ଅମୃତଭଣ୍ଡା ତୋଳିବା ହେଲା କାଳ, ଚାଲିଗଲା ଜଣେ ମହିଳାଙ୍କ ଜୀବନ...

Deviprasad Mohanty Picture
Published On

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି।  ଅମୃତଭଣ୍ଡା ତୋଳିବା ଜଣେ ମହିଳାଙ୍କ ପାଇଁ କାଳ ପାଲଟିଛି। ଗଛରୁ ଅମୃତଭଣ୍ଡା ଖସି ମହିଳାଙ୍କ ମୁଣ୍ଡ ଓ ଛାତିରେ ମାଡ଼ ହେବାରୁ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରକଳା ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳୁଥିଲେ। ଏହି ସମୟରେ ହଠାତ୍ ଗଛରୁ ଏକ ବଡ଼ ଅମୃତଭଣ୍ଡା ଖସି ସିଧା ତାଙ୍କ ମୁଣ୍ଡ ଏବଂ ଛାତି ଉପରେ ପଡିଥିଲା। ଆଘାତ ଏତେ ଶକ୍ତ ଥିଲା ଯେ, ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର