କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତା ଥାନାରେ ଅଟକ

Madhusudan Das Picture
Published On

କେନ୍ଦ୍ରାପଡ଼ା: ପୁଅ, ଝିଅ ସହ ମିଶି ମଦ୍ୟପ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେଳେ ତଣ୍ଟିରେ ଛିଡ଼ା ହୋଇ ହତ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜ ମଦ୍ୟପ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ନାମ ନିରଞ୍ଜନ ସାହୁ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ଗଣେଶ ଭସାଣି ବେଳେ ଶବ୍ଦ ପ୍ରଦୂଷଣ ନିୟମ ଉଲ୍ଲଂଘନ: ଡିଜେ ସିଷ୍ଟମ୍ ଜବତ କଲା ପୋଲିସ

ପୋଲିସର ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ନିରଞ୍ଜନ ମଦ୍ୟପାନ କରି ଘରକୁ ଫେରିଥିଲେ ଏବଂ ପତ୍ନୀ ମନୋରମାଙ୍କ ସହ ତାଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ତେବେ ନିରଞ୍ଜନ ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେଳେ ମନୋରମା ତାଙ୍କ ବେକକୁ ମାଡ଼ି ବସି ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁବାର ସକାଳେ ପଡ଼ୋଶୀମାନେ ନିରଞ୍ଜନଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଅଭାବନୀୟ ଘଟଣା: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

ପଚରାଉଚରା ବେଳେ ମନୋରମା ପୋଲିସକୁ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଜଣେ ନିଶାସକ୍ତ ବ୍ୟକ୍ତି ଥିଲେ ଏବଂ ପ୍ରତିଦିନ ମଦ ପିଇ ଆସି ତାଙ୍କୁ ଓ ପିଲାମାନଙ୍କୁ ମାରପିଟ୍ କରୁଥିଲେ। ପରିବାର ଚଳାଇବା ପାଇଁ ମନୋରମା ଏକ ହୋଟେଲରେ ବାସନ ମାଜିବା କାମ କରୁଥିଲେ। ସ୍ୱାମୀଙ୍କର ଏହି କ୍ରମାଗତ ଶାରୀରିକ ଓ ମାନସିକ ନିର୍ଯାତନାକୁ ଆଉ ସହ୍ୟ କରିନପାରି ସେ ଏହି ଚରମ ପଦକ୍ଷେପ ନେଇଥିବା ସ୍ୱୀକାର କରିଛନ୍ତି। ଏହି ହତ୍ୟାକାଣ୍ଡରେ ତାଙ୍କ ପୁଅ ଏବଂ ନାବାଳିକା ଝିଅ ମଧ୍ୟ ସହଯୋଗ କରିଥିବା ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଚ ନେଉଥିବା ବେଳେ ଏକଲବ୍ୟ ମଡେଲ ସ୍କୁଲ ଅଧ୍ୟକ୍ଷଙ୍କୁ ଧରିଲା ସିବିଆଇ

ଖବର ପାଇ ଆଳି ପୋଲିସ ଏବଂ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ପୃକ୍ତି ଓ ପାରିପାର୍ଶ୍ୱିକ ସ୍ଥିତି ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର