ଲଗାଣ ବର୍ଷାରେ ଜଳମଗ୍ନ ହେଲା ତୁମୁଡିବନ୍ଧ : ଭାସିଗଲା ଅସ୍ଥାୟୀ ପୋଲ, ଯୋଗାଯୋଗ ବିଛିନ୍ନ

The Sakala Picture
Published On

ତୁମୁଡିବନ୍ଧ : ଲଘୁଚାପ ଯୋଗୁଁ ସୋମବାର ମଧ୍ୟରାତ୍ରି ଠାରୁ ବର୍ଷା ଲାଗିରହିବା ଫଳରେ ତୁମୁଡିବନ୍ଧ ଅଞ୍ଚଳର ଅନେକ ସ୍ଥାନରେ ଜଳମଗ୍ନ ହେଉଥିବାର ଦେଖିବାକୁ ମିଳିଛି । ତୁମୁଡିବନ୍ଧଗ୍ରାମ ପଞ୍ଚାୟତ କାଲିଶାପଦର ଗ୍ରାମରେ ପାହାଡିଆ ଓ ବିଲପାଣି ପଶିବା ଦ୍ୱାରା ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଯିବାଦ୍ୱାରା ଗ୍ରାମବାସୀ ଅନ୍ୟାନ୍ୟ କାମପାଇଁ ତୁମୁଡିବନ୍ଧ ଯିବାଆସିବା ପ୍ରଭାବିତ ହେଇଥିଲା । ଅନ୍ୟପଟେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସିର୍ଲା ଗ୍ରାମ ପଞ୍ଚାୟତର ଟେକ୍ଲାମିଲା ଗ୍ରାମରୁ କୋଟଗଡ ବ୍ଲକର ପାରିଗଡ ପଞ୍ଚାୟତକୁ ସଂଯୋଗ […]

ତୁମୁଡିବନ୍ଧ : ଲଘୁଚାପ ଯୋଗୁଁ ସୋମବାର ମଧ୍ୟରାତ୍ରି ଠାରୁ ବର୍ଷା ଲାଗିରହିବା ଫଳରେ ତୁମୁଡିବନ୍ଧ ଅଞ୍ଚଳର ଅନେକ ସ୍ଥାନରେ ଜଳମଗ୍ନ ହେଉଥିବାର ଦେଖିବାକୁ ମିଳିଛି । ତୁମୁଡିବନ୍ଧଗ୍ରାମ ପଞ୍ଚାୟତ କାଲିଶାପଦର ଗ୍ରାମରେ ପାହାଡିଆ ଓ ବିଲପାଣି ପଶିବା ଦ୍ୱାରା ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଯିବାଦ୍ୱାରା ଗ୍ରାମବାସୀ ଅନ୍ୟାନ୍ୟ କାମପାଇଁ ତୁମୁଡିବନ୍ଧ ଯିବାଆସିବା ପ୍ରଭାବିତ ହେଇଥିଲା । ଅନ୍ୟପଟେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସିର୍ଲା ଗ୍ରାମ ପଞ୍ଚାୟତର ଟେକ୍ଲାମିଲା ଗ୍ରାମରୁ କୋଟଗଡ ବ୍ଲକର ପାରିଗଡ ପଞ୍ଚାୟତକୁ ସଂଯୋଗ କରୁଥିବା ନାକୁଡିପଡା ଗ୍ରାମରେ ଥିବା ଏକ ଅସ୍ଥାୟୀ ପୋଲ ଲଗାଣ ବର୍ଷଯୋଗୁ ଭାସିଯାଇଛି । ଯାହାଫଳରେ ସିର୍ଲା ଗ୍ରାମ ପଞ୍ଚାୟତର ଦଶରୁ ଉର୍ଦ୍ଧ ଗ୍ରାମ ଓ ପାରିଗଡ଼ ଗ୍ରାମ ପଞ୍ଚାୟତରୁ ତୁମୁଡିବନ୍ଧକୁ ଯୋଗାଯୋଗ ବିଛିର୍ଣ୍ଣ ହେଇଯାଇଛି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କଠାରୁ ସମ୍ମାନସୂଚକ ପ୍ରେସିଡେଣ୍ଟ କଲର ଆଓ୍ୱାର୍ଡ ପାଇବ ଓଡ଼ିଶା ପୋଲିସ

ଗତକିଛିଦିନ ପୂର୍ବରୁ ମଧ୍ୟ ଏହି ପୋଲ ଭାସିଯାଇଥିଲା ହେଲେ ଦୁଇଟି ହୋମପାଇପ ଦେଇ ଠିକାଦାର ମାଟି ପକେଇଦେଇଥିଲେ କିନ୍ତୁ ଲଗାଣ ବର୍ଷା ହେତୁ ପୁଣିଥରେ ପୋଲର ସେହି ଅବସ୍ଥା । ମରାମତି ସମୟରେ ଗ୍ରାମବାସୀ ଠିକାଦାରକୁ ତିନୋଟି ହୋମପାଇପ ପକେଇବାକୁ ଅନୁରୋଧ କରିଥିଲେ ମଧ୍ୟ ନିର୍ବାହୀ ଯନ୍ତ୍ରୀ ଦୁଇଟା ପକେଇବାକୁ କହିଛନ୍ତି କହି ମନା କରିଥିଲେ । ଏହି ରାସ୍ତା ସିର୍ଲା ପଞ୍ଚାୟତର ଜାନାଗାଡା ଓ ବୁଡାକାମ୍ବା ବିଦ୍ୟାଳୟକୁ ସଂଯୋଗ କରୁଥିବାବେଳେ ପୋଲ ଭାସିବାପରେ ବିଲ,କାଦୁଅ ରାସ୍ତାଦେଇ ଅତିକଷ୍ଟରେ ଶିକ୍ଷକ ମାନେ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି ହେଲେ ନାକୁଡିପଡା, ଡିଜେନଗରର ଛାତ୍ର ଛାତ୍ରୀ ଯେଉଁମାନେ ବୁଡାକାମ୍ବା ବିଦ୍ୟାଳୟରେ ପଡୁଥିଲେ ସେମାନେ ଆଜି ବିଦ୍ୟାଳୟ ଯାଇପାରିଲେନାହିଁ ।

ଆହୁରି ପଢ଼ନ୍ତୁ: ମହୁମାଛି ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ପାଣିରେ ବୁଡି ଯୁବକ ମୃତ

ଅନ୍ୟପଟେ ପାରିଗଡ଼ ଗ୍ରାମପଞ୍ଚାୟତର ସମସ୍ତ ଜନସାଧାରଣ ହେଡକୁଆଟର କୋଟଗଡ ବ୍ଲକକୁ ଯିବାପାଇଁ ଏହି ରାସ୍ତାଉପରେ ନିର୍ଭର କରନ୍ତି ବ୍ଲକ କାର୍ଯ୍ୟ, ତହସିଲ କାର୍ଯ୍ୟ, ସ୍ୱାସ୍ଥ୍ୟସେବା ଅନ୍ୟାନ୍ୟ କାମ ପାଇଁ ନିତିଦିନ ସେମାନେ ଏହିରାସ୍ତାଦେଇ ଯାତାୟାତ କରନ୍ତି ହେଲେ ପୋଲ ଭାସିଯିବାପରେ ଯୋଗାଯୋଗ ବାଧାପ୍ରାପ୍ତ ହେବା କହିଛନ୍ତି । କୋଟଗଡ ବ୍ଲକରେ ମଙ୍ଗଳବାର ଦିନ ସମିତି ବୈଠକ ଥିଲା ହେଲେ ପୋଲ ଭାସିଯିବା ଫଳରେ ପାରିଗଡ଼ ଗ୍ରାମ ପଞ୍ଚାୟତର ରାଜନୈତିକପଦାଧିକାରୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ମାନେ ବୈଠକରେ ଉପସ୍ଥିତ ହେଇପାରିନାହାନ୍ତି । ପୋଲ ସ୍ଥାୟୀ ଭାବେ ନିର୍ମାଣ କରିବାକୁ ସିର୍ଲା ପଞ୍ଚାୟତ ଓ ପାରିଗଡ଼ ପଞ୍ଚାୟତ ବାସି ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପ-ସଭାପତି ହେଲେ ମାଧୁରୀ ବୋଷ

20 Sep 2022 By The Sakala

ଲଗାଣ ବର୍ଷାରେ ଜଳମଗ୍ନ ହେଲା ତୁମୁଡିବନ୍ଧ : ଭାସିଗଲା ଅସ୍ଥାୟୀ ପୋଲ, ଯୋଗାଯୋଗ ବିଛିନ୍ନ

ତୁମୁଡିବନ୍ଧ : ଲଘୁଚାପ ଯୋଗୁଁ ସୋମବାର ମଧ୍ୟରାତ୍ରି ଠାରୁ ବର୍ଷା ଲାଗିରହିବା ଫଳରେ ତୁମୁଡିବନ୍ଧ ଅଞ୍ଚଳର ଅନେକ ସ୍ଥାନରେ ଜଳମଗ୍ନ ହେଉଥିବାର ଦେଖିବାକୁ ମିଳିଛି । ତୁମୁଡିବନ୍ଧଗ୍ରାମ ପଞ୍ଚାୟତ କାଲିଶାପଦର ଗ୍ରାମରେ ପାହାଡିଆ ଓ ବିଲପାଣି ପଶିବା ଦ୍ୱାରା ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଯିବାଦ୍ୱାରା ଗ୍ରାମବାସୀ ଅନ୍ୟାନ୍ୟ କାମପାଇଁ ତୁମୁଡିବନ୍ଧ ଯିବାଆସିବା ପ୍ରଭାବିତ ହେଇଥିଲା । ଅନ୍ୟପଟେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସିର୍ଲା ଗ୍ରାମ ପଞ୍ଚାୟତର ଟେକ୍ଲାମିଲା ଗ୍ରାମରୁ କୋଟଗଡ ବ୍ଲକର ପାରିଗଡ ପଞ୍ଚାୟତକୁ ସଂଯୋଗ କରୁଥିବା ନାକୁଡିପଡା ଗ୍ରାମରେ ଥିବା ଏକ ଅସ୍ଥାୟୀ ପୋଲ ଲଗାଣ ବର୍ଷଯୋଗୁ ଭାସିଯାଇଛି । ଯାହାଫଳରେ ସିର୍ଲା ଗ୍ରାମ ପଞ୍ଚାୟତର ଦଶରୁ ଉର୍ଦ୍ଧ ଗ୍ରାମ ଓ ପାରିଗଡ଼ ଗ୍ରାମ ପଞ୍ଚାୟତରୁ ତୁମୁଡିବନ୍ଧକୁ ଯୋଗାଯୋଗ ବିଛିର୍ଣ୍ଣ ହେଇଯାଇଛି ।

ଗତକିଛିଦିନ ପୂର୍ବରୁ ମଧ୍ୟ ଏହି ପୋଲ ଭାସିଯାଇଥିଲା ହେଲେ ଦୁଇଟି ହୋମପାଇପ ଦେଇ ଠିକାଦାର ମାଟି ପକେଇଦେଇଥିଲେ କିନ୍ତୁ ଲଗାଣ ବର୍ଷା ହେତୁ ପୁଣିଥରେ ପୋଲର ସେହି ଅବସ୍ଥା । ମରାମତି ସମୟରେ ଗ୍ରାମବାସୀ ଠିକାଦାରକୁ ତିନୋଟି ହୋମପାଇପ ପକେଇବାକୁ ଅନୁରୋଧ କରିଥିଲେ ମଧ୍ୟ ନିର୍ବାହୀ ଯନ୍ତ୍ରୀ ଦୁଇଟା ପକେଇବାକୁ କହିଛନ୍ତି କହି ମନା କରିଥିଲେ । ଏହି ରାସ୍ତା ସିର୍ଲା ପଞ୍ଚାୟତର ଜାନାଗାଡା ଓ ବୁଡାକାମ୍ବା ବିଦ୍ୟାଳୟକୁ ସଂଯୋଗ କରୁଥିବାବେଳେ ପୋଲ ଭାସିବାପରେ ବିଲ,କାଦୁଅ ରାସ୍ତାଦେଇ ଅତିକଷ୍ଟରେ ଶିକ୍ଷକ ମାନେ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି ହେଲେ ନାକୁଡିପଡା, ଡିଜେନଗରର ଛାତ୍ର ଛାତ୍ରୀ ଯେଉଁମାନେ ବୁଡାକାମ୍ବା ବିଦ୍ୟାଳୟରେ ପଡୁଥିଲେ ସେମାନେ ଆଜି ବିଦ୍ୟାଳୟ ଯାଇପାରିଲେନାହିଁ ।

ଅନ୍ୟପଟେ ପାରିଗଡ଼ ଗ୍ରାମପଞ୍ଚାୟତର ସମସ୍ତ ଜନସାଧାରଣ ହେଡକୁଆଟର କୋଟଗଡ ବ୍ଲକକୁ ଯିବାପାଇଁ ଏହି ରାସ୍ତାଉପରେ ନିର୍ଭର କରନ୍ତି ବ୍ଲକ କାର୍ଯ୍ୟ, ତହସିଲ କାର୍ଯ୍ୟ, ସ୍ୱାସ୍ଥ୍ୟସେବା ଅନ୍ୟାନ୍ୟ କାମ ପାଇଁ ନିତିଦିନ ସେମାନେ ଏହିରାସ୍ତାଦେଇ ଯାତାୟାତ କରନ୍ତି ହେଲେ ପୋଲ ଭାସିଯିବାପରେ ଯୋଗାଯୋଗ ବାଧାପ୍ରାପ୍ତ ହେବା କହିଛନ୍ତି । କୋଟଗଡ ବ୍ଲକରେ ମଙ୍ଗଳବାର ଦିନ ସମିତି ବୈଠକ ଥିଲା ହେଲେ ପୋଲ ଭାସିଯିବା ଫଳରେ ପାରିଗଡ଼ ଗ୍ରାମ ପଞ୍ଚାୟତର ରାଜନୈତିକପଦାଧିକାରୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ମାନେ ବୈଠକରେ ଉପସ୍ଥିତ ହେଇପାରିନାହାନ୍ତି । ପୋଲ ସ୍ଥାୟୀ ଭାବେ ନିର୍ମାଣ କରିବାକୁ ସିର୍ଲା ପଞ୍ଚାୟତ ଓ ପାରିଗଡ଼ ପଞ୍ଚାୟତ ବାସି ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର