ବିଜେପିକୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଥିଲେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି

The Sakala Picture
Published On

ଗଞ୍ଜାମ : ଖଲ୍ଲିକୋଟରେ ବିଜେପିକୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ । ସାହସ ଥିଲେ ବିଜେପି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ । ବିଜେପି ଓଡିଶାରେ ସରକାର ଗଠନ କରିବାକୁ ଦିନରେ ସ୍ବପ୍ନ ଦେଖୁଛି । ହେଲେ ଦଳ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛି ପାରୁନି । ଜଣେ ଲୋକ ସବୁବେଳେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ । କିନ୍ତୁ ଦଳର ତାଙ୍କ ଉପରେ ଆସ୍ଥା କି ବିଶ୍ବାସ ନାହିଁ । ଯେଉଁଥି ପାଇଁ ତାଙ୍କ ନାଁ […]

ଗଞ୍ଜାମ : ଖଲ୍ଲିକୋଟରେ ବିଜେପିକୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ । ସାହସ ଥିଲେ ବିଜେପି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ । ବିଜେପି ଓଡିଶାରେ ସରକାର ଗଠନ କରିବାକୁ ଦିନରେ ସ୍ବପ୍ନ ଦେଖୁଛି । ହେଲେ ଦଳ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛି ପାରୁନି । ଜଣେ ଲୋକ ସବୁବେଳେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ । କିନ୍ତୁ ଦଳର ତାଙ୍କ ଉପରେ ଆସ୍ଥା କି ବିଶ୍ବାସ ନାହିଁ । ଯେଉଁଥି ପାଇଁ ତାଙ୍କ ନାଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନାହିଁ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ୧୦ ପ୍ରତିଶତ ବିଧାନସଭା ଆସନ ବି ଜିତି ପାରିବନାହିଁ । ବିଜେପି ନେତା କହୁଛନ୍ତି ଜୁନ ୪ରେ ଗଣତି ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଘୋଷଣା କରିବେ । କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଓଡିଶାବାସୀ ବାଛିବେ ନା ଦିଲ୍ଲୀରେ ବସିଥିବା ହାଇକମାଣ୍ଡ ବୋଲି ଖଲିକୋଟ ପ୍ରଚାର ସଭାରେ ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଆହୁରି ପଢ଼ନ୍ତୁ: ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ଅର୍ଣ୍ଣବ: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ବିଜେପି ଯଦି ଓଡିଶାରେ କ୍ଷମତାକୁ ଆସେ ତେବେ ରାଜ୍ୟକୁ ୨୦-୨୫ ବର୍ଷ ପଛକୁ ନେଇଯିବ । ୨୫ ବର୍ଷ ପୂର୍ବେ ଓଡିଶାରେ କଂଗ୍ରେସ ସରକାରରେ ଥିଲା । ମହାବାତ୍ୟା ହେଉ କି ମରୁଡି ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ କଣ କରିବେ ସେନେଇ କଂଗ୍ରେସ ନେତାମାନେ ଦିଲ୍ଲୀରେ ଥିବା ତାଙ୍କ ହାଇକମାଣ୍ଡଙ୍କୁ ପଚାରୁଥିଲେ । ବିଜେପିର ମୁଖ୍ୟମନ୍ତ୍ରୀ ସେହିଭଳି ସବୁ କଥାରେ ହାଇକମାଣ୍ଡଙ୍କ ଉପରେ ନିର୍ଭର କରିବେ । ସେ ଓଡିଶାବାସୀଙ୍କ ପାଖରେ ନୁହେଁ, ହାଇକମାଣ୍ଡଙ୍କ ପାଖରେ ଉତ୍ତରାଦାୟୀ ରହିବେ । ନବୀନ ପଟ୍ଟନାୟକ କିନ୍ତୁ ଓଡିଶାବାସୀଙ୍କ ପାଖରେ ଉତ୍ତରଦାୟୀ ।

ଆହୁରି ପଢ଼ନ୍ତୁ: ଦୁର୍ବଳ ହେଉଛି ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଆଗାମୀ ୬ ଘଣ୍ଟାରେ ସାଧାରଣ ବାତ୍ୟା ଓ ପରେ ଗଭୀର ଅବପାତରେ ହେବ ପରିଣତ

ବିଜେପି ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଓ କ୍ଷମତାକୁ ମାଡି ବସିବେ । ତାଙ୍କ ରିମୋଟ୍ କଣ୍ଟ୍ରୋଲ ଦିଲ୍ଲୀ ଥିବା ହାଇକମାଣ୍ଡଙ୍କ ପାଖରେ ରହିବ । ନବୀନ ପଟ୍ଟନାୟକଙ୍କ ରିମୋଟ୍ କିନ୍ତୁ ସବୁବେଳେ ଓଡିଶାବାସୀଙ୍କ ପାଖରେ । ତେଣୁ ଓଡିଶାବାସୀ ବାଛିବେ ତାଙ୍କୁ କେମିତିକା ମୁଖ୍ୟମନ୍ତ୍ରୀ ଦରକାର । ଖଲିକୋଟ ରାଣୀ ସ୍ବର୍ଗତ ଭି. ସୁଜ୍ଞାନୀ ଦେଓ ସବୁବେଳେ ନିଜ ଅଞ୍ଚଳ ପାଇଁ କାମ କରୁଥିଲେ । ସେ ସବୁବେଳେ ୫୦-୬୦ ହଜାର ମାର୍ଜିନରେ ଜିତୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୁଇ ପ୍ରାର୍ଥୀଙ୍କୁ ମଧ୍ୟ ଖୋଲିକୋଟବାସୀ ୬୦ ହଜାର ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨ ତାରିଖ ଯାଏଁ ସବୁ ସ୍କୁଲ ଛୁଟି, ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର