କୃଷ୍ଣପ୍ରସାଦରେ ବିରୋଧୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ: କହିଲେ ଚିଲିକା ଉପରେ କେବଳ ନବୀନ ହିଁ କରିପାରିବେ ସେତୁ ନିର୍ମାଣ

The Sakala Picture
Published On

ଭୁବନେଶ୍ବର: କୃଷ୍ଣପ୍ରସାଦରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର। ମାଲୁଦ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଥିଲେ।ପାଣ୍ଡିଆନ ଜୟ ଜଗନ୍ନାଥ, ଜୟ ବାବା ଅଲାରନାଥ କହି ନିଜର ଉଦବୋଧନ ଆରମ୍ଭ କରିଥିଲେ। ପାଣ୍ଡିଆନ କହିଥିଲେ, ୨୦୧୪ରେ ନିତିନ ଗଡ଼଼କରୀ ଓଡ଼ିଶା ଆସି ଚିଲିକା ଉପରେ ସେତୁ କରିବେ ବୋଲି କହିଥିଲେ। ହେଲେ ଏଯାଏ କରିପାରିଲେ ନାହିଁ। ଏବେ ପୁଣି କହୁଛନ୍ତି ସେତୁ କରିବେ। ଗଡ଼଼କରି କେବଳ ମିଛ ପ୍ରତିଶ୍ରୁତି […]

ଭୁବନେଶ୍ବର: କୃଷ୍ଣପ୍ରସାଦରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର। ମାଲୁଦ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଥିଲେ।ପାଣ୍ଡିଆନ ଜୟ ଜଗନ୍ନାଥ, ଜୟ ବାବା ଅଲାରନାଥ କହି ନିଜର ଉଦବୋଧନ ଆରମ୍ଭ କରିଥିଲେ। ପାଣ୍ଡିଆନ କହିଥିଲେ, ୨୦୧୪ରେ ନିତିନ ଗଡ଼଼କରୀ ଓଡ଼ିଶା ଆସି ଚିଲିକା ଉପରେ ସେତୁ କରିବେ ବୋଲି କହିଥିଲେ। ହେଲେ ଏଯାଏ କରିପାରିଲେ ନାହିଁ। ଏବେ ପୁଣି କହୁଛନ୍ତି ସେତୁ କରିବେ। ଗଡ଼଼କରି କେବଳ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ବ୍ରହ୍ମଗିରିବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବିଜେପି ନେତା । ଚିଲିକା ଉପରେ କେବଳ ନବୀନ ହିଁ ସେତୁ ନିର୍ମାଣ କରିପାରିବେ । ନବୀନ ପଟ୍ଟନାୟକ ମହାନଦୀ, ବୈତରଣୀ ନଦୀ ସମେତ ଗୁରୁପ୍ରିୟା ନଦୀରେ ସେତୁ ତିଆରି କରିଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସେ ଆହୁରି କହିଥିଲେ ବ୍ରହ୍ମଗିରିରେ ଡବଲ ଇଞ୍ଜିନ ରହିଛି। ବିଜେପିର ବିଧାୟକ ଅଛନ୍ତି, ତା’ହେଲେ କାହିଁକି ଏଯାଏ ସେତୁ ହୋଇପାରିଲା ନାହିଁ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ବର୍ଷ ଭିତରେ ସେତୁ ତିଆରି କରିବେ। ପରିବେଶ ମନ୍ତ୍ରଣାଳୟ ଅନୁମତି ଦେଲେ ଏଠାରେ ସେତୁ ହେବ ବୋଲି ପାଣ୍ଡିଆନ କହିଥିଲେ। ଯାହା ଅର୍ଥ ଖର୍ଚ୍ଚ ହେବ ତାହା ଦେବେ। ତେଣୁ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ। ଶପଥ ନେବା ପରେ ପ୍ରଥମେ ସେ ବିଜୁଳି ବିଲ୍‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ। ୨ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଘୋଷଣା ଏବଂ ୩ୟରେ ମିଶନଶକ୍ତି ମା’ମାନଙ୍କୁ ପେନସନ ପ୍ରଦାନ ନେଇ କରିଥିବା ଘୋଷଣା ଉପରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ। ତେଣୁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର