ଭିଜିଲାନ୍ସ ପଞ୍ଝାରେ କାର୍ଯ୍ଯ ନିର୍ବାହୀ ଅଧିକାରୀ: ଆବାସ ଯୋଜନାରେ ନାଁ ଅନ୍ତର୍ଭୁକ୍ତ କରିବା ପାଇଁ ମାଗିଥିଲେ ୧୦ ହଜାର ଟଙ୍କା ଲାଞ୍ଚ
ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ଗିରଫ କରିଛି। ଦାରିଙ୍ଗବାଡି ବ୍ଲକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ତରଗାବାଲି ଗ୍ରାମର ସାଦେ ମାଝୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ସାଦେ ମାଝୀ ପୁଅ […]
ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ଗିରଫ କରିଛି। ଦାରିଙ୍ଗବାଡି ବ୍ଲକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ତରଗାବାଲି ଗ୍ରାମର ସାଦେ ମାଝୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ସାଦେ ମାଝୀ ପୁଅ ଧର୍ମେନ୍ଦ୍ର ମାଝୀଙ୍କ ଜରିଆରେ ଟଙ୍କା ପଠାଇଥିବା କହିଥିଲେ । ଆଜି ଅପରାହ୍ନ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଦଶ ହଜାର ଟଙ୍କା ବ୍ଳକ କାର୍ଯ୍ଯାଳୟ ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକଙ୍କୁ ପ୍ରଦାନ କରିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଏହି ଚଡ଼ାଉରେ ଫୁଲବାଣୀ ଡିଏସପି ଅରୁଣ କୁମାର ନାୟକ, ବ୍ରହ୍ମପୁର ଡିଏସପି ସବିତାଞ୍ଜଳି ନାୟକ, ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ନାୟକ , କନେଷ୍ଟବଳ ନାରାୟଣୀ ସେଠୀ ଓ ସାନ୍ତୁନ କୁମାର ବେହେରା ସାମିଲ ଥିଲେ ।