ଗାଁ ପାଇଁ ଗୌରବ: ଅଜ୍ଞାନର ଅନ୍ଧକାର ଦୂର କରିବା ଲକ୍ଷ୍ୟରେ ରାଜେସ, ଷ୍ଟାଇପେଣ୍ଡ ପଇସାରେ ଗରିବ ପିଲାଙ୍କ ପାଇଁ କିଣି ଦିଅନ୍ତି ବହି ଖାତା
ଜି. ଉଦୟଗିରି: ଆଜିର ସ୍ୱାର୍ଥବାଦୀ ଦୁନିଆରେ ଯୁବକ ଯୁବତୀମାନେ ଉଚ୍ଚ ଶିକ୍ଷିତ ହୋଇ ନିଜ ତଥା ନିଜର ପରିବାର ଚିନ୍ତାରେ ସିମିତ ରହି ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ତଲାରିମାହା ପଞ୍ଚାୟତର ଗଟାମାହା ଗ୍ରାମର ରାଜେସ ବଗର୍ତୀ ନିଜ ଗ୍ରାମର ଶହ ଶହ ପିଲାଙ୍କୁ ଶିକ୍ଷିତ କରିବାର ସଂକଳ୍ପ, ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇ ଥିବା ବେଳେ ଗାଁ ପାଇଁ ଗର୍ବ ଆଉ ଗୌରବ ପାଲଟିଛନ୍ତି। ରାଜେସ କଟକ ରେଭେନ୍ସାରେ ଇତିହାସ […]
ଜି. ଉଦୟଗିରି: ଆଜିର ସ୍ୱାର୍ଥବାଦୀ ଦୁନିଆରେ ଯୁବକ ଯୁବତୀମାନେ ଉଚ୍ଚ ଶିକ୍ଷିତ ହୋଇ ନିଜ ତଥା ନିଜର ପରିବାର ଚିନ୍ତାରେ ସିମିତ ରହି ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ତଲାରିମାହା ପଞ୍ଚାୟତର ଗଟାମାହା ଗ୍ରାମର ରାଜେସ ବଗର୍ତୀ ନିଜ ଗ୍ରାମର ଶହ ଶହ ପିଲାଙ୍କୁ ଶିକ୍ଷିତ କରିବାର ସଂକଳ୍ପ, ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇ ଥିବା ବେଳେ ଗାଁ ପାଇଁ ଗର୍ବ ଆଉ ଗୌରବ ପାଲଟିଛନ୍ତି।

ରାଜେସ କଟକ ରେଭେନ୍ସାରେ ଇତିହାସ ବିଭାଗରେ ଏମଫିଲ କରନ୍ତି। କିନ୍ତୁ ସବୁବେଳେ ଗାଁର ପିଲାମାନଙ୍କ ପଠାଇବା ଚିନ୍ତା ଲାଗି ରହିଥାଏ। କାରଣ ଆର୍ଥିକ ଅନାଟନ ମଧ୍ୟରେ ଭଲ ପଢପଢା କେତେ କଷ୍ଟକର ସେ ହ୍ରୁଦୟଙ୍ଗମ କରିଛନ୍ତି। ତାଙ୍କ ମତରେ ଶିକ୍ଷା ହେଉଛି ବିକାଶର ମୂଳମନ୍ତ୍ର। ବିନା ଶିକ୍ଷାରେ ପରିବାର ହେଉ, ରାଜ୍ୟ କିମ୍ବା ଦେଶର ବିକାଶ ଅସମ୍ଭବ। ଅଜ୍ଞାନତା କରୋନା ଠାରୁ ବି ଅଧିକ ମାରାତ୍ମକ। ତେଣୁ ସମୟ ପାଇଲେ ଗାଁର ପିଲାମାନଙ୍କୁ ନିଜ ଘର ବାରଣ୍ଡାରେ ବସାଇ ପାଠ ପଢା ଆରମ୍ଭ କରି ଦିଅନ୍ତି। ତାହା ପୁଣି ମାଗଣାରେ। ପ୍ରଥମରୁ ଦଶମ ଯେତେ ପିଲା ଅଛନ୍ତି ଦିନକୁ ଦୁଇ ବେଳା ପାଠ ପଢାରେ ନିଜକୁ ନିୟୋଜିତ କରିଥାନ୍ତି ରାଜେସ। ବାକି ସମୟରେ ନିଜ କାମ ସହିତ ପରିବାର କାମ ମଧ୍ଯ ତୁଲାଇଥାନ୍ତି। ଏବେ କରୋନା ସମୟରେ ରାଜେସ ଗାଁରେ ରହିବା ସୁଯୋଗକୁ ଗାଁ ପିଲାମାନଙ୍କୁ ପାଠ ପଢାଇବାରେ ସୁବିନିଯୋଗ କରିପାରିଛନ୍ତି।
କନ୍ଧମାଳ ଜିଲ୍ଲା ଭଳି ଅନୁନତ ଜିଲ୍ଲାରେ ନେଟ୍ ନ ଥିବା, ଆଣ୍ଡ୍ରଏଡ ସେଟ କିଣିବାକୁ ଅକ୍ଷମ ଥିବା ଯୋଗୁ ଅନଲାଇନ୍ କ୍ଲାସ ବିଫଳ ହୋଇଥିବା ବେଳେ ରାଜେସ ପାଠପଢା ଗାଁ ପିଲାମାନଙ୍କ ପାଇଁ ବରଦାନ ହେଇଛି। ତାଙ୍କର ଏହି ଉଦ୍ୟମ କରୋନା କାଳରେ ଶତପ୍ରତିଶତ ସଫଳ ହୋଇଛି। ଏଥିରେ ପିଲାମାନେ ଖୁସି ଥିବା ବେଳେ ଅଭିଭାବକଙ୍କ ଚିନ୍ତା ହାଲୁକା ହୋଇଛି। ଏହା ସହିତ ରାଜେସଙ୍କୁ ମିଳୁଥିବା ଷ୍ଟାଇପେଣ୍ଡ ଟଙ୍କାରେ ପିଲାମାନଙ୍କ ପାଇଁ ବହି, ଖାତା, ପେନ, ପେନସିଲ ଖଡି ଆଦି କିଣି ଦେଇଥାନ୍ତି। ତାଙ୍କର ଏହି ମହାନ କାମ ପାଇଁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରୁଥିବା ବେଳେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।