ରୋଜଗାରର ମାଧ୍ୟମ ପାଲଟିଛି ମିଶନ ଶକ୍ତି, କୁକୁଡ଼ା ପାଳନ କରି ମହିଳା ସ୍ୱାବଲମ୍ବୀ

The Sakala Picture
Published On

କେନ୍ଦ୍ରାପଡା : ଗରିବ ନିଃସହାୟ ମହିଳାଙ୍କୁ ଖୋଜି ଖୋଜି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ରୋଜଗାର ଦେଉଛି।  ଆର୍ଥିକ ସ୍ଵଛଳ କରିବାକୁ ଅହରହ ଚେଷ୍ଟା କରାଯାଉଛି ।କେନ୍ଦ୍ରାପଡା ଜିଲ୍ଲା କଂସାର ବଡ଼ଦାଣ୍ଡୁଆ ଗ୍ରାମର ଜୀବନପ୍ରଭା ସ୍ୱୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତି ବିଭାଗ ପକ୍ଷରୁ ୫ ଶହ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି। ପୂର୍ବରୁ ଯେଉଁ ଯେଉଁ ପ୍ରୋଜେକ୍ଟ ଏହି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ତାହା ସଫଳତା ସହ କରି ବେଶ […]

କେନ୍ଦ୍ରାପଡା : ଗରିବ ନିଃସହାୟ ମହିଳାଙ୍କୁ ଖୋଜି ଖୋଜି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ରୋଜଗାର ଦେଉଛି।  ଆର୍ଥିକ ସ୍ଵଛଳ କରିବାକୁ ଅହରହ ଚେଷ୍ଟା କରାଯାଉଛି ।କେନ୍ଦ୍ରାପଡା ଜିଲ୍ଲା କଂସାର ବଡ଼ଦାଣ୍ଡୁଆ ଗ୍ରାମର ଜୀବନପ୍ରଭା ସ୍ୱୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତି ବିଭାଗ ପକ୍ଷରୁ ୫ ଶହ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି। ପୂର୍ବରୁ ଯେଉଁ ଯେଉଁ ପ୍ରୋଜେକ୍ଟ ଏହି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ତାହା ସଫଳତା ସହ କରି ବେଶ ଦୁଇ ପଇସା ରୋଜଗାର କରି ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ବିଶେଷଭାବରେ ଗ୍ରାମାଞ୍ଚଳର ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଇ ରୋଜଗାର କ୍ଷମ କରାଯାଉଛି । ଜିଲ୍ଲାପାଳ ଅମ୍ରିତି ଋତୁରାଜ ମହିଳା ସଶକ୍ତିକରଣ ଆଉ ସ୍ୱାବଲମ୍ବୀ ଦେଖି ଖୁସିବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଏହି ଯୋଜନାରେ ପ୍ରତ୍ୟେକ ମହିଳାଙ୍କ ବାଡ଼ିରେ କୁକୁଡ଼ା ପାଳନ ନିମନ୍ତେ ଭାଡ଼ି ନିର୍ମାଣ କରାଯାଉଛି । ଏହାସହ ଉର୍ଣ୍ଣତମାନର କୁକୁଡ଼ା ଛୁଆ ସହ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯାଇଛି । ମୋ ଭାଡ଼ିରେ କୁକୁଡ଼ା ପାଳନ ଯୋଜନାରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ଆନନ୍ଦିତ ହେଉଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଜିଲ୍ଲା ତମାମ ଏହି ଯୋଜନା ଜରିଆରେ ମହିଳାମାନଙ୍କୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ୨୦୦୧ରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ ଆଉ ସଶକ୍ତ ନିମନ୍ତେ ଗଠିତ ମିଶନ ଶକ୍ତି ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ମିଶନ ଶକ୍ତି ବିଭାଗରେ ସଦସ୍ୟ ଅଛନ୍ତି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର