ ରଖାଯିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଗତକାଲି ପୁରସ୍ତମ ତାଙ୍କ ବିଲରେ ଧାନ ରୋଇବା ପାଇଁ ହଳ କରିଥିଲେ। ଆଜି ସକାଳୁ ଗାଁର କିଛି ଲୋକ ଜୋରଜବରଦସ୍ତ ପୁରସ୍ତମଙ୍କ ହଳ ହୋଇଥିବା ବିଲରେ ତଳିରୋଇ ଦେଇଥିଲେ। ପୁରସ୍ତମ, ତାଙ୍କ ସ୍ତ୍ରୀ ଓ ପୁଅ ବିଲକୁ ଯାଇ ଏହାକୁ ବିରୋଧ କରିବାରୁ ଗାଁ କମିଟି ଲୋକେ ଏକତ୍ରିତ ହୋଇ ସେମାନଙ୍କୁ ମାନ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏକଘରିଆ ଓ ବିଲରେ ତଳି ରୋଇ ନ ଦେବା ଘଟଣାରେ ପୁରସ୍ତମ ସହି ନ ପାରି ବିଷ ପିଇଦେଇଛନ୍ତି। ଗୁରୁତର ଅବସ୍ଥାରେ ପୁରସ୍ତମଙ୍କୁ ପ୍ରଥମେ ବାବର ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପୁରସ୍ତମଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ଅଧିକ ବିଗୁଡ଼ି ଥିବା ପରିବାର ପକ୍ଷରୁ କୁହାଯାଇଛି। ଯିଏ ଯେଉଁଠି ଦେଖିଲା ଏକଘରିଆ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲା। ସବୁବେଳେ ପରିବାରକୁ ଜୀବନରୁ ମାରିଦେବାର ଧମକ ମିଳିଲା। କେବଳ ଏତିକି ନୁହେଁ କେତେଜଣ ମୁଷ୍ଟିମେୟ ପରିବାର ଏକ ନିୟମ କରିଛନ୍ତି। ଯଦି ଅନ୍ୟକୌଣସି ଲୋକ ଏହି ବାସନ୍ଦ ପରିବାରକୁ କୌଣସି ପ୍ରକାରର ସହଯୋଗ କରେ କିମ୍ବା ପୁଲିସ କି କୋର୍ଟରେ ସାକ୍ଷୀ ଦେବାକୁ ଚେଷ୍ଟା କରେ, ତେବେ ସେମାନଙ୍କଠାରୁ ଜରିମାନା ଆଦାୟ ସହ ତାଙ୍କୁ ମଧ୍ୟ ଏକଘରିଆ କରାଯିବ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଏ ନେଇ ପୁରସ୍ତମଙ୍କ ପୁଅ ହୃଷିକେଶ ସ୍ବାଇଁ ସାମୁଦ୍ରିକ ଥାନା ତନ୍ତିଆପାଳରେ ଅଭିଯୋଗ କରିଛନ୍ତି। ତନ୍ତିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଘଟଣା ନେଇ ତନ୍ତିଆପାଳ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୁରସ୍ତମଙ୍କ ଝିଅ ସୁଚିତ୍ରା ସାହୁ କହିଛନ୍ତି ଯେ, ନିଆଁ ପାଣି ବନ୍ଦ କରିବା ସହ ଅସହ୍ୟ ନିର୍ଯାତନା ଦେବାରୁ ବାପା ବିଷ ପିଇ ଦେଇଛନ୍ତି। ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

31 Aug 2021 By The Sakala

ନିର୍ଯାତନା ଅସହ୍ୟ; ବିଷ ପିଇଲେ ବୃଦ୍ଧ

କେନ୍ଦ୍ରାପଡ଼ା: କଙ୍ଗାରୁ କୋର୍ଟରେ ଗୋଟିଏ ପରିବାରକୁ ଦୁଇମାସ ହେଲା ଏକଘରିଆ ରଖାଗଲା। ନିଆଁ ପାଣିରୁ ବଞ୍ଚିତ କରାଯିବା ସହ ଅସହ୍ୟ ନିର୍ଯାତନା ଦିଆଗଲା। ଅନ୍ୟ ଉପାୟ ନ ପାଇ ପରିବାରର ମୁଖିଆ ପୁଲିସର ଦ୍ବାରସ୍ଥ ହେଲେ। ନିଜ ପରିବାର ଉପରେ ହେଉଥିବା ନିର୍ଯାତନା ବିଷୟରେ ପ୍ରଶାସନ ନିକଟରେ ଅଭିଯୋଗ କଲେ। ମାତ୍ର ସେଠାରେ ମଧ୍ୟ ତାଙ୍କୁ ଉପେକ୍ଷା କରାଗଲା। ସବୁଆଡୁ ନିରାଶ ହେବା ପରେ ପରିବାର ମୁଖିଆ ଶେଷରେ ବିଷ ପିଇବାକୁ ବାଧ୍ୟ ହେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଦୋଳିଗାଁରେ। ଦୋଳିଗାଁରେ ଥିବା କିଛି ଜଙ୍ଗଲ ଜମିର ଭାଗବଣ୍ଟାକୁ ସେହି ଅଞ୍ଚଳର ପୁରସ୍ତମ ସ୍ବାଇଁ ବିରୋଧ କରୁଥିବାରୁ ତାଙ୍କ ପରିବାରକୁ ଗତ ୨ ମାସ ହେବ ଗାଁ କମିଟି ଏକଘରିଆ ରଖିଛନ୍ତି। ଗାଁର କୌଣସି ଦୋକାନରୁ ସଉଦା ଦେଉନାହାନ୍ତି ନା ଗାଁର କୌଣସି ଲୋକ ସେହି ପରିବାର ସହିତ କଥାବାର୍ତ୍ତା ହେଉନାହାନ୍ତି। ଯେଉଁ ପରିବାର ପୁରସ୍ତମଙ୍କ ପରିବାର ସହିତ ସମ୍ପର୍କ ରଖିବ ସେହି ପରିବାରକୁ ମଧ୍ୟ ଏକଘରିଆ ରଖାଯିବ ବୋଲି କୁହାଯାଉଛି।

ଗତକାଲି ପୁରସ୍ତମ ତାଙ୍କ ବିଲରେ ଧାନ ରୋଇବା ପାଇଁ ହଳ କରିଥିଲେ। ଆଜି ସକାଳୁ ଗାଁର କିଛି ଲୋକ ଜୋରଜବରଦସ୍ତ ପୁରସ୍ତମଙ୍କ ହଳ ହୋଇଥିବା ବିଲରେ ତଳିରୋଇ ଦେଇଥିଲେ। ପୁରସ୍ତମ, ତାଙ୍କ ସ୍ତ୍ରୀ ଓ ପୁଅ ବିଲକୁ ଯାଇ ଏହାକୁ ବିରୋଧ କରିବାରୁ ଗାଁ କମିଟି ଲୋକେ ଏକତ୍ରିତ ହୋଇ ସେମାନଙ୍କୁ ମାନ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏକଘରିଆ ଓ ବିଲରେ ତଳି ରୋଇ ନ ଦେବା ଘଟଣାରେ ପୁରସ୍ତମ ସହି ନ ପାରି ବିଷ ପିଇଦେଇଛନ୍ତି। ଗୁରୁତର ଅବସ୍ଥାରେ ପୁରସ୍ତମଙ୍କୁ ପ୍ରଥମେ ବାବର ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପୁରସ୍ତମଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ଅଧିକ ବିଗୁଡ଼ି ଥିବା ପରିବାର ପକ୍ଷରୁ କୁହାଯାଇଛି। ଯିଏ ଯେଉଁଠି ଦେଖିଲା ଏକଘରିଆ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲା। ସବୁବେଳେ ପରିବାରକୁ ଜୀବନରୁ ମାରିଦେବାର ଧମକ ମିଳିଲା। କେବଳ ଏତିକି ନୁହେଁ କେତେଜଣ ମୁଷ୍ଟିମେୟ ପରିବାର ଏକ ନିୟମ କରିଛନ୍ତି। ଯଦି ଅନ୍ୟକୌଣସି ଲୋକ ଏହି ବାସନ୍ଦ ପରିବାରକୁ କୌଣସି ପ୍ରକାରର ସହଯୋଗ କରେ କିମ୍ବା ପୁଲିସ କି କୋର୍ଟରେ ସାକ୍ଷୀ ଦେବାକୁ ଚେଷ୍ଟା କରେ, ତେବେ ସେମାନଙ୍କଠାରୁ ଜରିମାନା ଆଦାୟ ସହ ତାଙ୍କୁ ମଧ୍ୟ ଏକଘରିଆ କରାଯିବ।

ଏ ନେଇ ପୁରସ୍ତମଙ୍କ ପୁଅ ହୃଷିକେଶ ସ୍ବାଇଁ ସାମୁଦ୍ରିକ ଥାନା ତନ୍ତିଆପାଳରେ ଅଭିଯୋଗ କରିଛନ୍ତି। ତନ୍ତିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଘଟଣା ନେଇ ତନ୍ତିଆପାଳ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୁରସ୍ତମଙ୍କ ଝିଅ ସୁଚିତ୍ରା ସାହୁ କହିଛନ୍ତି ଯେ, ନିଆଁ ପାଣି ବନ୍ଦ କରିବା ସହ ଅସହ୍ୟ ନିର୍ଯାତନା ଦେବାରୁ ବାପା ବିଷ ପିଇ ଦେଇଛନ୍ତି। ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି।

https://www.thesakala.in/latest-odisha-news/kendrapara/old-man-drinking-poison/article-5045
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର