କନ୍ଧମାଳକୁ ଛୁଇଁଲା ପହିଲି ଶୀତର ପରଶ, ଘନ କୁହୁଡ଼ି ଘେରରେ ପାହାଡ଼ି ଅଞ୍ଚଳ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ ଛୁଇଁଛି ପହିଲି ଶୀତର ପରଶ। ଘନ କୁହୁଡ଼ି ଘେରରେ ସମଗ୍ର ପାହାଡ଼ି ଅଞ୍ଚଳ ଆଚ୍ଛାଦିତ ହୋଇଛି। ଗତ ଦୁଇତିନି ଦିନ ହେଲା ଜିଲ୍ଲାରେ ହଲ୍‍କା ଶୀତ ଆରମ୍ଭ ହୋଇଛି। ଫୁଲବାଣୀ ସମେତ ଜିଲ୍ଲାର ଗାଁ ଗଣ୍ଡାରେ ଲୋକ ଧିରେ ଧିରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କଲେଣି। ମୂଖ୍ୟତଃ ସକାଳ ଏବଂ ସନ୍ଧ୍ୟା ସମୟରେ ଶୀତ ଲାଗିବା ଆରମ୍ଭ ହୋଇଛି। ଫୁଲବାଣୀରେ ତାପମାତ୍ରା ଗତ ଦୁଇତିନି ଦିନ ହେଲା ତାପମାତ୍ରା ୩ ଡିଗ୍ରୀ ଖସିଥିବା […]

ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ ଛୁଇଁଛି ପହିଲି ଶୀତର ପରଶ। ଘନ କୁହୁଡ଼ି ଘେରରେ ସମଗ୍ର ପାହାଡ଼ି ଅଞ୍ଚଳ ଆଚ୍ଛାଦିତ ହୋଇଛି। ଗତ ଦୁଇତିନି ଦିନ ହେଲା ଜିଲ୍ଲାରେ ହଲ୍‍କା ଶୀତ ଆରମ୍ଭ ହୋଇଛି। ଫୁଲବାଣୀ ସମେତ ଜିଲ୍ଲାର ଗାଁ ଗଣ୍ଡାରେ ଲୋକ ଧିରେ ଧିରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କଲେଣି। ମୂଖ୍ୟତଃ ସକାଳ ଏବଂ ସନ୍ଧ୍ୟା ସମୟରେ ଶୀତ ଲାଗିବା ଆରମ୍ଭ ହୋଇଛି। ଫୁଲବାଣୀରେ ତାପମାତ୍ରା ଗତ ଦୁଇତିନି ଦିନ ହେଲା ତାପମାତ୍ରା ୩ ଡିଗ୍ରୀ ଖସିଥିବା ଜଣାପଡ଼ିଛି। ଶୁକ୍ରବାର ଫୁଲବାଣୀର ତାପମାତ୍ରା ୧୯.୬ ଡିଗ୍ରୀ ସେଲ୍‌ଫସିଅସ୍‍ରେ ରହିଥିଲା। ସେଭଳି ଗତ ୨୧ ତାରିଖରେ ତାପମାତ୍ରା ୨୦.୬ ସେଲସିଅସ୍‍ ଏବଂ ୧୮, ୧୯ ଓ ୨୦ ତାରିଖରେ ତାପମାତ୍ରା ୨୩ ଡିଗ୍ରୀ ସେଲ୍‌ଫସିଅସ୍‍ ରହିଥିବା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ବୁଧବାର ଠାରୁ ଶୁକ୍ରବାର ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ତଳକୁ ଖସିଛି। ଏହାସହ ଆଦ୍ରତା ମଧ୍ୟ ବଢ଼ିଥିବା ଅନୁମାନ କରାଯାଉଛି। ଗତ ତିନିଦିନ ଧରି ଆଦ୍ରତା ୯୩ ପ୍ରତିଶତରୁ ୮୯ ପ୍ରତିଶତ ମଧ୍ୟରେ ରହିଛି। ଫଳରେ ହାଲକା ଶୀତର ପରଶରେ ଜନଜୀବନ ପୁଲକିତ ହୋଇଛି। ସକାଳୁ ସକାଳୁ ସମ୍ପୂର୍ଣ୍ଣ ଜିଲ୍ଲାକୁ ଘନ କୁହୁଡ଼ି ଆସ୍ତରଣରେ ଘୋଡ଼ାଇ ରଖୁଛି। କୁହୁଡ଼ି ଯୋଗୁ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ସମେତ ରାଜ୍ୟର ପ୍ରମୁଖ ରାଜପଥରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଘନ କୁହୁଡ଼ି ଭେଦ କରି ସକାଳୁଆ ସୂର୍ଯ୍ୟ କୀରଣ ଗାଁ ଦାଣ୍ଡରେ ଏବଂ ରାଜରାସ୍ତାରେ ପଡ଼ୁଥିବା ଦୃଶ୍ୟ ଅତ୍ୟନ୍ତ ମନମୁଗ୍‍ଧକର। ବିଜୟୱାଡା ରାଞ୍ଚି ୧୫୭ ନଂ ଏନ୍‍ଏଚ୍‍ ଓ ୫୯ନଂ ଜାତୀୟ ରାଜପଥରେ ଘନକୁହୁଡ଼ ସହ ସକାଳୁଆ ସୂର୍ଯ୍ୟଙ୍କ ଲୁଚକାଳି ଗାଡ଼ି ଚାଳକଙ୍କୁ ସମସ୍ୟା ସୃଷ୍ଟି କରୁଛି। ଜିଲ୍ଲାରେ ହାରାହାରି ତାପମାତ୍ରା ୧୫ ଡିଗ୍ରୀ ମଧ୍ୟରେ ରହୁଛି। ପାହାନ୍ତିଆ ଓ ସକାଳ ପହରରେ ଶୀତର ଲହରୀ ଧିରେ ଧିରେ ଜିଲ୍ଲାରେ ଆରମ୍ଭ ହୋଇଛି। ଗତ ଦୁଇତିନି ଦିନ ଧରି ଲଗାତରା ତାପମାତ୍ରା କମୁଥିବା ନେଇ ପାଣିପାଗ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ଦାରିଙ୍ଗବାଡ଼ିରେ ମଧ୍ୟ ତାପମାତ୍ରା କମିଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମଳିଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

22 Oct 2021 By The Sakala

କନ୍ଧମାଳକୁ ଛୁଇଁଲା ପହିଲି ଶୀତର ପରଶ, ଘନ କୁହୁଡ଼ି ଘେରରେ ପାହାଡ଼ି ଅଞ୍ଚଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ ଛୁଇଁଛି ପହିଲି ଶୀତର ପରଶ। ଘନ କୁହୁଡ଼ି ଘେରରେ ସମଗ୍ର ପାହାଡ଼ି ଅଞ୍ଚଳ ଆଚ୍ଛାଦିତ ହୋଇଛି। ଗତ ଦୁଇତିନି ଦିନ ହେଲା ଜିଲ୍ଲାରେ ହଲ୍‍କା ଶୀତ ଆରମ୍ଭ ହୋଇଛି। ଫୁଲବାଣୀ ସମେତ ଜିଲ୍ଲାର ଗାଁ ଗଣ୍ଡାରେ ଲୋକ ଧିରେ ଧିରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କଲେଣି। ମୂଖ୍ୟତଃ ସକାଳ ଏବଂ ସନ୍ଧ୍ୟା ସମୟରେ ଶୀତ ଲାଗିବା ଆରମ୍ଭ ହୋଇଛି। ଫୁଲବାଣୀରେ ତାପମାତ୍ରା ଗତ ଦୁଇତିନି ଦିନ ହେଲା ତାପମାତ୍ରା ୩ ଡିଗ୍ରୀ ଖସିଥିବା ଜଣାପଡ଼ିଛି। ଶୁକ୍ରବାର ଫୁଲବାଣୀର ତାପମାତ୍ରା ୧୯.୬ ଡିଗ୍ରୀ ସେଲ୍‌ଫସିଅସ୍‍ରେ ରହିଥିଲା। ସେଭଳି ଗତ ୨୧ ତାରିଖରେ ତାପମାତ୍ରା ୨୦.୬ ସେଲସିଅସ୍‍ ଏବଂ ୧୮, ୧୯ ଓ ୨୦ ତାରିଖରେ ତାପମାତ୍ରା ୨୩ ଡିଗ୍ରୀ ସେଲ୍‌ଫସିଅସ୍‍ ରହିଥିବା ରେକର୍ଡ କରାଯାଇଛି।

ବୁଧବାର ଠାରୁ ଶୁକ୍ରବାର ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ତଳକୁ ଖସିଛି। ଏହାସହ ଆଦ୍ରତା ମଧ୍ୟ ବଢ଼ିଥିବା ଅନୁମାନ କରାଯାଉଛି। ଗତ ତିନିଦିନ ଧରି ଆଦ୍ରତା ୯୩ ପ୍ରତିଶତରୁ ୮୯ ପ୍ରତିଶତ ମଧ୍ୟରେ ରହିଛି। ଫଳରେ ହାଲକା ଶୀତର ପରଶରେ ଜନଜୀବନ ପୁଲକିତ ହୋଇଛି। ସକାଳୁ ସକାଳୁ ସମ୍ପୂର୍ଣ୍ଣ ଜିଲ୍ଲାକୁ ଘନ କୁହୁଡ଼ି ଆସ୍ତରଣରେ ଘୋଡ଼ାଇ ରଖୁଛି। କୁହୁଡ଼ି ଯୋଗୁ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ସମେତ ରାଜ୍ୟର ପ୍ରମୁଖ ରାଜପଥରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଘନ କୁହୁଡ଼ି ଭେଦ କରି ସକାଳୁଆ ସୂର୍ଯ୍ୟ କୀରଣ ଗାଁ ଦାଣ୍ଡରେ ଏବଂ ରାଜରାସ୍ତାରେ ପଡ଼ୁଥିବା ଦୃଶ୍ୟ ଅତ୍ୟନ୍ତ ମନମୁଗ୍‍ଧକର। ବିଜୟୱାଡା ରାଞ୍ଚି ୧୫୭ ନଂ ଏନ୍‍ଏଚ୍‍ ଓ ୫୯ନଂ ଜାତୀୟ ରାଜପଥରେ ଘନକୁହୁଡ଼ ସହ ସକାଳୁଆ ସୂର୍ଯ୍ୟଙ୍କ ଲୁଚକାଳି ଗାଡ଼ି ଚାଳକଙ୍କୁ ସମସ୍ୟା ସୃଷ୍ଟି କରୁଛି। ଜିଲ୍ଲାରେ ହାରାହାରି ତାପମାତ୍ରା ୧୫ ଡିଗ୍ରୀ ମଧ୍ୟରେ ରହୁଛି। ପାହାନ୍ତିଆ ଓ ସକାଳ ପହରରେ ଶୀତର ଲହରୀ ଧିରେ ଧିରେ ଜିଲ୍ଲାରେ ଆରମ୍ଭ ହୋଇଛି। ଗତ ଦୁଇତିନି ଦିନ ଧରି ଲଗାତରା ତାପମାତ୍ରା କମୁଥିବା ନେଇ ପାଣିପାଗ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ଦାରିଙ୍ଗବାଡ଼ିରେ ମଧ୍ୟ ତାପମାତ୍ରା କମିଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମଳିଛି।

https://www.thesakala.in/latest-odisha-news/kandhamal/the-first-winter-in-kandhamal/article-6290
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର